ଆମ ସମାଜ ଦିନକୁ ଦିନ ଏତେ ମାତ୍ରାରେ କଳୁଷିତ ହୋଇ ଗଲାଣି ଯେ ଯାହାକୁ ବର୍ଣ୍ଣନା ମଧ୍ୟ କରି ହେବ ନାହିଁ | ପ୍ରତିଦିନ କିଛି ନା କିଛି ଅଘଟଣ ଦେଖିବା ପାଇଁ ମିଳୁଛି, କେତେ କିଏ ଚୋରି ଡକାୟତ କରୁଛି ତ ପୁଣି କେତେ ବେଳେ କିଏ କାହାକୁ ହତ୍ୟା କରୁଛି ତ ପୁଣି ଆଉ କିଏ ନିଜ ଶାରୀରିକ ସୁଖ ମେଣ୍ଟେଇବା ପାଇଁ ନାବାଳିକା କୁ ମଧ୍ୟ ଅତି ନୃଶଂସ ଭାବରେ ଦୁଷ୍କର୍ମ କରୁଛି | ଆମ ସମାଜ ର ଟେକନୋଲୋଜି ଏତେ ଆଗକୁ ବଢ଼ିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଆମ ସମାଜ ରେ ଗୋଟେ ନାରୀ ନିଜଜୁ ସୁରକ୍ଷିତ ମନେ କରି ପାରିଲା ନାହିଁ |
ସେ ଯଦି ଏକାକୀ କେଉଁ ସ୍ଥାନକୁ ଯାଉଛି ତେବେ ମନରେ ଗୋଟିଏ ଦୁଷ୍କର୍ମ ର ଭୟ ରହୁଛି, ଏହା ସହିତ ବାପା ମା ମଧ୍ୟ ଝିଅ ଜନ୍ମ କରିବାକୁ ଡରିଲେଣି କାରଣ ସେମାନେ ବି ଜାଣିଛନ୍ତି ଝିଅ ଟି ବଡ଼ ହେଲା ପରେ ଦୁଷ୍କର୍ମ ର ଶିକାର ହେବ | ତେବେ ଏଭଳି ଘଟଣା ଅନେକ ସାମ୍ନା କୁ ଆସୁଛି ଆଉ ପୁଣି ଥରେ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଖୁବ ଲଜ୍ୟା ଅନୁଭବ କରିବେ | ତେବେ ଆସନ୍ତୁ ଘଟଣା ଟି କଣ ସେହି ସମ୍ପର୍କ ରେ ଆଲୋଚନା କରିବା |
ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳ ରେ ଜଣେ ଦିବ୍ୟାଙ୍ଗ ବଳାତ୍କାର ହୋଇ ଥିବା ନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇ ଥିବା ଜଣା ପଡ଼ିଛି | ଅଭିଯୁକ୍ତ କୁ ଗାଁ ଲୋକ ଧରି ପୋଲିସ କୁ ଜିମା ଦେଇ ଥିବା କଥା ଜଣା ପଡ଼ିଛି |
ମିଳିଥିବା ସୂଚନା ଅନୁଯାଇ ମନମୁଣ୍ଡା ଥାନା ଅନ୍ତର୍ଗତ ଖଜୁରଜ ଗ୍ରାମ ର ଜଣେ ଦିବ୍ୟାଙ୍ଗ ଯୁବତୀ ଯାହାର ବୟସ ହେଉଛି ମାତ୍ର 25 ବର୍ଷ | ଗତ କିଛି ଦିନ ତଳେ 11.30 ମିନିଟ ସମୟରେ ଗାଁ ଠାରୁ ଦୂର ପଡିଆ ରେ ମେଣ୍ଢା ଚରାଉ ଥିବା ସେହି ସମୟରେ ମଲିକବଣା ଗ୍ରାମର ଟିମନ ଯାହାର ବୟସ ହେଉଛି 22 ବର୍ଷ |
ସେହି ବାଟ ଦେଇ ଯାଉ ଥିବା ବେଳେ ଜଣେ ଦିବ୍ୟାଙ୍ଗ ଝିଅ ଟିକୁ ଏକୁଟିଆ ଦେଖି ତାକୁ ଜୋର ଜବରଦସ୍ତ ଟେକି ନେଇ ତାକୁ ଦୁଷ୍କର୍ମ କରିଥିଲା | ଗାଁ ଲୋକ ଦୁର୍ବୁତ୍ତ କୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସ କୁ ଖବର ଦେଇ ଥିଲେ | ଆଉ ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି | ତେବେ ଏଭଳି ଏକ ଘଟଣା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଏଭଳି ଘଟଣା ଖୁବ ଲଜ୍ୟା ଜନକ ଅଟେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।