ପୁରୀ ରେ ଅଠର ନଳା ସେଠି କେତେ ନଳା କେତେ ନେତା ମନ୍ତ୍ରୀ ପଶିଛନ୍ତି ମାନିବାକୁ ପଡ଼ିବ ତାକୁ : ସୁର ରାଉତରାୟ |

ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ କେବଳ ଗୋଟିଏ ନାଁ ଚର୍ଚ୍ଚା ରେ ରହିଛି ସେ ହେଉଛନ୍ତି ଅର୍ଚନା | ଯିଏ କି ଅନେକ ବଡ଼ ବଡ଼ିଆ ଲୋକ ଙ୍କୁ ନିଜ ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ଆଜି ଅନେକ ସମ୍ପତ୍ତି ର ମାଲିକ ହୋଇ ପାରିଛନ୍ତି | ତେବେ ଏହି ଘଟଣା କୁ ନେଇ ଜୋର ଧର ରେ ଚର୍ଚ୍ଚା ଚାଲି ଥିବା ସମୟରେ ସୁର ରାଉତରାୟ ମଧ୍ୟ ଏହାକୁ ନେଇ ଗଣ ମାଧ୍ୟମ ସାମ୍ନାରେ କିଛି କହିଛନ୍ତି | ତେବେ ଆସନ୍ତୁ ଏହାକୁ ନେଇ ସେ କଣ କହିଛନ୍ତି ସେହି ସମ୍ପର୍କ ରେ ଆଲୋଚନା କରିବା |

ତେବେ ଏହାକୁ ନେଇ ସୁର ରାଉତରାୟ ଗଣ ମାଧ୍ୟମ ରେ କହିଛନ୍ତି କି, ଏତେ ଲିଙ୍କ ତାର ଅଛି ତାର କି ସେଣ୍ଟର ମୁଁ ଜାଣି ପାରୁ ନାହିଁ | ମୁଁ ଭାବୁ ଥିଲି ପୁରୀ ଗଲା ବେଳକୁ 18 ନଳା କିନ୍ତୁ ମୁଁ ତ ଯାହା ଦେଖିଲିଣି କେତେ ନଳା ତାର ସୀମା ନାହିଁ, କେତେ ନେତା ପଶିଛନ୍ତି କେତେ ଆଇପିଏସ ପଶୁଛନ୍ତି |

ତାହା ନହେଲେ 4 ବର୍ଷ ରେ ସେ ଯାହା ସମ୍ପତ୍ତି କରିଛି ତାହା କେଉଁ ବଡ଼ ଲୋକ ବି କରି ପାରିବେ ନାହିଁ | ଅମ୍ବାନୀ ମଧ୍ୟ କରି ପାରିବ ନାହିଁ ସେ ଯାହା ହେଉ ତାକୁ ମାନିବା ପାଇଁ ପଡ଼ିବ, ତା ନେତୃତ୍ୱ ଏତେ ଲୋକ ଗ୍ରହଣ କରିଛନ୍ତି ମୁଁ ତାକୁ ଧନ୍ୟବାଦ ଦେଉଛି ଏବଂ କଡାକଡି ସରକାର କେସ କରିଛି ତାହାକୁ ମଧ୍ୟ ଧନ୍ୟବାଦ ତାହାକୁ ଯାଞ୍ଚ କରାଯାଉ |

କୋଉ ଦଳ ର କେଉଁ ନେତା କିଏ ଅଛନ୍ତି ଏବଂ କୋଉ ଆଇଏସ, ଆଇପିଏସ, ଇଞ୍ଜିନିଅର, ଶିଳ୍ପପତି ଅଛନ୍ତି ଯିଏ ବି ରହିଛନ୍ତି ତାଙ୍କୁ ବାହାର କରାଯାଉ | ଆଉ ମନେ କର ମୁଁ ଗୋଟିଏ ନେତା ପ୍ରତିଦିନ ଦେଢ଼ ହଜାର ଦୁଇ ହଜାର ଯାହା ପାଉଛି କିଏ ନେଉଛି ମତେ ଯଦି କେହି ନେଇ ଗୋଟେ ଫଟୋ ବାହାର କରି ଦେବ ତେବେ ସେଥିରେ ମୁଁ କଣ ଯିବି |

ଆଉ ପୁରୀରେ ଅଠର ନଳା କିଏ କେତେ ବେଳେ ବୁଡିକି ବାହାରିଛି ତାହା ମୁଁ କେମିତି କହିବି | ସେ ଯାହା ହେଉ ତାକୁ ମାନିବାକୁ ପଡ଼ିବ ମହୁ ଠାରୁ ସେ ଆହୁରି ଅଧିକ ନହେଲା କଣ ତା ପାଖକୁ ଏତେ ଲୋକ ଏତେ ବଡ଼ ବଡ଼ ନେତା ସବୁବେଳେ ଯାଇ ଥାଆନ୍ତେ | ତେବେ ବର୍ତ୍ତମାନ ସମୟରେ ସୁର ରାଉତରାୟ ଙ୍କର ଏଭଳି କଥା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଶୁଣି ଅନେକ ଲୋକ ସମର୍ଥନ କରିଛନ୍ତି |

Leave a Comment