ପେଟରେ ଥିବା ଶିଶୁ ( ପୁଅ ନା ଝିଅ ) କେମିତି ଜାଣିବେ ?

ପ୍ରତ୍ୟେକ ନାରୀ ଜୀବନ ସାର୍ଥକ ହେଇଥାଏ ଯେତେବେଳେ ସେ ମାତୃତ୍ୟ ଲାଭ କରିଥାଏ |ଦୁନିଆରେ ମାଆ ଠୁ ବଡ କେହି ନାହିଁ, ସେଇଥି ପାଇଁ ତ କୁହାଯାଏ ଯେ “ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ “| ଝିଅ ମାନେ ବିବାହ ପରେ ମନରେ ପିଲା ପାଇଁ ଉତ୍କଣ୍ଠା ଜାଗ୍ରତ ହେଇଥାଏ |ଆମ ଦେଶର ଆଇନ ଅନୁଯାଇ ଝିଅ ମାନଙ୍କୁ 18 ବର୍ଷ ପରେ ବିବାହ ପାଇଁ ଉପଯୁକ୍ତ ବୋଲି ଆମେ ମାନି ଥାଉ ଏବଂ ବିବାହ ପରେ ସାଧାରଣତଃ 21-23 ବର୍ଷ ଭିତରେ ସେମାନେ ମାଆ ହେଇ ଥାନ୍ତି |
ପ୍ରଥମେ ହେଲା ପେଟର ଆକାର, ପେଟର ଆକାରରୁ ଆପଣ ଜାଣିପାରିବେ ପୁଅ ଓ ଝିଅ ବିଷୟରେ |

ଯଦି ମହିଳାଙ୍କର ପେଟର ଆକାର ଗୋଲ ଓ ବାହାରକୁ ବାହାରିଥାଏ ତୋ ଏହା ପୁଅ ହେବାର ଲକ୍ଷଣ |ସେହିପରି ଯଦି ପେଟର ଆକାର ଚଉଡା ଓ ଗୋଲେଇ ହୋଇଥାଏ ତୋ ଏହା ଝିଅ ହେବାରଆମ ଦେଶରେ ଆଉ ବିଦେଶରେ ମଧ୍ୟ ଏମିତି ମୁରବୀ ଅଛନ୍ତି ଯୋଉଁମାନେ କି ଗର୍ଭବତୀ ମହିଳାର ମୁହଁ ଓ ଶରୀରରେ ହେଉଥିବା ପରିବର୍ତନକୁ ଦେଖି ବତେଇ ଦିଅନ୍ତି କି ଗର୍ଭରେ ଥିବା ଶିଶୁ ପୁଅ ହେବ ନା ଝିଅ |

 

 

ଏହି କଥା ସବୁବେଳେ ସଠିକ ହେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ, କେତେବେଳେ ଏହା ସତ ହୁଏ ତ କେତେବେଳେ ଭୁଲ ମଧ୍ୟ ହୋଇଥାଏ |ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବତେଇବୁ ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ ଗର୍ଭ ଭିତରେ ଥିବା ଶିଶୁଟି ପୁଅ ନା ଝିଅ | ହେଲେ ଆପଣଙ୍କୁ ଅନୁରୋଧ ଯେ ଏହି ଲକ୍ଷଣ ଗୁଡିକୁ ଆଧାର କରି କେବେବି ଭ୍ରୁଣ ନଷ୍ଟ କରିବାର ଭୁଲ କରିବେ ନାହିଁ |

 

 

ନଚେତ ବହୁତ ଅସୁବିଧାରେ ପଡି ପାରନ୍ତି |ଏହି ଲକ୍ଷଣ ଗୁଡିକ ସାଇକୋଲୋଜିକାଲ ଷ୍ଟଡ଼ିରୁ ଅନୁମାନ କରି କୁହା ଯାଇଛି | ଲକ୍ଷଣ ସାଇକୋଲୋଜିର ଏକ ଗବେଷଣାକୁ ଆଧାର କରି କୁହା ଯାଇଛି ଯେଉଁ ମହିଳାଙ୍କର ପ୍ରଥମ ତିନି ମାସରେ କିଛି କଥାକୁ ନେଇ ଦୁଃଖୀ ଓ ଅନୁତାପ କରିଥାନ୍ତି ସେମାନଙ୍କର ପୁଅ ହେବାର ଲକ୍ଷଣ ଦେଖା ଦେଇଥାଏ |ଅନ୍ୟ ପକ୍ଷରେ ପେଟରେ ଝିଅ ଥିଲେ ମାଆ ମାନେ ସମସ୍ତଙ୍କ ସହ ମିଶିବା ଓ କଥାବାର୍ତା କରିଥାନ୍ତି |ମହିଳାଙ୍କର ଖାଦ୍ୟର ଘୃଣା ଭାବରୁ ମଧ୍ୟ ଲକ୍ଷଣ ଜଣା ପଡିଥାଏ |

କେତେକ ମହିଳା ଏହି ସମୟରେ ବେଶୀ ଖାଇବାକୁ ପସନ୍ଦ କରିଥାନ୍ତି ଓ କେତେଜଣ ଖାଦ୍ୟକୁ ଘୃଣା କରିଥାନ୍ତି | ଏହି ପରିବର୍ତନ ଗର୍ବସ୍ଥ ଶିଶୁର ଲିଙ୍ଗ ନିର୍ଧାରଣ କରିଥାଏ | ଯେଉଁ ମହିଳାଙ୍କୁ ଖାଇବାକୁ ଇଚ୍ଛା ହୁଏନାହିଁ ଓ ଖାଇଲା ପରେ ବାନ୍ତି ହୁଏ ତାହା ହେଉଛି ପୁଅର ଲକ୍ଷଣ |ଆପଣ ସକାଳର ପ୍ରଥମ ପରିସ୍ରାରେ ବେକିଂ ସୋଡ଼ା ପକାଇ ମଧ୍ୟ ଜାଣିପାରିବେ | ଯଦି ପରିସ୍ରାରେ ଫେଣ ଉଠେ ତାହା ଝିଅର ଲକ୍ଷଣ ଓ ଯଦି ସଫା ରହିଥାଏ ଏହା ପୁଅର ଲକ୍ଷଣ |ଏକ ସୂତ୍ରରୁ ଜଣାଯାଇଛି ଯେ ମିଠା ଖାଇବାକୁ ଇଚ୍ଛା ହେଲେ ଝିଅ ହୋଇଥାଏ ଓ ଛଟପଟା ଖାଇବାକୁ ଇଚ୍ଛା ହେଲେ ପୁଅ ହୋଇଥାଏ |

Leave a Comment