ଫାର୍ଷ୍ଟ ଥର ଗୋଟେ ରାତିରେ ମୁଁ ୫୦-୬୦ ହଜାର ଟଙ୍କା କମେଇଥିଲି, ସ୍ୱତନ୍ତ୍ର ସାକ୍ଷାତକାର କିନ୍ନର ସ୍ଵିଟି ସାହୁଙ୍କ ସହ

ମଣିଷ ଯାହା ଚାହେଁ ତାହା ପାଏନି। କିନ୍ତୁ ବେଳେବେଳେ ମଣିଷ ଯାହା ଚାହେଁ ସେୟା ମଧ୍ୟ ପାଇଥାଏ ଏପରିକି ତା ଠାରୁ ଅଧିକ ମଧ୍ୟ ପାଇଥାଏ। ଏ ଧରିତ୍ରୀ ହେଉଛି ଖୁବ୍ ବିଚିତ୍ରମୟ ୟାକୁ ଚିହ୍ନିବା ଜାଣିବା ଖୁବ୍ କଷ୍ଟ। ଏ ପୃଥିବୀ ଭିତରେ ମଣିଷ ହସ କାନ୍ଦ ଦୁଃଖ ସୁଖକୁ ଅଙ୍ଗେ ଲିଭାଇ ମଧ୍ୟ ଅନୁଭବ କରିପାରେ ନାହିଁ କି କେତେବେଳେ ଏହା ଆସିବ ଓ କେତେବେଳେ ଏହା ଯିବ ଯାହା ଆମେ ଭଗବାନଙ୍କ ଉପରେ ଛାଡ଼ିଦେଉ। ସେହି ଭିନ୍ନତା ମଣିଷ ଭିତରେ ମଧ୍ୟ ରହିଛି।

କିଛି ମଣିଷର ଶରୀର ପୁରୁଷ ପରି ହୋଇଥାଏ କିନ୍ତୁ ସେମାନଙ୍କ ସ୍ଵଭାବ ନାରୀ ପରି। ଆଜ୍ଞା ହଁ ଆମ ସମାଜରେ ସେହିଭଳି ଅନେକ ପୁରୁଷ ରହିଛନ୍ତି ଯେଉଁମାନଙ୍କ ଶରୀର ପୁରୁଷ ପରି କିନ୍ତୁ ସେମାନଙ୍କର ମନ ଏକ ନାରୀର। ନାରୀ ଭଳି ଆଚରଣ ସେମାନେ ଦେଖାଇଥାନ୍ତି ଯାହାକୁ ଆମ ସମାଜ କିନ୍ନରର ଆଖ୍ୟା ଦିଏ। ଯାହାକୁ ଆମ ସମାଜ ସହଜରେ ଗ୍ରହଣ କରିପାରେ ନାହିଁ। ସମାଜର ଟାହି ଟାପରା ସେମାନଙ୍କୁ ସହିବାକୁ ପଡେ।

 

ତେବେ ମଣିଷ ବଞ୍ଚିବା ପାଇଁ ସଙ୍ଘର୍ଷ କରିଥାଏ। ଟିକିଏ ପେଟ ପାଇଁ କଣ କରିବାକୁ ପଡେ ସେ ନିଜେ ବି ଜାଣି ପାରେ ନାହିଁ । ଘର ପୋଷିବା ପାଇଁ ହେଉ କି ନିଜର ପରିଚୟ ତିଆରି କରିବା ପାଇଁ ହେଉ ପତିଚୟଟିଏ ତିଆରି କରିବା ପାଇଁ ଅନେକ ସମୟ ବିତିଯାଇ ଥାଏ ଏଥି ସହିତ ବହୁତ୍ କିଛି ତ୍ୟାଗ ଏବଂ ସଂଘର୍ଷ କରିବା ପାଇଁ ପଡ଼ିଥାଏ।।ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କିନ୍ନରଙ୍କ ବାବଦରେ ଜଣାଇବୁ ଯିଏକି ତାଙ୍କ ଜୀବନରେ ବହୁତ୍ ସଂଘର୍ଷ କରିଛନ୍ତି ସମାଜରେ ନିଜକୁ ପରିଚିତ କରିବା ପାଇଁ ନାନା ଲୋକଙ୍କ ଟାହି ଟାପରା ସହ୍ୟ କରିଛନ୍ତି।

ସେମିତି ଜଣେ ସଙ୍ଘର୍ଷମୟୀ କିନ୍ନର ହେଉଛନ୍ତି ସ୍ବିଟି ସାହୁ। ଯିଏ ନିଜ ଜୀବନରେ ବହୁତ କିଛି ଟାହି ଟାପରା ସହ୍ୟ କରିଛନ୍ତି। ଏମିତିକି ନିଜ ପରିବାର ମଧ୍ୟ ସ୍ବିଟିଙ୍କୁ ସହଜରେ ଗ୍ରହଣ କରି ପାରିନଥିଲେ। ପଞ୍ଚମ ଶ୍ରେଣୀରେ ପାଠ ପଢିବା ସମୟରେ ସ୍ବିଟି ବୁଝି ଯାଇଥିଲେ କି ସେ ଜଣେ ଭିନ୍ନ ମଣିଷ। ଏହା ପରେ ତାଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖି ସାଇପଡିଶା ବନ୍ଧୁ ବାନ୍ଧବ ସାଙ୍ଗସାଥୀଙ୍କ ଠାରୁ ବହୁତ୍ କଥା ଶୁଣିବାକୁ ପଡ଼ୁଥିଲା। ଯେଉଁଥି ପାଇଁକି ପରିବାର ଛାଡ଼ି ସ୍ବିଟିଙ୍କୁ ମହାରାଷ୍ଟ୍ର ଯିବା ପାଇଁ ପଡିଲା। ଆଉ ସେଇଠି ମଧ୍ୟ ପାଠ ପଢିବା ସମୟରେ ସ୍ବିଟିଙ୍କୁ ବହୁତ୍ କଥା ଶୁଣିବା ପାଇଁ ପଡ଼ିଥିଲା। ଯେଉଁଥି ପାଇଁ ସେ ପାଠ ପଢିବା ଛାଡି ଦେଲେ। ଆଉ ଏହାପରେ ସ୍ବିଟି ତାଙ୍କର ଜଣେ ସାଙ୍ଗକୁ ସବୁ କଥା ଜଣାଇଥିଲେ ଆଉ ତାଙ୍କ ସାଙ୍ଗ ଜଣେ ମେକଅପ୍ ଆର୍ଟିଷ୍ଟ ଥିଲେ ଆଉ ତାଙ୍କ ସ୍ବିଟି ବାରରେ ନଚିବା ଆରମ୍ଭ କରିଥିଲେ। ସ୍ବିଟି ବାରରେ ନାଚିବାର ପ୍ରଥମ ଦିନରେ ହିଁ ୫୦-୬୦ ହାଜର ଟଙ୍କା କମାଇଥିଲେ। ଯାହା ଥିଲା ତାଙ୍କ ଜୀବନର ପ୍ରଥମ ରୋଜଗାର। ଏମିତି ଖୁବ୍ ସଂଘର୍ଷ କରିଥିଲେ ସ୍ବିଟି ସାହୁ।ଆଉ ବର୍ତ୍ତମାନ ସମୟରେ ସ୍ବିଟି ସାହୁ ଅଲ ଓଡିଶା କିନ୍ନର ସଂଘର ସଭାପତି।

Leave a Comment