ବଦଳୁଛି_ଦେଶର_ସ୍ଥିତି ବିକାଶ ମୁହାଁ ଭାରତ ! ଧନୀ ହେଉଛି ଦେଶ, ଭାରତରେ କମୁଛି ଗରିବଙ୍କ ସଂଖ୍ୟା

ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ଆମ ଦେଶରେ କେତେ ଗରିବୀ ଅଛନ୍ତି ଏବଂ ତାହାକୁ ଦୂର କରିବା ଏକ ପ୍ରୟାସ ରହିଛି | ତେବେ ଆମ ଭାରତ ଦେଶରେ ଧୀରେ ଧୀରେ ଗରିବ ଙ୍କର ସଂଖ୍ୟା କମି କମି ଯାଉଛି ଅର୍ଥାତ ଆମ ଦେଶ ଦିନକୁ ଦିନ ଧନୀ ହେବାରେ ଲାଗିଛି | ଏହା ମଧ୍ୟ ସତ ଯେ ଗରିବ ଙ୍କର ସଂଖ୍ୟା ରେ ହ୍ରାସ ପାଇଲେ ମଧ୍ୟ ଏବେ ବି ଆମ ବିଶ୍ୱ ରେ ସର୍ବାଧିକ ଗରିବ ଲୋକ ବାସ କରୁଛନ୍ତି | ତେବେ ଗତ 15 ବର୍ଷ ମଧ୍ୟରେ ଭାରତ ରେ ଗରିବ ଲୋକ ଙ୍କ ସଂଖ୍ୟା 41.5 କୋଟି ହ୍ରାସ ପାଇଛି |

ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟରେ ଅନୁସାରେ 2005-06 ରୁ 2019-21 ମଧ୍ୟରେ କୋଟି କୋଟି ଲୋକ ଦାରିଦ୍ର୍ୟକୁ ମାତ୍‌ ଦେଇ ବାହାରି ଆସିଛନ୍ତି | ଏହି ସମୟ ମଧ୍ୟରେ ଦାରିଦ୍ର୍ୟ 55% ରୁ ହ୍ରାସ ପାଇ 16 ପ୍ରତିଶତ ରେ ପହଞ୍ଚିଛି | ତେବେ ୧୫ ବର୍ଷରେ ପ୍ରାୟ ୪୧.୫ କୋଟି ଲୋକ ଗରିବୀ ସୀମା ରେଖା ଉପରକୁ ଆସିବା ଏକ ଐତିହାସିକ ପରବର୍ତ୍ତନ କହିଲେ ବି ଚଳେ

 


ଏହି ରିପୋର୍ଟ ଅନୁଯାଇ ସ୍ଥାୟୀ ବିକାଶ ଲକ୍ଷ୍ୟ ଦୃଷ୍ଟି କୋଣରୁ ଭାରତ ରେ ସ୍ଥିତି ଏବେ ସୁଦୃଢ ହେବାକୁ ଲାଗିଛି | ଏହା ସହିତ ଆମ ଦେଶରେ କିପରି ସମ୍ପୂର୍ଣ୍ଣ ଭାବରେ ଗରିବୀ କୁ ହଟାଯିବ ତାହାକୁ ନେଇ ମଧ୍ୟ ପ୍ରୟାସ ଜାରି ରଖା ଯାଇଛି | ତେବେ 2030 ସୁଦ୍ଧା ଦାରିଦ୍ର୍ୟ ର ସୀମା ରେଖା ତଳେ ଯିଏ ବାସ କରୁଛି ଅର୍ଥାତ ଯେଉଁ ମହିଳା, ପୁରୁଷ ଏବଂ ଶିଶୁ ଏଭଳି ଦାରିଦ୍ର୍ୟ ଜୀବନ ବିତାଉଛନ୍ତି ତାହାର ସଂଖ୍ୟା ମଧ୍ୟ ଅଧା କରାଯିବ | ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଗରିବୀ ର ସଂଖ୍ୟା କମିବା ବଦଳରେ ବଢିବାର ଆଶଙ୍କା ମଧ୍ୟ ରହିଛି |


2019-21 ରେ 22.89 କୋଟି ଭାରତ ରେ ବାସ କରୁ ଥିବା ଗରିବ ଲୋକ ସୀମା ରେଖା ତଳୁ ବାହାର କରିବା ଏକ ଚ୍ୟାଲେଞ୍ଜ ମଧ୍ୟ କୁହାଯାଇ ପାରିବ | ସୂଚନାଯୋଗ୍ୟ ଯେ 2019-21 ମସିହାରେ ଭାରତରେ 9.7 କୋଟି ପିଲା ଦାରିଦ୍ର୍ୟ ସୀମା ରେଖା ତଳେ ଥିଲେ, ଯାହାକି ଅନ୍ୟ ଦେଶରେ ଥିବା ଗରିବଙ୍କ ସଂଖ୍ୟାଠାରୁ ଅଧିକ ବୋଲି କୁହା ଯାଉଛି |

 

ତେବେ ରିପୋର୍ଟ ଅନୁଯାଇ 2019 ରେ ଯେଉଁ ମହାମାରୀ ଆସି ଥିଲା ତାହାର ପ୍ରଭାବ ରେ ଏମିତି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଖାଦ୍ୟ ଏବଂ ଇନ୍ଧନ ମୂଲ୍ୟ ର ବୃଦ୍ଧି ଯୋଗୁଁ ସେମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଭାରତର ଏହି ସଫଳତାକୁ ବିକାଶର ଲକ୍ଷ୍ୟ ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି କୁହାଯାଉଛି | ଫଳରେ 2030 ସୁଦ୍ଧା ଦେଶରେ ଗରିବଙ୍କ ସଂଖ୍ୟା ଅଧା ହେବା ସହ ବିକାଶ ଲକ୍ଷ୍ୟ ହାସଲ କରିବା ସମ୍ଭବ ହୋଇ ପାରିବ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment