କଥାରେ ଅଛି “ଦଇବ ଦୌଡି ମଣିଷ ଗାଈ ଯୁଆଡେ ଟାଣଇ ସିଆଡେ ଯାଇ” ।ବନ୍ଧୁଗଣ ଏହି ଉକ୍ତି ଟିର ଅର୍ଥ ହେଉଛି ଏହାକି ସମୟ ଏବଂ ଭାଗ୍ୟ ଆମ ସହ ଯେତେବେଳେ ଖେଳିବ ତାହାକୁ ଆମେ ଅଟକାଇ ପରିବା ନାହଁ, ସମୟ ଆଗରେ ସବୁ ଫିକା ପଡ଼ିଯାଏ। ଠିକ୍ ସେହିପରି ଗୋଟିଏ ଘଟଣା ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି, ଯାହା ଦେଖିଲେ ଆପଣଙ୍କ ହୃଦୟ ଥରି ଉଠିବ।
ତେବେ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ଅଧଳ ଜଳରାଶି । ସୁ ସୁ ଗର୍ଜନ କରି ମାଡି ଆସୁଛି ସୁଅ ।
ସତେ ଯେମିତି ନଦୀ ଅଶାନ୍ତ ହୋଇ ଉଠିଛି । ତା କୋପରେ ସମସ୍ତଙ୍କୁ ସେ ଭସେଇ ନେବ । ଆଉ ସେହି ଅଶାନ୍ତ ଜଳରାଶି ଏଭଳି ତାଣ୍ଡବ ରଚୁ ଥିବା ବେଳେ ତା କ୍ରୋଧରେ ଶିକାର ହେଉଛନ୍ତି ଦୁଇଟି ଛୋଟ ଛୋଟ ଛୁଆ । ଯେଉଁଠି ଏ ପାଣିର ସୁଅ ବିରାଟକାୟ ଗଛକୁ ଭସେଇ ନେଉଛି ସେଇଠି ଏ କୁନି କୁନି ପିଲାଙ୍କର ବଳ ବା କେତେ ।
ହେଲେ ସେହି ସମୟରେ ନିଜ ଛୁଆ ପାଇଁ ଜଳରାଶି ସହ ଲଢେଇ କରିଛନ୍ତି ତାଙ୍କ ବାପା । ଯିଏ କି ନିଜ ପିଲାର ଜୀବନ ବଞ୍ଚେଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେ ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଜଣେ ବାପା ନିଜ ଛୁଆଙ୍କ ଜୀବନକୁ ବଞ୍ଚେଇବା ପାଇ ଭରା ନଦୀକୁ ଡେଇଁ ପଡି ଛନ୍ତି ।
ତାଙ୍କ ହାତରେ ନା କିଛି ଅସ୍ତ୍ର ଅଛି ନା ଅଛି ଲୋକ ବଳ । ଦୀର୍ଘ ସମୟ ଧରି ପିଲା ଦୁଇଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଜୀବନ ବିକଳେ ପ୍ରଚେଷ୍ଟା କରିଛନ୍ତି । ଶେଷରେ ସେ ନିଜ ଦୁଇ ଛୁଆଙ୍କୁ ବଞ୍ଚେଇବାରେ ସଫଳତା ମଧ୍ୟ ହୋଇଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ସମସ୍ତ ସ୍ଥାନରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଧରିଛି । ଏହି ଭିଡିଓ ଦେଖି ସମସ୍ତ ଲୋକ ଭାବବିହୁଳ ହୋଇଯାଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।