,ବାବା ଡେଇଁବାର ମାତ୍ର ୫ ମିନିଟ ପରେ ଭାଙ୍ଗିଲା ଦଳେଇ ଘାଇ,ଆଉ ତାପରେ ଯାହା ଘଟିଲା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ…

ଆମେ ଆପଣଙ୍କୁ ଏକ ମାଳିକା ବର୍ଣ୍ଣିତ ତଥ୍ୟ କୁ କହିବୁ। ଦଳେଇ ଘାଇରେ ଯେଉଁ ଭଉଁରୀ ହୁଏ ସେଥିରେ ଗାଈ ପଡ଼ିଲେ ବୁଡ଼େଇ ଦେବ।ସେଠି ବୁଡ଼ିଗଲେ ସେ ପ୍ରାୟ ଅଧା କିଲୋ ମିଟର ଦୂରରେ ଉଠେଇବ ଯାହା ଫଳରେ ଆଉ କେହି ବଞ୍ଚି ପାରିବେ ନାହିଁ।ଗୋ ମାତା ଜୀବନ ମୋ ଜୀବନ।ମୁଁ କହିଲି ପ୍ରଭୁ ତମେ ରକ୍ଷା କରିବ।ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ।ଏ ନ୍ୟାୟରେ ଆମେ ପହଂଚିଲୁ ଗୋମାତାକୁ ଧରି ନେଇ ବେକରେ ଥିବା ଦଉଡ଼ିକୁ ଧରିଲି ଏବଂ କହିଲି ପ୍ରଭୁ ତମର ଇଛା।ଆମେ ଭାସିଭାସି ଗଲୁ।

ସେଇଠି ରାସ ବଟ ଅଛି ଯେଉଁଠି ପଞ୍ଚସଖା ରାସ କରିଥିଲେ।ରାସ ବଟ ପୂର୍ବରୁ ଥିଲେ ଜଣେ ବାବା।ସିଏ ହେଉଛନ୍ତି ବାନା ବାବା ଆମ ହାଜିପୁର ଅଞ୍ଚଳର।ତାଙ୍କର ଏବେ ଦେହାନ୍ତ ହୋଇ ଗଲାଣି।ସେ ପଥରରେ ଯେଉଁ ଚଟାଣ କରିଥିଲେ ଆମେ ଏବେ ତାକୁ କରି ପାରୁନୁ।ସେଇ ବୃକ୍ଷର ବଡ ଡାଳ ଭାଙ୍ଗି ପଡ଼ିଥିଲା।ଆମେ ବର ଡାଳ ଧରିଲୁ ଗୋମାତାକୁ ଧରିଲୁ ଧୀରେ ଧୀରେ ରାସ ବଟ ମୂଳେ ପହଂଚିଲୁ।

ସେଇଠୁ ସାହସ କରି ଆସି ପ୍ରଭୁ ଧ୍ୟାନକୁଦଙ୍କ ପୀଠରେ ପହଞ୍ଚିଲି ଗାଈ ସେଠାରେ ବାନ୍ଧିଲି ପାଦୁକା ଆଶ୍ରମରେ ଲମ୍ବ ହୋଇ ପଡ଼ିଲି।ମୁଁ କହିଲି ପ୍ରଭୁ ତମେ ମୋର ଉଦ୍ଧାର କଲ ମୁଁ ତମର ସୁରକ୍ଷା କରିବି।ବିଭିନ୍ନ ଲୋକ ମାନଙ୍କ ସହଯୋଗରେ ଆଜି ଏ କ୍ଷେତ୍ର ରୁଧି ମନ୍ତ ହୋଇଚି ସତ କିନ୍ତୁ ପ୍ରାଥମିକ ସ୍ତରରେ ଯେଉଁ ଅନୁଭୂତି ଅଛି ଗାଈକୁ ନେଇ ପହଞ୍ଚିଲି ଗାଈକୁ ବାନ୍ଧିଲି।ଘାସ ଆଣି ଦେଲି।ଗୋମାତା ସେଠି ରହିଲେ।ତାପରେ ୫ ମିନିଟ ହୋଇ ନାହିଁ ଦଳେଇ ଘାଇ ଭାଙ୍ଗିଗଲା।ବିଶାଳ ଘାଇ ହୋଇଥିଲା।

ମୁଁ ଭାବୁଛି ଏମିତି ଘାଇ ବୋଧେ ଓଡ଼ିଶାରେ କେବେ ହେଇ ନାହିଁ।ଦଳେଇ ଘାଇ ସମ୍ପର୍କରେ ତ ମାଳିକାରେ ଲେଖା ଅଛି।ଆଉ ପାଣି ପ୍ରଭୁ ଧ୍ୟାନକୁଦଙ୍କ ପୀଠ ପର୍ଯ୍ୟନ୍ତ ଲାଗିଥିଲା। ବାବା କହିଲେ ଯିଏ ମୋର ଜନ୍ମିତ ମାଆ ସେ ଚିନ୍ତା କଲେ ମୋ ନାଁ ତ ଅରକ୍ଷିତ ଅରକ୍ଷିତକୁ ଆଜ୍ଞା ଦଇବ ସାହା ହେଲା।ଦଳେଇ ଘାଇରୁ ବଂଚିବା ସହଜ ନୁହେଁ।ସମସ୍ତେ କହିଲେ ଅରକ୍ଷିତଙ୍କ ପ୍ରାଣ ଚାଲିଗଲା।

ମୋ ମା କହିଲା ପୁଅ କୁଆଡେ ଗଲା।ଭାତ ହାଣ୍ଡି ଧରି ବନ୍ଧ ଉପରକୁ ଆସୁଛନ୍ତି ବନ୍ୟାର ପ୍ରକୋପରେ।କିନ୍ତୁ ପ୍ରଭୁଙ୍କୁ ଡାକିଲା ମା ମତେ ରକ୍ଷା କର।ମା ଦୁର୍ଗାଙ୍କୁ ସେ ମାନନ୍ତି।କହିଲେ ପ୍ରଭୁ ଧ୍ୟାନକୁଦ ତାଙ୍କୁ ରକ୍ଷା କର ମୁଁ ତମକୁ ଗଞ୍ଜେଇ ବାନା ଦେବି।ସେ ଡ଼ାକିଲେ ମୁଁ ଆସି ପହଞ୍ଚିଲି।ମା ମତେ ଆସି କୁଣ୍ଢେଇ ପକେଇଲା।ସେ ଲୋକ ଆସି ଗାଈ ନେଲା।ସେଦିନ ଠାରୁ ସଂକଳ୍ପ ନେଲି ଯଦି କିଛି କରିବି ତାହେଲେ ଏଇ ପ୍ରଭୁ ଧ୍ୟାନକୁଦଙ୍କ ପୀଠରେ କରିବି।ତେବେ ଜୀବନରେ ଗୋଟିଏ ସତ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କ ଚରଣରେ ମଥା ରଖିଦିଅ , ପାଇଯିବ ରକ୍ଷା।

Leave a Comment