ବୟସ ୮୦ ନୁହେଁ ପାଖାପାଖି ୮୨ ,ଠିଆ ହେବାକୁ ବଳ ପାଉନି ହାତ ବି ଥରୁଛି। ଚମ ସବୁ ଧୁଡ଼ୁ ଧୁଡ଼ୁ ପଡ଼ି ଗଲାଣି। ତଥାପି ସେ ଲୋକ ପ୍ରତିନିଧି। ଚାଲିବାକୁ ସାହାର ଖୋଝୁଥିବା ଉତ୍ତର ଓଡ଼ିଶା ର ଜଣେ ପୁରୁଣା ନେତା, ବୟସ୍କ ନେତା, ଅଭିଜ୍ଞତା ସମ୍ପନ୍ନ ନେତା ଆଜି ସେ ଅର୍ଚ୍ଚନା ର ଫାସରେ ପଡ଼ିଛି। ଆଜ୍ଞା ହଁ ଆମେ ସେହି ଅର୍ଚ୍ଚନାଙ୍କ କଥା କହୁଛୁ, ଯିଏ ବଡ଼ ବଡ଼ ନେତା, ପୋଲିସ୍, ବିଧାୟକ, ବିଲଡର ବ୍ୟାପାରୀ ମାନଙ୍କୁ ବ୍ଲାକମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଥିଲେ। ଆଉ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ସବୁ ଜଳଜଳ ହୋଇ ଦିଶୁଛି। କାରଣ ଲୁଚିଛି ନା ଗୋଡ଼ ଦିଟା ଦିଶୁଛି। ସବୁକିଛି ଜଣା ପଡ଼ୁଛି। ବୁଝିଲା ଲୋକ ବୁଝିବେ ଜାଣିଲା ଲୋକ ଜାଣିବେ ଏ ନେତା ଜଣକ କିଏ?
ଆଉ ଏହାକୁ ଯିଏ ଜାଣି ପାରୁଛନ୍ତି ସିଏ କହୁଛନ୍ତି ବୁଢ଼ା ବୟସରେ ଝଲମଲ। ହଁ କାନ ଆଣ୍ଠୁ ଆଉଁସି କି ଲକ୍ଷାଧିକ ଟଙ୍କା ଗଣିଲ। ପରେ ବି ପୁଣି ଅର୍ଚ୍ଚନା ପ୍ରେମରେ ବାଉଳି ହେଲ। ବ୍ଲାକମେଲିଂ ର ଶିକାର ହେଲ। ଲକ୍ଷ ଲକ୍ଷ ଟଙ୍କା ଗଣିଲ, ତାପରେ ବି ଅର୍ଚ୍ଚନା ର ସାନିଧ୍ୟ ପାଇଁ ପାଗଳ ହେଲ।
ଆଉ ଅର୍ଚ୍ଚନା କୁ ପୁରୀ ନେଇଗଲ। ତାରକା ହୋଟେଲ ରେ ତୁମର ଅର୍ଚ୍ଚନା ଫୋଟ ଉଠାଇ ନେଲା। ତାପରେ ତୁମକୁ ବ୍ଲାକମେଲିଂ କଲା, ତମେ ଟଙ୍କା ବି ଗଣିଲ। ତାପରେ ଝଗଡ଼ା ହେଲା ,ପୁଣି କାହିଁକି କେଜାଣି ତୁମ ଉଛ୍ଛନ ହେଲା। ପୁଣି କାଳେ ବାଉଁଶ ତଳର ନିଆଁ କୁହୁଳିଲା ପରି ତୁମର କିଳେ ଇଚ୍ଛା ହେଲା।
ପୁଣି ଅର୍ଚ୍ଚନା ଙ୍କୁ ଫୋନ୍ କଲ, ଆଉ ନେତା ହୋଇ ବି ଭୁଲ ମାଗିଲ। ମାୟାବିନୀ ପ୍ରେମରେ ପଡ଼ିଲ କିନ୍ତୁ ମାୟାବିନୀ ଆଉ ଧରା ଦେଇ ନଥିଲା। ଏଥର ଧରା ଦେଇଥିଲା ଗୋଆ ରୁ ଆସିଥିବା ସାଢ଼େ ତିନି ଲକ୍ଷ ଟଙ୍କାର ନାୟିକା। କିନ୍ତୁ ବୁଢ଼ା ମଉସା ତୁମର ଜାଣିବା ଦରକାର ଥିଲା ସେ ଗୋଆର କୋଉ ମଡେଲ ନଥିଲା ସେ ଥିଲା ବଙ୍ଗୀୟ ରୂପଜୀବି। ଲୋକ ଚର୍ଚ୍ଚା କରୁଛି। ତୁମେ ଯୋଉ ରାତିକୁ ସାଢ଼େ ତିନି ଲକ୍ଷ ଟଙ୍କା ନେଇଥିଲ ସେଥିରୁ କୁଆଡ଼େ ସେ ବଙ୍ଗୀୟ ରୂପଜୀବି ୨୦ ହଜାର ଟଙ୍କା ନେଇଥିଲା।
ଆଉ ସେଥିରୁ ୩ ଲକ୍ଷ ୩୦ ହଜାର ଟଙ୍କା ତୁମେ ଭଲ ପାଉଥିବା ଅର୍ଚ୍ଚନାଙ୍କୁ ଆଣି ଦେଇଥିଲା। ଆଉ ଯଦି ଏହି ଖବର ତୁମେ ଦେଖିଥାଅ ବା ଶୁଣୁଥାଅ ସତରେ କଣ ମଉସା ତୁମେ ଅର୍ଚ୍ଚନାଙ୍କୁ ଅନ୍ଧ ଭଳି ବିଶ୍ୱାସ କରୁଥିଲ। ଆଉ ଯାହାର ଫାଇଦା ନେଇ ଅନେକ ଥର ଅର୍ଚ୍ଚନା ଲୁଟିଛି। ଆଉ ଲୋକଲଜ୍ଜା ଭୟରେ ଅର୍ଚନାଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିଲେ। ଆଜ୍ଞା ହଁ ରାତିକୁ ମାତ୍ର ୩ ଲକ୍ଷ ଟଙ୍କା ନେଉଥିଲେ ଅର୍ଚ୍ଚନା। ତେବେ ଲୋକେ ପଚାରୁଛନ୍ତି ଏହି ନେତା କିଏ?