ଭଲ ପାଇ ବାହାହେଇଥିଲି ହେଲେ ଆଜି ସେଇ ସ୍ୱାମୀ କହୁଛି ତୁ ଅଲଗା ପୁରୁଷ ଧରି ଶୋଉଚୁ

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ର ଟେକନୋଲୋଜି କେତେ ଆଗକୁ ବଢ଼ିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟେ ନାରୀ ଆମ ସମାଜ ରେ ସମ୍ମାନ ପାଇ ପାରିଲା ନାହିଁ | ଗୋଟେ ନାରୀ ବିବାହ କରିବା ପରେ ସେ ଅନେକ କିଛି ସ୍ୱପ୍ନ ନେଇ ତା ଶାଶୁ ଘରକୁ ଆସିଥାଏ, ବାପା ମା ବଦଳ ରେ ଶାଶୁ ଶଶୁର ପାଇ ଥାଏ | କିନ୍ତୁ ସେଠାରେ ତା ଉପରେ କେବଳ ଅତ୍ୟାଚାର ଆରମ୍ଭ ହୋଇ ଯାଇଁ ଥାଏ | ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ଲଜ୍ୟା ଅନୁଭବ କରିବେ |

 


ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ପ୍ରେମ ବିବାହ ହୋଇ ଥିଲା ଆଉ ସ୍ୱାମୀ ବିବାହ ପୂର୍ବରୁ ଲକ୍ଷ ଟଙ୍କା ଯୌତକ ମଧ୍ୟ ମାଗି ଥିଲେ ଆଉ ଝିଅ ର ଘର ଲୋକ ଙ୍କୁ କହି ଥିଲେ କି ଯୌତକ ନ ଦେଲେ ତମ ଝିଅ କୁ ବାହା ହେବିନି | ତେବେ ମହିଳା ଜଣଙ୍କ କହିବା ଅନୁଯାଇ ତାଙ୍କ ସ୍ୱାମୀ ତାଙ୍କୁ ବାହା ହେବା ପାଇଁ ଚାହୁଁ ନଥିଲେ ସେ ତାଙ୍କ ଇଜ୍ଜତ ସହ ଖେଳି ତାଙ୍କୁ ଛାଡ଼ି ଦେବା ପାଇଁ ଚାହୁଁ ଥିଲେ, କିନ୍ତୁ ଘର ଲୋକ କେସ କାରିବାରୁ ଆଉ ଗାଁ ଲୋକ ବୁଝାଇବାରୁ ପୁଅ ଘର ଲୋକ ବିବାହ ପାଇଁ ରାଜି ହୋଇ ଥିଲେ |


ତେବେ ବାହାଘର ର ମାତ୍ର 10 ଦିନ ରେ ହିଁ ସ୍ୱାମୀ ସ୍ତ୍ରୀ ଙ୍କୁ ନିର୍ଯାତନା ଦେବା ଆରମ୍ଭ କରି ଦେଇ ଥିଲେ ଆଉ ମାରପିଟ ମଧ୍ୟ କରୁ ଥିଲେ ସେହି ସମୟରେ ମହିଳା ଙ୍କୁ ତାଙ୍କ ଘର ଲୋକ ମଧ୍ୟ କେହି ପଚାରୁ ନଥିଲେ | ସ୍ତ୍ରୀ ଏହା ମଧ୍ୟ କହିଛନ୍ତି କି ମୋ ସ୍ୱାମୀ ମୋ ଉପରେ ସବୁବେଳେ ସନ୍ଦେହ କରନ୍ତି କି ମୋର ଅଲଗା କୋଉ ପୁରୁଷ ସହ ଖରାପ ସମ୍ପର୍କ ଅଛି ଆଉ ଏଥିପାଇଁ ମତେ ସବୁବେଳେ ବାଡ଼ାନ୍ତି | ଏମିତି ସବୁବେଳେ ଖରାପ ଭାଷାରେ ଗାଳି ଦିଅନ୍ତି ମାରନ୍ତି ବୋଲି ମୁଁ ଆଉ ସହି ପାରିଲି ନାହିଁ ବିଷ ଖାଇ ଦେଲି ତାପରେ ହସ୍ପିଟାଲ ରେ ଭଲ ହେଇ ଆସିଲି |

ପରେ ମୋ ସ୍ୱାମୀ ମତେ କହୁଛନ୍ତି କି ତୋର ମାରିବାର ଯଦି ଥିଲା ସେଇ ହସ୍ପିଟାଲ ରେ ମରି ଗଲୁନି | ଏହାପରେ ମହିଳା ଜଣଙ୍କ ସ୍ୱାମୀ ଙ୍କ ବିରୋଧ ରେ ଭରତପୁର ଥାନାରେ ଅଭିଯୋଗ ମଧ୍ୟ କରି ଥିଲେ କିନ୍ତୁ ପରେ କମ୍ପ୍ରମାଇଜ କରି ଦେଲେ | ହେଲେ ପୁଣି ସ୍ୱାମୀ ଙ୍କର ଅତ୍ୟାଚାର ଆରମ୍ଭ ହୋଇ ଥିଲା ଆଉ ସବୁବେଳେ ବାପ ଘରୁ ପଇସା ଆଣ ବୋଲି ସ୍ତ୍ରୀ କୁ ମାରପିଟ କରି ଧମକ ଦିଆ ଯାଉଥିଲା | ତେବେ ବର୍ତ୍ତମାନ ସମୟରେ ମହିଳା ଜଣଙ୍କ ଏହି ସବୁ ଘଟଣା ମିଡ଼ିଆ ସାମ୍ନାରେ କହିଛନ୍ତି ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment