ତେବେ ଅର୍ଚନା ଙ୍କ ନାଁ ସାରା ରାଜ୍ୟ ରେ ଏବେ ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ ଆଉ ଜଣେ ପୁରୁଷ ବ୍ଲାକମେଲର ଙ୍କ କଥା ସାମ୍ନା କୁ ଆସିଛି ସେ ପୁଣି ଆଉ କିଏ ନୁହଁନ୍ତି ଅର୍ଚନା ଙ୍କର ସ୍ୱାମୀ ଅଟନ୍ତି | ଆଉ ଏହା ପୁଣି ସେତେ ବେଳେ ସାମ୍ନାକୁ ଆସିଛି ଯେତେ ବେଳେ ଉକ୍ତ ପୁରୁଷ ଙ୍କର ପ୍ରଥମ ସ୍ତ୍ରୀ ଗଣ ମାଧ୍ୟମ ରେ ମୁହଁ ଖୋଲିବାକୁ ଯାଉଛନ୍ତି | ତେବେ ତାଙ୍କ ପ୍ରଥମ ସ୍ତ୍ରୀ କହିଛନ୍ତି କି ସେ ଏହି କାମ 5 ବର୍ଷ ହୋଇ ଗଲାଣି କଲେଣି |
ସେ ଅନେକ ଙ୍କୁ ବିବାହ କଲେଣି ଆଉ ତାଙ୍କ ସହିତ ଖରାପ ସମ୍ପର୍କ ରଖି ତାଙ୍କ ଭିଡ଼ିଓ ଭାଇରାଲ କରି ଦେବେ ବୋଲି ଧମକ ଦେଇ ବ୍ଲାକମେଲ କରନ୍ତି | ଆଉ ସେ ମତେ ମଧ୍ୟ କହି ଥିଲେ କି ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖି ତାଙ୍କୁ ବ୍ଲାକମେଲ କରିବା ପାଇଁ କିନ୍ତୁ ମୁଁ ତାଙ୍କର ଏକଥା ରେ ରାଜି ନଥିଲି |
ସେ ଯେତେ ବେଳେ 7 ନମ୍ବର କୁ ବିବାହ କରିଥିଲା ମୁଁ ସେତେବେଳେ ତା ନାଁ ରେ କେସ ମଧ୍ୟ କରିଥିଲି ଆଉ ତାର ଯଦି ସ୍ତ୍ରୀ ହିସାବ କରାଯିବ ତେବେ 12ଟି ସ୍ତ୍ରୀ ତାର ହେବ | ଆଉ ତାଙ୍କର ପ୍ରାୟ ସ୍ତ୍ରୀ ତାଙ୍କର ଏଭଳି କାମ କରିବା ପାଇଁ ରାଜି ହୋଇ ଯାଆନ୍ତି ଆଉ ଏକଥା ରେ ସେମାନେ କେହି ମୁହଁ ଖୋଲନ୍ତିନି କାରଣ ମୁହଁ ଖୋଲିଲେ ତାଙ୍କର ଇଜ୍ଜତ ଆଉ ପରିବାର ନଷ୍ଟ ହୋଇଯିବ | କିନ୍ତୁ ମୁଁ ଦେଢ଼ ବର୍ଷ ପୂର୍ବେ ମୁହଁ ଖୋଲି ଥିଲି ଆଉ ଡିସିପି ଙ୍କ ପାଖକୁ ସବୁ ପ୍ରମାଣ ନେଇକି ଯାଇଥିଲି କିନ୍ତୁ ମୋ କଥା କେହି ଶୁଣି ନଥିଲେ | ଆଉ ଗୋଟେ ବ୍ୟକ୍ତିଙ୍କୁ ସେ ବ୍ଲାକମେଲ କରିଥିବାର ମୁଁ ନିଜେ ଦେଖିଛି ଆଉ ସେ 5ଲକ୍ଷ ଟଙ୍କା ମଧ୍ୟ ଦେଇ ଥିଲେ |
ଆଉ ଏବେ ଯୋଉ ବାହାରୁଛି ଅର୍ଚନା ନାୟକ ସେ ତ ଏବେ ବାହାରିଛି କିନ୍ତୁ ତା ସ୍ୱାମୀ 5 ବର୍ଷ ପୂର୍ବରୁ ବାହାରି ସାରିଲାଣି ମାନେ ଅର୍ଚନା ଯଦି ନାଗୁଣୀ ହେବ ତେବେ ସେ ହେଉଛି ଡବଲ ନାଗ | ଆଉ ତାର ଇଚ୍ଛା ଥିଲା କି ସେ କୋଟିପତି ହେବ ଆଉ ମତେ ସବୁବେଳେ
କୁହେ କି ମୁଁ ଗରିବ ହେଇକି ଜନ୍ମ ହେଇଛି କିନ୍ତୁ କୋଟିପତି ହେଇକି ମରିବି ଆଉ ସେଇଟା ସେ ବି କରିକି ଦେଖେଇ ଦେଇଛି ବୋଲି ମହିଳା ଜଣଙ୍କ କହିଛନ୍ତି | ତେବେ ବର୍ତ୍ତମାନ ସମୟରେ ଏହି ମହିଳା ଙ୍କର କଥା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଘଟଣା କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରକାର ର ମତ ଦେଉଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।