ମାନବିକତା ଦେଖାଇଲେ ଟ୍ରାଫିକ ପୋଲିସ, ଦୃଷ୍ଟିହୀନଙ୍କୁ ରାସ୍ତା ପାର କରାଇ ଚର୍ଚ୍ଚାରେ ଟ୍ରାଫିକ ପୋଲିସ ….

ସୋସିଆଲ ମିଡିଆରେ ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।ବେଳେବେଳେ ସୋସିଆଲ ମିଡିଆରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହାକୁ ଦେଖି ବହୁତ ଖୁସି ଲାଗେ। ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ହୃଦୟସ୍ପର୍ଶୀ ଭିଡ଼ିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିଶ୍ଚିତ ଭାବରେ ପ୍ରଶଂସା କରିବେ। ଭିଡ଼ିଓରେ ଜଣେ ଟ୍ରାଫିକ ପୋଲିସ କର୍ମଚାରୀଙ୍କ ମାନବିକତା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି।

ଆଜିର ଦିନରେ ଆମ ସମାଜରେ ଲୋକଙ୍କ ପାଖରୁ ମାନବିକତାର ଘୋର ଅଭାବ ଦେଖିବାକୁ ମିଳୁଛି। ଲୋକଙ୍କ ପାଖରେ ମାନବିକତା ଦିନକୁ ଦିନ ହଜି ଯିବାରେ ଲାଗିଛି। ସମସ୍ତେ ନିଜ ନିଜ ସ୍ୱାର୍ଥ ହାସଲରେ ଲାଗି ପଡିଛନ୍ତି। କିନ୍ତୁ କିଛି ଲୋକଙ୍କ ପାଖରେ ଏବେ ବି ବଞ୍ଚିଛି ମାନବିକତା।

ଆଉ ଏକଥା ଜଣେ ଦିବ୍ୟାଙ୍ଗଙ୍କୁ ସାହା ହୋଇ ପ୍ରମାଣିତ କରିଛନ୍ତି ଏହି ଟ୍ରାଫିକ କର୍ମଚାରୀ ଜଣକ। ପ୍ରତିଦିନ ରାଜଧାନୀର ମୁଖ୍ୟ ରାସ୍ତାକୁ ଜଗି ରହିଥିବା ଟ୍ରାଫିକ ପୋଲିସଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି। ନିଜର ମାନବିକତା ପାଇଁ ସେ ଆଜି ଚର୍ଚ୍ଚାର ପରିସରକୁ ମଧ୍ୟକୁ ଆସିଛନ୍ତି। ଟ୍ରାଫିକ ନିୟମକୁ ଦେଖାଇ ସବୁ ଘଟଣା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଥିବା ଟ୍ରାଫିକ ପୋଲିସ ଜଣେ ବୃଦ୍ଧ ଅସହାୟ ବ୍ୟକ୍ତିଙ୍କ ପ୍ରତି ଯେଉଁ ମାନବିକତା ଦେଖାଇଛନ୍ତି ତାହା ଖୁବ୍ ପ୍ରଶଂସା ଯୋଗ୍ୟ।

 ତେବେ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତା ପାର ହେବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଆପଣ ଭିଡିଓରେ ଦେଖୁଥିବା ବୃଦ୍ଧ ବ୍ୟକ୍ତି ଜଣକ ଦୃଷ୍ଟିହୀନ ଅଟନ୍ତି। ଯାହାର ହାତ ଧରି ଟ୍ରାଫିକ ପୋଲିସ ବାବୁ ଜଣଙ୍କ ତାଙ୍କୁ ରାସ୍ତା ପାର କରାଇ ଛନ୍ତି। ହଁ ଆଜ୍ଞା ଏ ହେଉଛନ୍ତି ରାଜଧାନୀର ଜଣେ କର୍ତ୍ତବ୍ୟ ପରାୟଣ ଟ୍ରାଫିକ ପୋଲିସ କର୍ମଚାରୀ ଯିଏକି ଏଭଳି କିଛି ମାନବିକତା ଦେଖାଇଛନ୍ତି।

ଟ୍ରାଫିକ ପୋଲିସ କର୍ମଚାରୀ ଜଣଙ୍କ ଯେତେବେଳେ ଦେଖିଲେ ଯେ ଅନ୍ଧ ବ୍ୟକ୍ତି ଜଣକ ରାସ୍ତା ପାର ହେବା ପାଇଁ ଯାଉଛନ୍ତି ସେତେବେଳେ ସେ ଅନ୍ଧ ବୃଦ୍ଧ ବ୍ୟକ୍ତିଙ୍କ ହାତ ଧରି ପକାଇ ରାସ୍ତାରେ ଯିବା ଆସିବା କରୁଥିବା ଗାଡ଼ିକୁ ଅଟକାଇ ରାସ୍ତା ପାର କରାଇଛନ୍ତି। ତାଙ୍କର ଏଭଳି କିଛି ମାନବିକତାର ଝଲକ ଆଜି ରାଜଧାନୀର ଲୋକଙ୍କ ହୃଦୟକୁ ଛୁଇଁ ଯାଇଛି। ଭିଡ଼ିଓରେ ଆପଣମାନେ ଦେଖି ପାରୁଥିବେ କିଭଳି ଭାବରେ ଅନ୍ଧ ବ୍ୟକ୍ତିଙ୍କୁ ରାସ୍ତା ପାର କରାଇଛନ୍ତି ଟ୍ରାଫିକ ପୋଲିସ କର୍ମଚାରୀ ଜଣଙ୍କ। ତେବେ ତାଙ୍କର ଏହି ମାନବିକତାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯାହାକୁ ଲୋକେ ଖୁବ୍ ପସନ୍ଦ ଓ ପ୍ରଶଂସା ମଧ୍ୟ କରିବାରେ ଲାଗିଛନ୍ତି।

Leave a Comment