ଆଜି ଆମେ ତାଳପତ୍ର ପୋଥିରୁ ସଂଗୃହିତ ମାଳିକାର କଥା କିଛି ଆପଣମାନଙ୍କୁ ଜଣେଇବୁ, ଯାହା ମହାପୁରୁଷ ଛଅଶହ ବର୍ଷ ତଳେ ଲେଖି ଯାଇଥିଲେ । ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ମହାପୁରୁଷ କଣ କେବଳ ଓଡିଶାକୁ ନେଇ ମାଳିକା ରଚନା କରୁଥିଲେ ଆଉ ଭାରତ ବିଷୟରେ କି ବିଶ୍ବ ପାଇଁ କିଛି ଭବିଷ୍ୟ କରିନଥିଲେ । ତେବେ ମହାପୁରୁଷଙ୍କର ଜ୍ଞାନ କେବଳ ଓଡିଶା ମଧ୍ୟରେ ସିମୀତ ନଥିଲା ବରଂ ପଞ୍ଚସଖା ବିଶ୍ବବ୍ରହ୍ମାଣ୍ଡକୁ ନେଇ ମାଳିକା ରଚନା କରିଥିଲେ । ତେବେ ଆପଣ ଏହାକୁ ମାନିଲେ ମାନିବେ ନମାନିଲେ ନାହିଁଁ କିନ୍ତୁ ଏମାଳିକା କାହାକୁ ଡରେଇବା ପାଇଁ ନୁହେଁ ବରଂ ସତର୍କ କରିବା ପାଇଁ ।
ସେହି ତାଳପତ୍ର ଚଟି ବହିରେ ମହାପୁରୁଷ କହିଛନ୍ତି ଯେ କେବଳ ଓଡିଶା ମଧ୍ୟରେ ତାଙ୍କର ଜ୍ଞାନ ସୀମିତ ନଥିଲା ବରଂ ସାରା ବିଶ୍ବକୁ ନେଇ ସେ ଲେଖିଛନ୍ତି , ଏବଂ କେଉଁକେଉଁ ସ୍ଥାନରେ ଭକ୍ତ ଜନ୍ମ ହେବେ ଆଉ କିଭଳି ଭାବରେ ଢେଙ୍କାନାଳର ଢାଙ୍କୁଣୀ କେବେ ଖୋଲାହେବ ସେ କଥା ମଧ୍ୟ ଲେଖିଛନ୍ତି । ତେବେ ସେଠାରେ କଣ ହେବ –
ଭକ୍ତମାନଙ୍କର ଜନମ ଶୁଣି ମୋ ଦେଶବାସୀ , ମହାପୁରୁଷଙ୍କ ମାଳିକା ପ୍ରମାଣ ହୋଇଛି । ପଞ୍ଚୁପାଣ୍ଡବ ଯେ ଗଞ୍ଜାମେ ହେଲେଣି ଅବତାର, ରଖି ଯାଇଛନ୍ତି ଯେ ସମୀ ବୃକ୍ଷେ ବିରାଟ ଦେଶର । କୁରୁ ସୈନ୍ୟ ଜନ୍ମ ହେଲେଣି କାଶ୍ମିର ଦେଶେ ଜାଣ, ଆମେରିକାରେ ଅଭିମନ୍ୟୁ, ଲଣ୍ଡନେ ଦୁଃଶାସନ ।।
ଅର୍ଥାତ ପଞ୍ଚୁପାଣ୍ଡବ ଗଞ୍ଜାମରେ ଜନ୍ମ ହେବେ ଏବଂ କୁରୁ ସୈନ୍ୟ କାଶ୍ମିର ଦେଶରେ ଜନ୍ମ ହୋଇସାରିଲେଣି । ଏହାସହିତ ଆମେରିକାରେ ଅଭିମନ୍ୟୁ ଏବଂ ଲଣ୍ଡନରେ ଦୁଃଶାସନ ମଧ୍ୟ ଜନ୍ମ ହୋଇସାରିଲେଣି । ପୁଣି କହିଛନ୍ତି-
ଜାପାନରେ ଘଟୋତ୍କଚ ଯେ ଅଶ୍ବଥମା ସାମେ ,ଶଲ୍ୟ ଭୁରି ସଭା ଭୀଷ୍ମ ଯେ ଦ୍ରୋଣ ଗୁଡୁରାଟରେ । କର୍ଣ୍ଣ ଦୁର୍ଯ୍ୟଧନ ଜର୍ମାନୀ ଶକୁନି ରୁଷିଆରେ ।, ଅନ୍ୟ ଦେଶେ ଜନ୍ମିଛନ୍ତି ହିସାବ ନାହିଁ ତାରେ । ଢେଙ୍କାନାଳରୁ ଯେ ଢାଙ୍କୁଣି ସେହି ବେଳରେ ଖୋଲିବ, ରକ୍ତ ନଦୀ ସେହି ଠାବରୁ ୟେ ଆରମ୍ଭ ହୋଇବ ।
ଅର୍ଥାତ ଆପଣମାନେ ଦେଖୁଥିବେ ବର୍ତ୍ତମାନ ଯେଉଁ ଭାଇ ଭାଇର ଯୁଦ୍ଧ ଏସବୁର ଲକ୍ଷମ ଅଟେ । ତେବେ ମହାପୁରୁଷ ସେହି କଥା ଲେଖିଯାଇଛନ୍ତି ଯେ ଢେଙ୍କାନାଳରୁ ରକ୍ତର ନଦୀ ବୋହିବ । ତେଣୁ ଅସବୁ ଆପଣମାନେ ଆଦୌ ପ୍ରଶୟ ଦେବେନି କାରଣ ଏପରି ହେବା ଦ୍ବାରା ଘର ଘର ମଧ୍ୟରେ କଳି ଝଗଡା , ଭାଇ ଭାଇ ମଧ୍ୟରେ ଯୁଦ୍ଧଏବଂ ଦାମ୍ପତ୍ୟ ଜୀବନରେ ମଧ୍ୟ ଏହା ବହୁତ ପ୍ରଭାବ ପକାଇବ । ତେବେ ଆପଣମାନେ ନିଶ୍ଚୟ ଅଙ୍ଗେ ଲିଭାଇଥିବେ ୟେ ବର୍ତ୍ତମାନ ଆଉ ବାପା ପୁଅର ପଡୁନି , ଭାଇ ଭାଇ ସହିତ ଉତ୍ତମ ସଂପର୍କ ରହୁନାହିଁ ।
କଟକ କଟି ରକ ଧାର ମାଡି ଯେ ଚାଲିବ , ସେତେବେଳେ ରୁଷିଆ ରାଜା ଯେ ପୁଣି ମାଡି ଆସିବ ଲକ୍ଷେ ମାଡ ଶୂନ ଧରି ଆସି ପୂଜା କରିବ ରେଳଗାଡିରେ । ପ୍ରଭୁଙ୍କୁ ପୁଣି ଘେନି୍ଣ ଯିବେ ବଇରି ଷ୍ଟେସନେ ଅର୍ଜୁନ ଜଗିଣ ଯେ ଥିବ ଅର୍ଜୁନ ଗୋଟିଏ ଶରରେ ଇଞ୍ଜିନିକୁ ଭାଙ୍ଗିବ ବଇରି ଷ୍ଟେସନେ ପୁଣି ଇଞ୍ଜିନି ଚୁନା ହୋଇବ ଭକ୍ତମାନେ ଆସି ପ୍ରଭୁଙ୍କୁ ପୁଣି ଘେନି ଯିବେ ଛତିଆ ବଟରେ ନେଇଣ ପୂଜା ଯେ କରିବେ ।