ମାଳିକା ଦେଲା ଭବିଷ୍ୟବାଣୀ ! ଶ୍ରୀମନ୍ଦିରରେ ରାଗିଗଲେ ମହାଲକ୍ଷ୍ମୀ ଭାସିଯିବ ଓଡିଶା

ଏବେ ପୁଣି ସାମ୍ନାକୁ ଆସୁଛି ଗୋଟିଏ ଏମିତି ଆଶ୍ଚର୍ଯ୍ୟ ଜଣକ ଘଟଣା ଯାହା ସମସ୍ତଙ୍କ ମନରେ ସୃଷ୍ଟି କରିଛି ଚହଳ |ତେବେ ବନ୍ଧୁଗଣ ଦେଖିବାକୁ ମିଳୁଛି କି ଦିନକୁ ଦିନ ଶ୍ରୀକ୍ଷେତ୍ରରେ ଘଟି ଚାଲିଛି ଅଘଟଣ, ଆଉ ଯାହାର ପ୍ରଭାବ ପଡୁଛି ଆମ ଜୀବଜଗତ ଉପରେ | ତେବେ ଯାହା ପୂର୍ବରୁ ସୂଚନା ମିଳିଥିଲା ପୁରାଣ ଶାସ୍ତ୍ର ରୁ,କଣ ତାହା ସତ ହେବାକୁ ଯାଉଛି କି, ମାଳିକା ବଚନ ଆଉ ସତ ହେବନି ତ ତାହା ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହୋଇ ଉଙ୍କି ମାରୁଛି |

ତେବେ ଏହାର କାରଣ ହେଉଛି ଶ୍ରୀକ୍ଷେତ୍ର ରେ ଯେଉଁ ଭଳି ଭାବରେ ଆଶ୍ଚର୍ଯ୍ୟ ଜନକ ଘଟଣା ଦିନକୁ ଦିନ ଘଟିଚାଲିଛି ଯାହାକୁ ଦେଖି,ସେ ବାଉଶୀ ପାହାଚରେ ମୀନ ଖେଳିବା କଥା ହେଉ କି ପୃଥିବୀ ଧ୍ବଂସ ପାଇବା କଥା ହେଉ, ସେହି ସମସ୍ତ କଥା ମନେ ପଡୁଛି | ଆଉ ସତକୁ ସତ ସମସ୍ତ ଘଟଣା ଦିନକୁ ଦିନ ସତ ମଧ୍ୟ ହେବାକୁ ଯାଉଛି ବୋଲି ଲକ୍ଷ୍ୟ କରାଯାଉଛି |ତେବେ ଆସନ୍ତୁ ଏମିତି କଥା କଣ ପାଇଁ କୁହା ଯାଉଛି ତାହା ଉପରେ ଟିକିଏ ନଜର ପକାଇବା |

 


ତେବେ ଯାହା କୁହା ଯାଏ କି ମହାପ୍ରଭୁ ଅଚ୍ୟୁତା ନନ୍ଦ ଙ୍କ ମାଳିକା ଅନୁସାରେ ସେ କହିଥିଲେ କି ପୃଥିବୀ ଧ୍ବଂସ ହେବା ପୂର୍ବରୁ ମଣିଷ କୁ ମିଳିଯିବ ପୂର୍ବ ସୂଚନା | ବାଇଶି ପାହାଚରେ ପାଣି ଚାଲିବ ଆଉ ଶ୍ରୀକ୍ଷେତ୍ର ବୁଡି ଯିବ, ଆଉ ଏହି ସବୁ ଘଟଣା ଦିନକୁ ଦିନ ସତ ହେବାରେ ଲାଗିଛି କାରଣ, ଗତ କିଛି ଦିନ ହେଲା ଶ୍ରୀକ୍ଷେତ୍ର ରେ ଲଗାତର ଭାବରେ ଲାଗି ରହିଛି ଅଘଟଣ |ତେବେ ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଶ୍ରୀକ୍ଷେତ୍ର ରେ ଘଟି ଆସିଥିଲା ଅନ୍ଧକାର ଆଉ ବର୍ଷା କାରଣ ରୁ ବାଇଶି ପାହାଚରେ ମଧ୍ୟ ପ୍ରବଳ ପାଣି ଚାଲିବା ସହିତ ଝରଣାର ଭ୍ରମ ମଧ୍ୟ ସୃଷ୍ଟି କରିଥିଲା ଆଉ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଛିଡା ହେଇଥିଲେ ଭକ୍ତ ମାନେ |


ବର୍ତ୍ତମାନ ପୁଣି ମାଳିକା ଭକ୍ତ ବାବା ଶାରଦା ପ୍ରସାଦ କହିଛନ୍ତି ଯେ 2022 ମସିହାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଚାଷୀ । ଓଡିଶାରେ କୁ-ଷିର ଅବସ୍ଥା ଅତି ଶୋଚନୀୟ ହୋଇ ପଡିବ। “ମାଣେ ଚାଉଳକୁ କାହାଣେ କୁଣିଆ କୈବଲ୍ୟ ନିର୍ମାଲ୍ୟ ପଡିବ ତୁଣ୍ଡେ, ଛତିଶ ପାଟକେ ଭିକ୍ଷା ମାଗି ଯିବେ କୂଳଭୋଳଆ ଶୁଣି ଦାଣ୍ଡେ”।

 

କମଳା ନିର୍ଦୟ ହେବାରୁ ଉତ୍କଳ ଦେଶେ ଦୁର୍ଭିକ୍ଷ ପଡିବ, ପାପ ଭାର ସହି ନପାରିବ ପୁଣି ବସୁଧା ବିକଳ ହେବ । ମାଁ ଲକ୍ଷ୍ମୀ ରାଗିଲେ ଓଡିଶା ରେ ଦୁର୍ଭିକ୍ଷ ପଡିବ। ତେବେ ମାଁ ଲକ୍ଷ୍ମୀ ରାଗିବାର କାରଣ ହେଉଛି ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିରର 2 ଥର ରୋଷଚୁଲି ଭାଙ୍ଗି ଦିଆଗଲାଣି ସେଥିପାଇଁ ମାଲକ୍ଷ୍ମୀ କ୍ରୋଧିତ ଅଛନ୍ତି। ତେଣୁ କୁଷି ଉପରେ ବହୁତ ବିପତ୍ତି, ଆଉ ଏଥିରୁ ମୁକ୍ତି ପାଇବା ପାଇଁ ନମ ବ୍ରାହ୍ମଣ ଦେବାୟ, ଗୋ ବ୍ରାହ୍ମଣ ହିତାୟ ଚ ଜଗଧିତାୟ କୁଷ୍ଣାୟ ଚ ଗୋବିନ୍ଦାୟ ନ:ମ ନ:ମ ମନ୍ତ୍ର ଜପ କରିବା ସହିତ ସାଧୁସନ୍ଥଙ୍କୁ ସମ୍ମାନ କରନ୍ତୁ, ଗୋମାତାର ସେବା କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment