ମନୁଷ୍ୟ ଜନ୍ମ କୌଣସି ବରଦାନ ଠାରୁ କିଛି କମ ନୁହେଁ, ଆମ ଦେଶ ଭାରତ ବିଭିନ୍ନ ପ୍ରକାର ପ୍ରାକୃତିକ ଔଷଧ ରହିଛି ଏବଂ ଆମ ଦେଶରେ ଯେତେ ପ୍ରକାର ର ଗଛ ରହିଛି ତାହା ବୋଧ ହୁଏ ଅନ୍ୟ କୌଣସି ଦେଶ ରେ ନାହିଁ | ସେଥିପାଇଁ ଆମ ଦେଶକୁ ଚେର ମୂଳି ର ସଂଗ୍ରହଲୟ ବୋଲି ମଧ୍ୟ କୁହାଯାଇ ଥାଏ | ଏସବୁ ଗଛ ଆମ ଘର ଆଖପାଖ ରେ କେଉଁଠି ନା କେଉଁଠି ମିଳିଯିବ, କିନ୍ତୁ ଏହି ଗଛର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାର ଉପାୟ ଜଣା ନଥିବାରୁ ଏହାକୁ ଆମେ ଉପାଡି ଫିଙ୍ଗି ଦେଇ ଥାଉ | ତେବେ ଆଜି ଆମେ ବରକୁଳି ର ଫାଇଦା ସମ୍ପର୍କ ରେ ଜାଣିବା ଯାହାକି ବରକୁଳି ଗଛର ପତ୍ର ଆମର ବହୁତ ଅଧିକ ଫାଇଦା ଦେଇଥାଏ | ତେବେ ଆସନ୍ତୁ ଜାଣିବା ଏହା ଆମ ଶରୀର ରେ କେଉଁ ସବୁ ରୋଗ କୁ ଦୂର କରି ଦେଇଥାଏ |
ଏହା ଆମର ମୋଟାପଣ କୁ କମ କରିଥାଏ ଅର୍ଥାତ ବଢିଥିବା ଓଜନ କୁ କମ କରିଥାଏ | ଆପଣ ପ୍ରଥମେ ଏକମୁଠା ବରକୁଳି ପତ୍ର ନିଅନ୍ତୁ ଆଉ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏହାପରେ ଏହାକୁ କୁଟି ଦରଛେଚା କରି ଦିଅନ୍ତୁ | ଏହାପରେ ଆପଣ ଅଢେଇଶ ଏମେଲେ ପାଣି ନିଅନ୍ତୁ ଏବଂ ସେଥିରେ ସେହି ଦରଛେଚା ପତ୍ରକୁ ପକାଇ ଦିଅନ୍ତୁ | ଏହାପରେ ସେହି ପାଣିକୁ ରାତିସାରା ସେମିତି ଛାଡ଼ି ଦିଅନ୍ତୁ ତାପରଦିନ ସକାଳେ ଆପଣ ଏହି ପାଣିକୁ ଛାଣି ସେବନ କରନ୍ତୁ |
ଏହା ସହିତ ଯେଉଁ ମାନଙ୍କୁ ବାରମ୍ବାର ପରିସ୍ରା କରିବାର ସମସ୍ୟା ଥାଏ ଏବଂ ପରିସ୍ରା ସମୟରେ ଜଳନ ହୋଇଥାଏ ଏହା ତାହାକୁ ମଧ୍ୟ ଦୂର କରିଥାଏ | ପରିସ୍ରା ରେ ଜଳନ ହେଲେ ଆପଣ ଏହାର କିଛି ପତ୍ର ନେଇ ତାହାର ରସ କାଢି ଦିଅନ୍ତୁ, ଏହାପରେ ସେହି ରସ କୁ ଯଦି ଆପଣ ଉଷୁମ ପାଣି ସହିତ ମିଶାଇ ପିଇବେ ତେବେ ଆପଣଙ୍କର ଏହି ସମସ୍ୟା ଦୂର ହୋଇ ଯିବ | ଅନେକ ଥର ଆମ ଆଖି ପାଖରେ ଆଲୁଅ ହୋଇଯାଏ ବା ଘା ହୋଇଯାଏ ଏହା ସେହି ଘା କୁ ମଧ୍ୟ ଠିକ କରିଥାଏ, ଏହାର ରସ ସବୁ ପ୍ରକାର ଘା କୁ ଭଲ କରି ଦେଇଥାଏ |
ଏହାର ପ୍ରୟୋଗ କରି ଆପଣ ଆପଣଙ୍କର ଦାନ୍ତ ବିନ୍ଧା ସମସ୍ୟା ମଧ୍ୟ ଦୂର କରି ପାରିବେ | ଏପରି ସମସ୍ୟା ହେଲେ ଆପଣ ଅଳ୍ପ ବରକୁଳି ପତ୍ର ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ | ଏହାପରେ ଏକ ଗ୍ଲାସ ପାଣିରେ ଆପଣ ଏହାକୁ ବୟଲ କରନ୍ତୁ, ଯେମିତି ଏହି ପତ୍ର ର ସମସ୍ତ ପୋଷକ ତତ୍ତ୍ୱ ଏହି ପାଣି ମଧ୍ୟକୁ ଆସିଯିବ ତାପରେ ଆପଣ ଏହି ପାଣିରେ କୁଳି କରନ୍ତୁ | ଏହା ଦ୍ୱାରା ଆପଣଙ୍କର ଦାନ୍ତବିନ୍ଧା ସମସ୍ୟା ଓ ମାଢି ଯଦି ଫୁଲି ଯାଇ ଥିବ ତାହା ଦୂର ହୋଇଯିବ |
ଅନେକ ସମୟରେ ଆମ ହାତ ଗୋଡ଼ ରେ ଜଳନ ଅନୁଭବ ହୋଇଥାଏ ବୟସ୍କ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ | ସେମିତି ସ୍ଥିତି ରେ ଆପଣ ଏହି ପତ୍ରର ରସ କାଢି ହାତ ଗୋଡ଼ ରେ ମାଲିସ କରନ୍ତୁ ଦେଖିବେ ଆପଣଙ୍କ ହାତ ଗୋଡ଼ରେ ହେଉଥିବା ଜଳନ ଠିକ ହୋଇଯିବ |