ମୋଦି ସରକାରଙ୍କ ଦୀପାବଳି ଭେଟି ! ଆଉ ତିନି ମାସ ମିଳିବ ମାଗଣା ରାସନ୍‌….,ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ

ଆପଣ ତ ଜାଣିଛନ୍ତି ଆମ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀ ଙ୍କ ପାଇଁ କେତେ ଯୋଜନା ପ୍ରସ୍ତୁତ କରି କେତେ କଣ ସୁବିଧା ନେଇ ଆସିଛନ୍ତି | ଛୋଟ ଛୁଆ ରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସରକାର ସମସ୍ତ ପ୍ରକାର ର ସୁବିଧା ଯୋଗାଇ ଦେଇଛନ୍ତି | ପିଲା ମାନଙ୍କର ପାଠ ପଢିବା, ନାରୀ ପାଇଁ ଅନେକ ଯୋଜନା ଓ ବୃଦ୍ଧ ଙ୍କ ପାଇଁ ଭତା ଏମିତି ଅନେକ କିଛି ଯୋଜନା ରହିଛି |

ଆଗରୁ ଗରିବ ରେ ଲୋକ ଭୋକ ଉପାସ ରେ ରହୁ ଥିଲେ କିନ୍ତୁ ବର୍ତ୍ତମାନ ଯୁଗରେ ଆଉ କାହାକୁ ଭୋକ ଉପାସ ରେ ରହିବାକୁ ପଡ଼ୁ ନାହିଁ କାରଣ ରେସନ କାର୍ଡ ଦ୍ୱାରା ସରକାର ଚାଉଳ ମଧ୍ୟ ଯୋଗାଇ ଦେଉଛନ୍ତି | ତେବେ ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଯୋଜନା ବିଷୟ ରେ ଅବଗତ ହୋଇ ଥାଉ ଆଉ ବର୍ତ୍ତମାନ ସମୟରେ ପୁଣି ଏକ ଯୋଜନା ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ଖୁବ ଖୁସି ଅନୁଭବ କରିବେ | ତେବେ ଦୀପାବଳି ପୂର୍ବରୁ ହିଁ କେନ୍ଦ୍ର ସରକାର 80 କୋଟି ଲୋକ ଙ୍କୁ ଉପହାର ଦେଇଛନ୍ତି |


ସାଧାରଣ ଜନତାଙ୍କୁ ଦୀପାବଳି ଉପଲକ୍ଷେ ମୋଦି ସରକାରଙ୍କର ଏହା ହେଉଛି ଏକ ବଡ଼ ଭେଟି | ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି୩ ମାସ ବୃଦ୍ଧି ପାଇଛି, ଯାହାକି ମାଗଣା ରାସନ୍‌ ଯୋଜନାର ଅବଧିକୁ ଆଉ ତିନି ମାସ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ବୁଧବାର କେନ୍ଦ୍ର କ୍ୟାବିନେଟର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଏହି ଯୋଜନା ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ତେବେ ଆସନ୍ତୁ ଜାଣିବା ଏହି ଯୋଜନା ରେ କଣ କଣ ସୁବିଧା ମିଳିବ |


ତେବେ ଏହି ଯୋଜନା ରେ ମାଗଣା ରାସନ ରେ ମୋଦି ସରକାର 80 କୋଟି ଜନତା ଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ହିସାବ ରେ 5 କିଲୋ ଗହମ କିମ୍ବା ଚାଉଳ ପ୍ରଦାନ କରିବେ | କେବଳ ସେତିକି ନୁହେଁ ଏହା ସହିତ ମୁଣ୍ଡ ପିଛା ଏକ କିଲୋଗ୍ରାମ ଚଣା ମଧ୍ୟ ଦିଆ ଯାଇଥାଏ | ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସବସିଡି ମାଧ୍ୟମରେ ଲୋକଙ୍କୁ ଏହି ଯୋଜନାରେ ମାଗଣା ରାସନ ଯୋଗାଇ ଥାଆନ୍ତି ସକରାର |

କରୋନା ଅବଧିରେ ମହାମାରୀ ଦ୍ୱାରା ପ୍ରଭାବିତ ଗରିବଙ୍କ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା | ତେବେ ଏହି ଯୋଜନା କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି ଏବଂ ଏହାକୁ ନେଇ ଅନେକ ଲୋକ ଖୁସି ମଧ୍ୟ ଅନୁଭବ କରିଛନ୍ତି |b

Leave a Comment