ଦୁନିଆକୁ ଯିଏ ମନୁଷ୍ୟ ଜନ୍ମ ହୋଇ ଆସେ, ତା ସାଙ୍ଗରେ ସେ ତାର ଭାଗ୍ୟ କୁ ବି ନେଇ ଆସିଥାଏ। ଆଉ ଯେତେବେଳେ ସେ ଜନ୍ମ ହୋଇଥାଏ ,ଜନ୍ମ ହେବାର ୨୦ ଦିନ ପରେ ସେହି ସନ୍ତାନ ର ନାମକରଣ ହୋଇଥାଏ। ଜନ୍ମ ସମୟ, ଜନ୍ମ ସ୍ଥାନ ଓ ଗ୍ରହ ନକ୍ଷତ୍ର ମାନଙ୍କର ଅବସ୍ଥିତି କୁ ଆକଳନ କରାଯାଇ ବ୍ୟକ୍ତି ର ନାମକରଣ କରାଯାଇଥାଏ। ନାମ ର ପ୍ରଥମ ଅକ୍ଷର ଗୁଡ଼ିକୁ ଆଧାର କରି ବ୍ୟକ୍ତି ର ଚରିତ୍ର ଏବଂ ସ୍ୱଭାବ ବିଷୟରେ ଆକଳନ କରାଯାଇଥାଏ। ତେବେ ଜାଣିବା ସେହି ବ୍ୟକ୍ ମାନଙ୍କ ବିଷୟରେ ଯେଉଁ ମାନଙ୍କର ନାମ ଇଂରାଜୀ ଅକ୍ଷର S, R, B, M ଅଟେ।
୧- S ନାମ ର ବ୍ୟକ୍ତି
ଏହି ନାମ ର ବ୍ୟକ୍ତି ମାନେ ବହୁତ ପରିଶ୍ରମ କରିଥାନ୍ତି। ନିଜ ପରିଶ୍ରମ ଦ୍ୱାରା ଅତ୍ୟନ୍ତ କଷ୍ଟ କାର୍ଯ୍ୟ କୁ ମଧ୍ୟ ସହଜ କରି ଦେଇଥାଏ। ପ୍ରେମ ମାମଲା ରେ ଏମାନେ ଟିକିଏ ଲାଜକୁଳା ସ୍ୱଭାବର ହୋଇଥାନ୍ତି। ଏମାନେ ନିଜର ଭଲ ପାଇବା କୁ କାହାକୁ ମଧ୍ୟ କହି ପାରନ୍ତି ନାହିଁ। ଏହି ବ୍ୟକ୍ତି ମାନେ ନିଜ ଜୀବନ ଉପରେ ଅଧିକ ଧ୍ୟାନ ଦେବାକୁ ପସନ୍ଦ କରିଥାନ୍ତି। ଏହି ନାମର ବ୍ୟକ୍ତି ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଏହା ଯେ ଏମାନଙ୍କ ଲଭ୍ ଲାଇଫ୍ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଧନ ଜନିତ ସମସ୍ୟା ଦୂର ହୋଇଯିବ।
୨- R ନାମର ବ୍ୟକ୍ତି
ଏହି ନାମ ର ବ୍ୟକ୍ତି ମାନେ ନିଜ କଥା ଭାବିବା ପୂର୍ବରୁ ଅନ୍ୟ ମାନଙ୍କ କଥା ଭାବିଥାନ୍ତି। ଏମାନେ ଖୁସି ମିଜାଜ୍ ର ବ୍ୟକ୍ତି ଅଟନ୍ତି। ଏହି ନାମ ର ବ୍ୟକ୍ତି ମାନେ ବହୁତ ଖାଦ୍ୟ ପ୍ରିୟ ହୋଇଥାନ୍ତି। ଏମାନେ ବହୁତ କର୍ତ୍ତବ୍ୟ ନିଷ୍ଠା ସହିତ କାର୍ଯ୍ୟ କରିଥାନ୍ତି। ଏମାନଙ୍କ ପାଇଁ ଖୁସି ଖବର ହେଉଛି ଯେଉଁ ମାନଙ୍କର ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଛି ସେମାନେ ଶୀଘ୍ର ଆରୋଗ୍ୟ ହୋଇଯିବ।
୩- B ନାମ ର ବ୍ୟକ୍ତି
ଏହି ନାମ ର ବ୍ୟକ୍ତି ନିଜର କୌଣସି କଥାକୁ କାହା ସହିତ ସେୟାର କରିବା ପାଇଁ ପସନ୍ଦ କରନ୍ତି ନାହିଁ। ଏହି ନାମ ର ବ୍ୟକ୍ତି ଅନ୍ୟ ମାନଙ୍କୁ ସାହାଯ୍ୟ କରିବି ନାହିଁ ଅଧିକ ପସନ୍ଦ କରନ୍ତି ।ଏମାନେ ସାଧାରଣତଃ ହୃଦୟରୁ କୋମଳ ହୋଇଥାନ୍ତି। ଏମାନଙ୍କ ପାଇଁ ଖୁସି ଖବର ଏହା ଯେ ଏମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ହେବା ସହିତ ଲଭ୍ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ।
୪- M ନାମ ର ବ୍ୟକ୍ତି
ଯେଉଁ ବ୍ୟକ୍ତି ର ନାମ ଏମ୍ ଅକ୍ଷର ରୁ ଆରମ୍ଭ ହୋଇଥାଏ,ସେମାନେ ବହୁତ ଖେଳପ୍ରିୟ ହୋଇଥାନ୍ତି। ଏହି ନାମର ବ୍ୟକ୍ତି ମାନେ ବହୁତ ସମୟ ପଢାପଢିରେ ବିତେଇଥାନ୍ତି। ଏମାନଙ୍କ ମନ ସବୁବେଳେ ବିଚଳିତ ହୋଇଥାଏ। ଏମାନଙ୍କ ପାଇଁ ଖୁସି ଖବର ହେଉଛି ଏମାନଙ୍କର ଅଟକି ରହିଥିବା କାର୍ଯ୍ୟ ଏ ବର୍ଷ ସମ୍ପୂର୍ଣ୍ଣ ହେବ, ଲଭ୍ ଜନିତ ସମସ୍ୟା ମଧ୍ୟ ଦୂର ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।