ତେବେ ଆମ ସମାଜ ରେ ବିବାହ ହିଁ ସବୁଠାରୁ ବଡ଼ ସମ୍ପର୍କ ଓ ପବିତ୍ର ବନ୍ଧନ ହୋଇ ଥାଏ ଯାହାକୁ ସାତ ଜନ୍ମ ର ସାଥି ହୋଇ ଦମ୍ପତି ମାନେ ତୁଲାଇ ଥାଆନ୍ତି | ଯେତେ ବେଳେ ଉଭୟ ବିବାହ କରି ଥାଆନ୍ତି ସେତେ ବେଳେ ସ୍ୱାମୀ ହିଁ ସ୍ତ୍ରୀ ର ସବୁ ଦାୟିତ୍ୱ ବହନ କରିଥାଏ, ସ୍ତ୍ରୀ ମଧ୍ୟ ତାକୁ ହିଁ ଇହକାଳ ପରକାଳ ର ଦେବତା ଭାବି ବିଶ୍ୱାସ ରଖି ତା ହାତ ଧରି ଥାଏ | ତେବେ ଆପଣ ତ ଜାଣିଛନ୍ତି ଆମ ଓଡ଼ିଶା ସରକାର ରାଜ୍ୟ ବାସୀ ଙ୍କ ପାଇଁ ଅନେକ କିଛି ସୁବିଧା ଯୋଗାଇ ଦେଇଛନ୍ତି ଯାହା ଦ୍ୱାରା ଲୋକ ମାନେ ଅନେକ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ଆଜି ଆଗକୁ ବଢ଼ି ପାରିଛନ୍ତି |
ବୁଢ଼ା ବୁଢ଼ୀ ଙ୍କ ପାଇଁ, ଛୋଟ ଛୁଆ ଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ଏମିତି ଅନେକ ସୁବିଧା ଯୋଗାଇ ଦେଇଛନ୍ତି | କିନ୍ତୁ ବର୍ତ୍ତମାନ ସମୟରେ ବିବାହ ପରେ ଏବେ ଦମ୍ପତି କି ବିବାହ ର ଉପହାର ମଧ୍ୟ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସୂଚନା ମିଳିଛି | ତେବେ ଏଭଳି ଏକ ଯୋଜନା ଶୁଣି ଆପଣ ଙ୍କୁ ନିହାତି ଭାବରେ ଟିକେ ଆଶ୍ଚର୍ଯ୍ୟ ତ ଲାଗୁ ଥିବ କିନ୍ତୁ ଏବେ ଏହି ଖବର ହିଁ ସାମ୍ନା କୁ ଆସିଛି | ତେବେ ପ୍ରଥମ ରାଜ୍ୟ ଭାବେ ଆମ ଓଡ଼ିଶା ସରକାର ହିଁ ଏଭଳି ଏକ ବ୍ୟବସ୍ତା ଆରମ୍ଭ କରିଛନ୍ତି | ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନଆରଏଚଏମ ତରଫରୁ ଦିଆଯିବ ‘ନବଦମ୍ପତି ଗିଫ୍ଟ’ |
ଏହାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନଆରଏଚଏମ୍ ନିର୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି | ତେବେ ତାଙ୍କ ଅଞ୍ଚଳ ର ଆଶା କର୍ମୀ ମାନେ ହିଁ ନୂଆ ବିବାହ କରି ଥିବା ସ୍ୱାମୀ ସ୍ତ୍ରୀ ଙ୍କୁ ଏହି ଉପହାର ପ୍ରଦାନ କରିବେ | ତେବେ ଅତି କମ ରେ ତିନି ବର୍ଷ ମଧ୍ୟରେ ନୂଆ ଦମ୍ପତି ମାନେ ତାଙ୍କ ପ୍ରଥମ ସନ୍ତାନ ଓ ଦ୍ୱିତୀୟ ସନ୍ତାନ ବ୍ୟବଧାନ କରିବେ ଏହାକୁ ଆଖି ଆଗରେ ରଖି ସେମାନଙ୍କୁ କିଛି ଗିଫ୍ଟ ଦିଆଯିବ |
ତେବେ ଏହି ଗିଫ୍ଟ ରେ ରହିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ, ଓରାଲ କଣ୍ଟ୍ରାସେପଟିକ ପିଲସ, ପ୍ରେଗନାନ୍ସି ଟେଷ୍ଟିଂ କିଟ୍, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲସ ଓ ବିବାହ ପଞ୍ଜୀକରଣ ଫର୍ମ ଇତ୍ୟାଦି ନବ ଦମ୍ପତି ମାନଙ୍କୁ ପ୍ରଦାନ କରାଯିବ |
ତେବେ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା ସେପ୍ଟେମ୍ବର ମାସରୁ ନୂଆ ଦମ୍ପତି ଙ୍କ ପାଇଁ ଲାଗୁ କରାଯିବ | ଏଭଳି ଏକ ଯୋଜନା ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ହିଁ ନୂଆ ଦମ୍ପତି ଙ୍କୁ ଗିଫ୍ଟ ପ୍ରଦାନ କରୁଛି | ଏହି ଯୋଜନା ଉଭୟ ସହର ଏବଂ ଗ୍ରାମାଞ୍ଚଳ ରେ କାର୍ଯ୍ୟକାରୀ ହେବ ଆଉ ଯାହାକୁ ନେଇ ଏବେ ଲୋକ ମାନେ ମଧ୍ୟ ଖୁବ ଖୁସି ଅଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।