ରାତିରେ କେବଳ ୧ ଗ୍ଲାସ୍ ପିଅନ୍ତୁ, କୁମ୍ଭକର୍ଣ୍ଣ ଭଳି ନିଦ ଆସିବ | Insomnia Treatment

ଆମେ ସମସ୍ତେ ଜାଣିଛି କି ଆମ ମନ ଠିକ ରହିବା ସହିତ ଆମର ଜୀବନକୁ ସଠିକ ରାସ୍ତାରେ ଆଗେଇ ନେବା ପାଇଁ ମୁଖ୍ୟ ଜିନିଷ ଟି ହେଉଛି ସ୍ୱାସ୍ଥ୍ୟ | ତେବେ ଆମର ସ୍ୱାସ୍ଥ୍ୟ ପାଇଁକି ଖାଇବା ଯେମିତି ନିହାତି ଆବଶ୍ୟକ ହୋଇଥାଏ , ସେହିଭଳି ଆବଶ୍ୟକ ହୋଇଥାଏ ନିଦ୍ରା | ଯଦି ଜଣେ ମଣିଷ ର ନିଦ୍ରା ଠିକ ଭାବରେ ହୋଇ ନ ଥାଏ ତାହେଲେ ତାହାର ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପକାଇଥାଏ | ତେବେ ସେହି ନିଦ୍ରା ଜନିତ ସମସ୍ୟା କାହିଁକି ହୋଇଥାଏ ଓ ନିଦ୍ରା ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁକି କଣ ସବୁ କାରଣ ରହିଛି, ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା |

ତେବେ ନିଦ୍ରା ଜନିତ ସମସ୍ୟା ଯଦି ରାତିରେ ଦେଖା ଯିବ ତାହେଲେ ସେହି ନିଦ୍ରା ର ପ୍ରଭାବ ଆମର ଦିନରେ ଦେଖା ଯାଉଥିବା ବିଭିନ୍ନ କାର୍ଯ୍ୟ ଉପରେ ପଡିଥାଏ | ତେବେ ଆଜି ମୁଁ ଆପଣ ମାନଙ୍କୁ କିଛି ଏମିତି ଘରେଇ ଉପଚାର ବିଷୟରେ ଶିଖାଇବି ଯାହାକୁ ବ୍ୟବହାର କରିକି ଆପଣ ମାନେ ନିଦ୍ରା ଜନିତ ସମସ୍ୟାରୁ ସବୁଦିନ ପାଇଁକି ମୁକ୍ତି ପାଇପାରିବେ |

 

ତେବେ ଆମେ ଜାଣିଛି ଅଧିକ ଷ୍ଟ୍ରେସ ରେ ରହିବା ଫଳରେ ଓ ଆମର ଅନ୍ୟ କୌଣସି କାରଣ ରୁ ଯଦୁ ନିଦ୍ରା ଠିକ ଭାବରେ ହେଉ ନ ଥିବ ବା ରାତିରେ ଯଦି ନିଦ ଅଧାରୁ ଭାଙ୍ଗି ଯାଉଥିବ | ତାହେଲେ ସେଥିରି ମୁକ୍ତି ପାଇବା ପାଇଁ ଆମେ କିଛି ଘରୋଇ ରେମିଡି ବିଷୟରେ ଆସନ୍ତୁ ଜାଣିବା |

ଆବଶ୍ୟକ ସାମଗ୍ରୀ :-

 


ସୋରିଷ ତେଲ,ଅଶ୍ଵଗନ୍ଧା,ସର୍ପଗନ୍ଧା,ଡାଲଚିନି,ଜାଇଫଳ, କେଶର, କ୍ଷୀର, ମହୁ

1.ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗୋଡକୁ ଦେଇ ସୋରିଷ ତେଲ ମାଲିସ୍ କରି ଶୋଇଲେ ଭଲ ନିଦ ହୋଇଥାଏ।


2. ଏହାଛଡା ଅଶ୍ୱଗନ୍ଧା ଗୁଣ୍ଡ ଓ ସର୍ପଗନ୍ଧା ଗୁଣ୍ଡର ଦୁଇଟି ଚେର ମୂଳିକୁ ସମ ପରିମାଣର ଗୁଣ୍ଡ ପ୍ରସ୍ତୁତ କରି ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ମିଶାଇ ସେବନ କରିବା ଦ୍ବାରା ମଧ୍ଯ ଭଲ ନିଦ ହୋଇଥାଏ।

3. ଅଧା ଗ୍ଲାସ ଉଷୁମ ପାଣିରେ କିମ୍ବା ଅଧଗ୍ଲାସ ଉଷୁମ କ୍ଷୀରରେ ଏକ ଚାମଚ ଡାଲିଚୀନ ଗୁଣ୍ଡ ମିଶାଇ ପିଇଲେ ଏବଂ 1 ଗ୍ଲାସ ଉଷୁମ ପାଣିରେ 1 ଚାମଚ ଜାଇଫଳ ର ଗୁଣ୍ଡ ଶୋଇବା ପୂର୍ବରୁ ପିଇବା ଦ୍ୱାରା ମଧ୍ଯ ଭଲ ନିଦ ଆସିଥାଏ।

4. କ୍ଷୀର ରେ କେଶର ମିଶାଇ ଏବଂ ଏକ ଗ୍ଲାସ ଉଷୁମ କ୍ଷୀର ରେ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଆପଣଙ୍କୁ ସୁଖ ନିଦ୍ରା ଆସି ଥାଏ।

ତେବେ ଏହିପରି କିଛି ପ୍ରାକୃତିକ ଉପଚାର କିମ୍ବା ଶୋଇବା ପୂର୍ବରୁ କିଛି ସମୟ ମେଡିଟେସନ୍ କରି ଶୋଇଲେ ମଧ୍ଯ ଭଲ ନିଦ ଆସି ଥାଏ ବୋଲି ପ୍ରମାଣ ରହିଛି। ତେଣୁ ଆପଣ ମାନଙ୍କୁ ଯଦି ରାତିରେ ଠିକ୍ ସେ ନିଦ ହେଉ ନାହିଁ କିମ୍ବା ଅନିଦ୍ରା ଜନିତ କୋଣସି ସମସ୍ଯା ରହିଛି ତାହେଲେ ଏହି ସବୁ ଉପାୟ ମଧ୍ଯ ରୁ କୌଣସି ବି ଗୋଟିଏ ପ୍ରତିଦିନ କରନ୍ତୁ ଦେଖିବେ ଆପଣଙ୍କ ର ସମସ୍ତ ସମସ୍ଯାର ସମାଧାନ ହୋଇ ଯିବ।

Leave a Comment