ପ୍ରତ୍ୟେକ ଝିଅ ବା ପୁଅ ଗୋରା ଓ ସୁନ୍ଦର ତ୍ୱଚା ଦେଖା ଯିବାକୁ ସମସ୍ତେ ଚାହାନ୍ତି ଆଉ ସେଥିପାଇଁ ବହୁତ ଲୋକ ଏହା ପଛରେ ଅନେକ ଅର୍ଥ ଖର୍ଚ୍ଚ କରିଥାନ୍ତି ।ତେବେ ବହୁତ ସମୟରେ ଆମ ହାତ ପାଖରେ ବି ଏମିତି ଜିନିଷ ଥାଏ ଯାହା ବାହାରର କେମିକାଲ ଯୁକ୍ତ ଦ୍ରବ୍ୟ ଗୁଡିକ ଠାରୁ ଖୁବ ଭଲ ଓ ଉପକାରୀ ବି ।ଆଉ ସେଥିରେ ଅର୍ଥ ବି ବେଶୀ ଖର୍ଚ୍ଚ ହେଇ ନଥାଏ, ତେବେ ଆଜି ଆମେ ଆମେ ଆପଣଙ୍କ ପାଇଁ ଏମିତି ଗୋଟାଏ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ଫେସର ସମସ୍ତ ପ୍ରକାରର ସମସ୍ୟା କୁ ଚୁଟିକିରେ ଶେଷ କରିବ ।
ତେବେ ଆପଣ ବହୁତ କିଛି ବ୍ୟବହାର କରିଥିବେ ତ୍ୱଚାରେ କିନ୍ତୁ ଏହି ଉପଚାରରେ କୌଣସି ପ୍ରକାରର କେମିକାଲ ନାହିଁ ଯାହା ଆପଣଙ୍କ ତ୍ୱଚାରେ କିଛି ବି କ୍ଷତି କରିବ ।ଆଉ ଏହାକୁ ସମସ୍ତ ବର୍ଗର ଲୋକମାନେ ଖୁବ ସହଜରେ ନିଜ ଫେସରେ ବ୍ୟବହାର କରିପାରିବେ ।ତେବେ ତେବେ ଆପଣ ମାନେ ବି ଜାଣିବାକୁ ଚାହୁଁଥିବେ ସେହି ଉପଚାର ବିଷୟରେ ତେବେ ଜାଣିବା ସେହି ବିଷୟରେ ।
ଆବଶ୍ୟକ ସାମଗ୍ରୀ:-
ବେଶନ
-ଚାଉଳ ଗୁଣ୍ଡ
-ହଲଦୀଗୁଣ୍ଡ
-ଶୁଖିଲା ନିମ୍ବ ପତ୍ର ଗୁଣ୍ଡ
-ଦହି / ମେଥିପାଣି
ସାମଗ୍ରୀ ଗୁଡିକର ଉପକାରିତା:-
– ଏହି ରିମେଡି ପ୍ରସ୍ତୁତି ପାଇଁ ଆପଣ ପ୍ରଥମେ ବେଶନ ନିଅନ୍ତୁ ତେବେ ବେଶନ ସମସ୍ତଙ୍କ ଫେସରେ ସୁଟ କରିଥାଏ ଆଉ ଏହା ଫେସରେ ଲଗାଇଲେ ଫେସର ଗ୍ଲୋ ବଡ଼ିଥାଏ ।
-ଚଉଳଗୁଣ୍ଡ ଫେସରେ ଲଗାଇଲେ ଏହା ଫେସରେ ଥିବା ଡେଡ଼ ସେଲକୁ ରିମୋଭ କରିଥାଏ ।
-ହଲଦୀଗୁଣ୍ଡ ଓ ନିମ୍ବ ପତ୍ର ଏଣ୍ଟିବାୟଟିକ ପରି କାମ କରିବା ସହିତ ଫେସରେ ଦାଗକୁ କ୍ଲିୟର କରିଥାଏ ।
-ଦହି ବା ମେଥିପାଣି ଫେସରେ ଲଗାଇଲେ ଏହା ଫେସକୁ ସଫ୍ଟ କରିବା ସହିତ ଫେସରେ ସବୁବେଳେ ଗ୍ଲୋ ଆଣିଥାଏ ।
ରେମେଡି ପ୍ରସ୍ତୁତି ପ୍ରଣାଳୀ:-
-ତେବେ ଆପଣ ଗୋଟିଏ ପାତ୍ରରେ ଦୁଇ ଚାମୁଚ ବେଶନ ନିଅନ୍ତୁ ତାପରେ କିଛି ନିମ୍ବ ପତ୍ରକୁ ଶୁଖାଇ ତାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ ।ଆଉ ସେଥିରୁ ଚାମୁଚ ଶୁଖିଲା ନିମ୍ବ ପତ୍ର ଗୁଣ୍ଡ ଏକ ଚାମୁଚ ଚାଉଳ ଗୁଣ୍ଡ ସେହି ପାତ୍ରରେ ରଖନ୍ତୁ ।ତାପରେ ସେହି ପାତ୍ରରେ ଟିକିଏ ହଲଦୀ ଗୁଣ୍ଡ ପକାନ୍ତୁ ଓ ସବୁକୁ ଗୋଲାଇବା ଏକ ପେଷ୍ଟ ପାଇଁ ଆବଶ୍ୟକ ମୁତାବକ ଦହି ମିଶାନ୍ତୁ ।ତେବେ ଦହି ଜାଗାରେ ଆପଣ ମେଥିପାଣି ବି ବ୍ୟବହାର କରିପାରିବେ ।
-ଏବେ ଏହି ସବୁକୁ ଭଲ ଭାବରେ ଗୋଳାଇ ଏକ ପେଷ୍ଟ ପ୍ରସ୍ତୁତ କଲାପରେ, ତାହାକୁ ନିଜ ଫେସରେ ତୁଳା ସାହାଯ୍ୟ ରେ ଲଗାନ୍ତୁ ।ତେବେ ଏହି ପେଷ୍ଟ ଆପଣ ସପ୍ତାହ ରେ ଦୁଇ ରୁ ତିନି ଥର ଲଗେଇ ପାରିବେ ।ଆଉ ଏହାକୁ ବ୍ୟବହାର କଲାପରେ ଆପଣଙ୍କ ଫେସରେ ରିଙ୍କିଲ ରହିବ ନାହିଁ, ଟାନୀଂ ଦୁରହେବ ଓ ଚମକ ବଡିବାରେ ଲାଗିବ ।