ରାତି ଅଧରେ ଦୁଇ ଜମାଟୋ ବଏ କଲେ ଏପରି କାମ ,ଯାହା ଏବେ ସୋସିଆଲ ମିଡିଆରେ ଜୋରସୋରରେ ହେଉଛି ଭାଇରାଲ | Zomato boy

ଆପଣ ତ ଜାଣନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ଅନଲାଇନ୍‌ ଅର୍ଡରର ଡିମାଣ୍ଡ । କାରଣ ଲୋକଙ୍କୁ ଏହା ବେଶ ସୁହାଉଛି । ଯେତେବେଳେ ମନ ହେଲା, ମୋବାଇଲ କାଢ଼ିଲେ ଆଉ ଆପ୍‌କୁ ଯାଇ ଅର୍ଡର ଦେଲେ, ମାତ୍ର କିଛି ସମୟ ମଧ୍ୟରେ ଖାଇବା ଆସି ପହଞ୍ଚିଯାଏ ଆପଣଙ୍କ ପାଖରେ ।ଏମିତିକି ବିଳମ୍ବିତ ରାତିରେ ମଧ୍ୟ ଏହି ଅନଲାଇନ୍ ଅର୍ଡର ଓ ଡେଲିଭରୀ ବ୍ୟବସ୍ଥା ରହିଛି । ଦିନବେଳେ ଲୋକଙ୍କୁ ଖରାରେ ବାହାରକୁ ବାହାରିବା ପାଇଁ ପଡ଼ୁନି କି ଟ୍ରାଫିକ୍‌ ଜାମ୍‌ରେ ଫସିଥିବାର ଚାନ୍ସ ନାହିଁ । ଅର୍ଡର ଦେଲେ ଘରେ ଆସି ପହଞ୍ଚିଯାଉଛି ଖାଦ୍ୟ ।

ତେବେ ଡେଲିଭରି ଏଜେଣ୍ଟଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । କେତେବେଳେ ସେମାନଙ୍କର ଷ୍ଟ୍ରଗଲକୁ ନେଇ ତ’ ଆଉ କେବେ ସେମାନଙ୍କ ଉପରେ ଲୋକମାନେ ଅତ୍ୟାଚାର କରୁଥିବା ଭିଡିଓ ଦେଖିବାକୁ ମିଳୁଛି । ସେସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଦୃଶ୍ୟ କୁ ଆପଣ ମାନେ ଦେଖିଲେ ଭଲ ଭାବରେ ଜାଣିପାରିବେ କି କିଭଳି ଭାବରେ ଦୁହିଁଙ୍କର ଜୀବନ ର କାହାଣୀ ବିଷୟରେ | ଆଉ ଲୋକ ମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ କେତେ କଷ୍ଟ ସହିବାକୁ ପଡୁଛି ସେମାନଙ୍କୁ | ଆଉ ଯାହା ବିଷୟରେ ଆପଣ ମାନେ ଜାଣିଲେ ମଧ୍ୟ ସେମାନଙ୍କର ମହାନତା ବିଷୟରେ ଜାଣି ପାରିବେ |


ଆମେ ମାନେ ଆମର ଆବଶ୍ୟକତା କୁ ପୂରଣ କରିବା ଅର୍ଥାତ ଖାଇବା ମଗାଇବା କାମ ସିନା ମୋବାଇଲ ରେ 2 ମିନିଟ ରେ କରିଦେଇଥାଉ, କିନ୍ତୁ ସେହି କାମକୁ ଲିଭାଇବା ଯେ କେତେ କଷ୍ଟ ଆଉ ସେହି କାମ ଯୋଗୁଁ ଯେ କାହାର ଘର ଆଉ ପରିବାର ଚଳୁଛି ଯାହା ବିଷୟରେ ଆପଣ କେବେ ଭାବି ବି ନଥିବେ | ତାହେଲେ ଆସନ୍ତୁ ସେମାନଙ୍କ ଉପରେ ଟିକିଏ ନଜର ପକାଇବା | ଯାହାର ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁ ଭିଡିଓ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ପାରିବେ ଯେ ଏହା ହେଉଛି ଆମ ସମାଜ ରେ ବଞ୍ଚି ରହିବା ପାଇଁ ଏକ ଶିକ୍ଷା ଅଟେ।

ଆମେ ପ୍ରାୟତଃ ଜମାଟୋ ବୟଙ୍କ ଦୁଃଖଭରା କାହାଣୀ ବିଷୟରେ ଅନେକ ସମୟରେ ଅବଗତ ହୋଇଛୁ ହେଲେ ଏଠାରେ କିଛି ଭିନ୍ନ ଦୁଶ୍ଯ ଦେଖିବାକୁ ମିଳିଛି, ଆଉ ଯେଉଁ ଦୁଶ୍ଯ ଆଜିର ସମାଜକୁ ଅନେକ କିଛି ବାର୍ତ୍ତା ଦେଇଛି । ଦୁଃଖରେ ରହି ମଧ୍ଯ କେମିତି ନିଜ ଜୀବନକୁ ଉପଭୋଗ କରାଯାଇପାରେ ଏ ଭାଇ ଦୁଇ ଜଣ ସମସ୍ତଙ୍କୁ ଶିକ୍ଷା ଦେଉଛନ୍ତି। ଥରେ ଭଲରେ ନଜର ପକାନ୍ତୁ ଏହି ଭିଡିଟିକୁ ଯାହା ସମସ୍ତଙ୍କୁ ଏକ ପ୍ରେରଣା ଦେଉଛି ଯେ ଜୀବିକା ଆଉ ଜୀବନକୁ କେମିତି ବାଲାନ୍ସ କରି ଜୀବନ ଜିଇଁବାକୁ ପଡିବ।

ଏ ଭିଡିଓଟି ହେଉଛି ତେଲେଙ୍ଗାନାର । ଏଠାରେ ଦୁଇ ଜମାଟୋ ଡେଲିଭରି ବୟ ରାସ୍ତା ମଝିରେ ରିଲ୍ସ କରୁଛନ୍ତି । ଆଉ ରିଲ୍ସ କରୁକରୁ ଗୋଟିଏ ଅର୍ଡର ଆସିଯାଉଛି । ଦୁହେଁ ପରସ୍ପରକୁ ବାୟ କରି ପୁଣି କାମରେ ବାହାରି ପଡୁଛନ୍ତି । ସତରେ ଏଦୁଶ୍ଯ କେତେ ହୃଦୟସ୍ପର୍ଶୀ, କିପରି ଭାବରେ ଦୁହେଁ ଜୀବିକା ଆଉ ଜୀବନ ଭିତରେ ଅତି ସୁନ୍ଦର ଭାବରେ ସମନ୍ବୟ ରଖି ଜୀବନରେ ଆଗକୁ ଆଗକୁ ବି ଚାଲିଛନ୍ତି । ତେଣୁ ଏଥିରୁ ଏତିକି ଶିକ୍ଷା କରନ୍ତୁ କିପରି ଜୀବନରେ ନିଜେ ହସି ଅନ୍ଯକୁ ହସାଇ ପାରିବେ ଶିକ୍ଷା ଲାଭ କରନ୍ତୁ।

Leave a Comment