ସମସ୍ତେ କିଛି ନା କିଛି ଭିଡ଼ିଓ ପ୍ରସ୍ତୁତ କରି ଏହି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି | କିଏ ଗୀତ ଗାଇ ଭିଡ଼ିଓ ଉପଲୋଡ କରେ ତ ଆଉ କିଏ ଜବରଦସ୍ତ ଡ୍ୟାନ୍ସ ଦେଖାଇ ଭିଡ଼ିଓ ପୋଷ୍ଟ କରେ ତ ପୁଣି ଆଉ କିଏ ନିଜ ଘରର ଜୀବନ ଶୈଳୀ କୁ ନେଇ ଏକ ଭିଡ଼ିଓ ପ୍ରସ୍ତୁତ କରି ଉପଲୋଡ କରିଥାଏ | ତେବେ ଏଭଳି ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ବ୍ୟକ୍ତି ଅନେକ ଲୋକ ଙ୍କ ଠାରୁ ପ୍ରଶଂସା ପାଇ ଥାଏ ଏବଂ ଅନେକ ଙ୍କର ଭଲ ପାଇବାର ପାତ୍ର ହୋଇ ପାରି ଥାଏ |
ସାଧାରଣ ଲୋକ ମଧ୍ୟ ଏହି ସୋସିଆଲ ମିଡ଼ିଆ ଫେମସ ହୋଇ ଯାଆନ୍ତି ଯାହାକି ଏଭଳି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଲୋକ ଲୋଚନ ସାମ୍ନାକୁ ଆସି ଭଲ ପାଇବା ହାସଲ କରି ପାରିଛନ୍ତି | ତେବେ ସେଭଳି ଏକ ଲୋକ ପ୍ରିୟତା ଯୋଡ଼ି ହେଉଛନ୍ତି ରୂପା ଓ ପିଣ୍ଟୁ, ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି | ପ୍ରଥମେ ପ୍ରଥମେ ପିଣ୍ଟୁ ଙ୍କୁ ଛୋଟ ଛୋଟ ଟିକଟକ ଭିଡ଼ିଓ କରୁ ଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ପରେ ପରେ ସେ ସଫଳତା ର ସିଡ଼ି ଚଢି ପାରି ଥିଲେ |
ଏହା ସହିତ ଆପଣ ମାନେ ତ ସୋସିଆଲ ମିଡ଼ିଆ ରେ ରୂପା ଓ ପିଣ୍ଟୁ ଙ୍କର ଅନେକ ଆଲବମ ଭିଡ଼ିଓ ଦେଖୁ ଥିବେ ଯାହାକି ଦୁହେଁ ଙ୍କୁ ଆଜିର ଦୁନିଆଁ ରେ ଏକ ଚର୍ଚ୍ଚିତ ନାଁ କରାଇ ପାରିଛି |ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ | ତେବେ ପିଣ୍ଟୁ ତାଙ୍କ ୟୁଟ୍ୟୁବ ଆକାଉଣ୍ଟ ରେ ପୁଣି ଏକ ଭିଡ଼ିଓ ଉପଲୋଡ କରିଛନ୍ତି ଯେଉଁଥିରେ ସେ ଯେଭଳି ଭାବରେ ମଜାମସ୍ତି କରିଛନ୍ତି ତାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ |
ଭିଡ଼ିଓ ରେ ଦେଖିବାକୁ ମିଳିଛି କି ପିଣ୍ଟୁ ଙ୍କର ଗାଁ ରେ ଜଣେ ସ୍ତ୍ରୀ ଲୋକ ଲେମ୍ବୁ ତୋଳି ଆଣିଛନ୍ତି ଆଉ ଏହାକୁ ଦେଖି ପିଣ୍ଟୁ କହୁଛନ୍ତି କଣ ଚୋରି କରି ନେଇ ଆସିଛ, ଏହାପରେ ସମସ୍ତେ ଗୋଟେ ଗୋଟେ ଲେମ୍ବୁ ଧରି ପଳାଉଛନ୍ତି | ଏଠାରେ ପିଣ୍ଟୁ ଙ୍କର ଭଉଣୀ ମଧ୍ୟ ଦେଖିବାକୁ ମିଳିଛନ୍ତି ଯିଏ କି ଖୁସି ମା ଙ୍କ ସହିତ ଖୁବ ମଜା କରିବା ସହିତ ତାଙ୍କୁ ସ୍ନେହ ରେ ଗେଲ ମଧ୍ୟ କରି ଦେଉଛନ୍ତି | ତେବେ ଏଭଳି ଏକ ସୁନ୍ଦର ପରିବାର ର ମଜାମସ୍ତି ଦେଖି ମନରେ ଖୁବ ଖୁସି ଅନୁଭବ ହୋଇ ଥାଏ | ଏହି ଭିଡ଼ିଓ ଟିକୁ ଦେଖି ତାଙ୍କର ଅନେକ ଦର୍ଶକ ସୋସିଆଲ ମିଡ଼ିଆ ରେ ବେସ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |