ଲେମ୍ବୁରେ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ ରାତାରାତି ହାତ ଦୁଧ ପରି ଗୋରା ଦେଖାଯିବ 100%effective

ଆଜିକାଲି ଦୁନିଆଁ ରେ ସବୁ ଫ୍ୟାସନ କୁ ନେଇ ଚାଲିଛନ୍ତି ଯାହାକି ପ୍ରତେକ ବ୍ୟକ୍ତି ନିଜ ଶରୀର ର ତ୍ୱଚାପଣ କୁ ନେଇ ବହୁତ ଧ୍ୟାନ ଦେଇ ଥାଏ | ଏକ ମଣିଷ ସବୁବେଳେ ଚାହିଁ ଥାଏ କି ତା ଶରୀର ସୁସ୍ଥ ରହିବା ସହିତ ସେ ସୁନ୍ଦର ମଧ୍ୟ ଦେଖା ଯାଉ ଯାହା ଦ୍ୱାରା ସେ ସାମ୍ନା ଲୋକ ଙ୍କୁ ଆକର୍ଷିତ କରି ପାରିବ ଏବଂ ଭଲ ପାଇବା ପାଇ ପାରିବ | ସେଥିପାଇଁ ପ୍ରତେକ ବ୍ୟକ୍ତି ନିଜକୁ ଅଧିକ ସୁନ୍ଦର କରିବା ପାଇଁ ମାର୍କେଟ ରୁ ଅନେକ କ୍ରିମ ଫେସୱାସ ଆଦି ଲଗାଇ ଥାଆନ୍ତି |

କିନ୍ତୁ କିଛି କିଛି ଏମିତି କେମିକାଲ କ୍ରିମ ସାବୁନ ଆଦି ଅଛି ଯାହାକୁ ଲଗାଇବା ଦ୍ୱାରା ମୁହଁ କିଛି ଦିନ ଚିକଚିକ କରିବା ପରେ ମୁହଁ କଳା ପଡ଼ି ମୁହଁରେ କେତେ ପ୍ରକାରର କଣ କଣ ସବୁ ବାହାରି ପଡେ | ଏମିତି କି କିଛି କିଛି କ୍ରିମ ରେ ମୁହଁରେ ଇମଫେକସନ ହୋଇ ଲାଲ ଲାଲ ଘା ମଧ୍ୟ ହୋଇ ଯାଇ ଥାଏ |

 

ବାହାରେ ବଢୁ ଥିବା ପ୍ରଦୂଷଣ, ଅଧିକ ଖରା, ଧୂଳି ମାଟି ଦ୍ୱାରା ଆମ ଶରୀର ରେ ଅନେକ ସମସ୍ୟା ମଧ୍ୟ ଦେଖା ଯାଇଥାଏ | ତେବେ କିନ୍ତୁ ଆଜି ଏଭଳି ଏକ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣଙ୍କ ହାତ ଗୋଡ଼ ଧଳା ଦେଖା ଯିବ ଏବଂ ବହୁତ ସଫ୍ଟ ମଧ୍ୟ ଲାଗିବ | ତେବେ ଆସନ୍ତୁ ଏହି ଉପଚାର ଟି କିପରି ପ୍ରସ୍ତୁତ କରାଯାଏ ସେହି ସମ୍ପର୍କ ରେ ଆଲୋଚନା କରିବା |

ଆବଶ୍ୟକୀୟ ଉପକରଣ :-

 

1. ସାମ୍ପୁ, 2. ଗ୍ଲିସେରିନ, 3. ଲେମ୍ବୁ, ଏବଂ 4.ଲୁଣ |

ପ୍ରସ୍ତୁତି ପ୍ରଣାଳୀ :-

ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ଯେକୌଣସି ଏକ ସାମ୍ପୁ ଆଣି ସେଥିରେ ପକାନ୍ତୁ | ଏହାପରେ ସେଥିରେ ଏକ ଚାମଚ ଗ୍ଲିସୋରିନ ମିଶାନ୍ତୁ ଯାହାକି ଏକ ତରଳ ପଦାର୍ଥ ଅଟେ ଓ ଏହା ଆମ ହାତ ଗୋଡ଼ ରେ ଜମି ରହିଥିବା ମଇଳା ବାହାର କରି ସଫା କରି ଦେଇ ଥାଏ | ଏହାପରେ ସେଥିରେ ଫାଳେ ଲେମ୍ବୁ ଚିପୁଡ଼ି ତାହାର ରସକୁ ସେଥିରେ ପକାନ୍ତୁ କାରଣ ଲେମ୍ବୁ ରେ ଅଧିକ ପରିମାଣ ରେ ଭିଟାମିନ ସି ରହିଥାଏ | ଏହାପରେ ଅଧା ଚାମଚ ଲୁଣ ସେଥିରେ ପକାଇ ତାହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ |

ବ୍ୟବହାର ପ୍ରଣାଳୀ :-

 

 


ଆପଣ ପ୍ରଥମେ ଏକ ପାତ୍ର ରେ ଉଷୁମ ପାଣି ନେଇ ନିଜ ହାତ ଗୋଡ଼ କୁ ସେଠାରେ ବୁଡାଇ ରଖନ୍ତୁ | ଏହାପରେ ପାଣିରୁ ହାତ ଗୋଡ଼ କୁ କାଢି ଏକ ଲେମ୍ବୁ ଚୋପା ସାହାଯ୍ୟ ରେ ଏହି ଉପଚାର କୁ ଲଗାଇ ଭଲ ଭାବରେ ମାଲିସ କରନ୍ତୁ | ଏଭଳି ଭାବରେ କିଛି ଦିନ ନିହାତି କରନ୍ତୁ ଦେଖିବେ ଏହାର ରେଜଲ୍ଟ କଣ ହେବ ତାହା ଆପଣ ନିଜେ ହିଁ ଜାଣି ପାରିବେ |

Leave a Comment