ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡ଼ିଆ ସାମ୍ନାକୁ ଆସିଛି। ପୁଅ ପାଇଁ ବାପା ମା ୩୦ କିମି ଦଣ୍ଡ ମୁଣ୍ଡିଆ ମାରି ମାରି ଚାଲିଛନ୍ତି ଭଗବାନଙ୍କ ଦ୍ୱାର କୁ। ପୁଅ କୁ ମାତ୍ର ୨୦ ବର୍ଷ। ପୁଅର ଦୁଇଟି ଯାକ କିଡନି ଖରାପ ହୋଇ ଯାଇଛି। ଏମିତିକି ପରିସ୍ରା ବି ବନ୍ଦ ହୋଇ ଗଲାଣି। ପୁଅ ର ଜୀବନ ରକ୍ଷା ପାଇଁ ଏହି ବାପା ମା କିଛି ବି କରିବା ପାଇଁ ପ୍ରସ୍ତୁତ। ଆପଣ ମାନେ ଭାବୁଥିବେ ୩ କିମି ରାସ୍ତା ଚାଲି ମନ୍ଦିର ଯିବାକୁ କେତେ କଷ୍ଟ ହୋଇଥାଏ। ଏମାନେ କିନ୍ତୁ ୩୦ କିମି ଆଣ୍ଠେଇ ଆଣ୍ଠେଇ ମୁଣ୍ଡିଆ ମାରି ମାରି ପହଞ୍ଚି ଯାଇଥିଲେ ଠାକୁର ଙ୍କ ପାଖରେ।ବିଶ୍ୱାସ ରହିଛି କି ଭଗବାନ କିଛି ବାଟ ଖୋଲିବେ ପୁଅ ର ଜୀବନ ରକ୍ଷା କରିବେ। ସତରେ ବାପା ମା ଏମିତି ଦୁଇଟି ଶବ୍ଦ ହୋଇଥାଏ ଯାହାକୁ କାହା ସହିତ ବି ତୁଳନା କରି ହେବ ନାହିଁ।
ନଚେତ୍ ଆଜିକାଲି କିଏ ଏମିତି କରି ପାରିବ। ପୁଅ ର ଜୀବନ ଭିକ୍ଷା କରି ୩୦ କିମି ଦଣ୍ଡ ମାରି ମାରି କେନ୍ଦ୍ରାପଡ଼ା ବଳଦେବଜୀଉ ଙ୍କ ମନ୍ଦିର ରେ ପହଞ୍ଚି ଯାଇଥିଲେ ଏହି ବାପା। ଏହି ଦମ୍ପତି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଉତ୍ତରଙ୍ଗ ଗ୍ରାମର ନିରଞ୍ଜନ ସାହୁ ଏବଂ ବବିତା ସାହୁ।
ତାଙ୍କର ଜଣେ ୨୦ ବର୍ଷ ର ପୁଅ ଶୁଭମ୍ କିଡନୀ ରୋଗ ରେ ପୀଡିତ। ତାର ଦୁଇଟି ଯାକ କିଡନି ଖରାପ ହୋଇ ଯାଇଛି। ବାପା ନିରଞ୍ଜନ ସାହୁ ଜଣେ ସିକ୍ୟୁରିଟି ଗାର୍ଡ଼ ।ପରିବାରର ପେଟକୁ ଦାନା ଦେଇ ପାରିଥିଲେ ସେତିକି ହିଁ ସାମର୍ଥ୍ୟ ଥିଲା। ଆଉ ଭଲ ମନ୍ଦ ପାଇଁ ଅର୍ଥ ନଥାଏ ପାଖରେ। କିନ୍ତୁ ପୁଅ କୁ ଭଲ କରିବା ପାଇଁ ହାର ମାନି ନଥିଲେ ବାପା ମା। ଧାର, କରଜ କରି ପୁଅକୁ ଭଲ କରିବା ପାଇଁ ଲାଗି ପଡ଼ିଛନ୍ତି ବାପା ମା।
କିନ୍ତୁ ଡାକ୍ତର କହିଛନ୍ତି ତାଙ୍କର କିଡନି ପାଇଁ ୨୦ ଲକ୍ଷ ଟଙ୍କା ଦରକାର। ବାପା ମା ଏବେ କଣ କରିବେ ଭାବି ଭାବି ଭଗବାନଙ୍କ ଶରଣରେ ପଶିଛନ୍ତି। ତେବେ ଯେତେବେଳେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା ସେତେବେଳେ ମାନବପ୍ରମୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଆଉ ସମସ୍ତଙ୍କୁ ଅନୁରୋଧ କରିଥିଲେ କି ଶୁଭମ୍ କିଛି ସାହାଯ୍ୟ କରିବା ପାଇଁ। ବିଦ୍ୟାଶ୍ରୀ କହିଥିଲେ କି ଯଦି ତାଙ୍କର ନିଜର କିଡନୀ ଶୁଭମ୍ ଙ୍କ କିଡନି ସହିତ ମେଚ୍ କରିଯିବ ତାହେଲେ ସେ ଦବା ପାଇଁ ରାଜି। ଯଦି ତାଙ୍କର ଏହା ଫଳପ୍ରଦ ହେବ ନାହିଁ ତାହେଲେ ସେ ଅନ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି କି କିଛି ଆର୍ଥିକ ସହାୟତା କରିବା ପାଇଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।