ଶେଷରେ ଅର୍ଚନା ନାଗକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ରାଣୀପଣ୍ଡା ଦେଖନ୍ତୁ |

ତେବେ ଏହି କିଛି ଦିନ ହେବ ଅନେକ ଲୋକ ଅଛନ୍ତି ଯେଉଁ ମାନେ ରାଣୀ ପଣ୍ଡା ଙ୍କୁ ସୋସିଆଲ ମିଡ଼ିଆ ରେ ଅନେକ ଖରାପ କମେଣ୍ଟ କରୁଛନ୍ତି, ଆଉ ଏବେ ଏହି ଘଟଣା କୁ ନେଇ ରାଣୀ ପଣ୍ଡା ମୁହଁ ଖୋଲିଛନ୍ତି | ତେବେ ସେ ଏକ ଭିଡ଼ିଓ ମାଧ୍ୟମ ରେ କହିଛନ୍ତି କି କାଟିକୁଟି ମିମିକ୍ରି କରି ପକେଇବାରେ କିଛି ଲୋକ ଫାଷ୍ଟ ହୋଇ ଗଲେଣି, ଭଲ ଜିନିଷ କୁ ସୋ ନକରି ରାଣୀ ପଣ୍ଡା ପାଟିରୁ କଣ ବାହାରିଲା ତାକୁ ନେଇ ସଂସ୍ଥା ଚଲାଉଛନ୍ତି |

କିଛି ଅସୁବିଧା ନାହିଁ ଯିଏ ଜାଣିବା ଲୋକ ଠିକ ଜାଣୁଛି ଯିଏ ନ ଜାଣିବା ଲୋକ ତାଙ୍କୁ ଜଣାଇବା ବି କୌଣସି ଆବଶ୍ୟକତା ନାହିଁ | ମୁଁ ଆଗରୁ ମଧ୍ୟ କହିଛି କି ତମକୁ ରାଣୀ ପଣ୍ଡା କେବେ କହିନି କି ରାଣୀ ପଣ୍ଡା ଙ୍କର ଫ୍ୟାନ କ୍ଳବ ସଦସ୍ୟ ମାନେ କହି ନାହାଁନ୍ତି କି ଯେ ଆପଣ ରାଣୀ ପଣ୍ଡା ପେଜ କୁ ଲାଇକ କରନ୍ତୁ | ତା ଫଟୋ ଭିଡ଼ିଓ ରେ କମେଣ୍ଟ ଦିଅନ୍ତୁ ବୋଲି ମଧ୍ୟ ମୁଁ କହିନି କି କେହି କହି ନାହାଁନ୍ତି, କିନ୍ତୁ ମୁଁ ଦେଖୁଛି ଲଗାତାର ଭାବେ ବହୁତ ଖରାପ ଖରାପ କମେଣ୍ଟ ଏହି କିଛି ଦିନ ଭିତରେ ଆସୁଛି |

ଆଉ ମୁଁ ବୁଝି ପାରୁନି କି ଏହି ସବୁ ଖରାପ ଖରାପ କମେଣ୍ଟ ଆପଣ କାହିଁକି ଦେଉଛନ୍ତି, କଣ ପାଇଁ ଦେଉଛନ୍ତି କାହା ଠାରୁ ପଇସା ନେଇକି ଆପଣ ଏମିତି କରୁଛନ୍ତି କି | ମୁଁ ତ ଜାଣିଛି ଆପଣ ମାନଙ୍କର ଗୋଟେ ଗୋଟେ ଫେକ ଆଇଡି କରି ମତେ ଏଭଳି କମେଣ୍ଟ ଦେଉଛନ୍ତି |

 

ବୋଧ ହୁଏ ସେମିତି ହେଇ ପାରେ କାରଣ ମୋର ବ୍ୟକ୍ତିଗତ ଶତ୍ରୁ ଫେକ ଆଇଡି କରି ଏଭଳି କାମ କରି ପାରନ୍ତି ନଚେତ ଆପଣ ଙ୍କୁ କିଏ ପଇସା ଦେଇ ଏମିତି କରାଉ ଥାଇ ପାରେ | ଯଦି ସେହି ଲୋକଟି ଏମିତି କାମ କରୁଛି କଣ ପାଇଁ କରୁଛି, ଆଉ ଆପଣ ମାନେ ବି କୋଉ ଭଳି ଲୋକ ପାଇଁ ନିଜକୁ ବିକ୍ରି କରି ଦେଉଛନ୍ତି ଗୋଟେ ଗୋଟେ ଫେକ ଆଇଡି ଖୋଲିକି |

ରାଣୀ ପଣ୍ଡା ସହିତ ଆପଣଙ୍କର କିଛି ବ୍ୟକ୍ତିଗତ ଶତ୍ରୁତା ଅଛି କି, ଆପଣ ରାଣୀ ପଣ୍ଡା ଙ୍କୁ ପସନ୍ଦ କରନ୍ତିନି ଠିକ ଅଛି କିନ୍ତୁ ଯଦି ପସନ୍ଦ କରନ୍ତି ନାହିଁ ତେବେ ତା ଆଇଡି କୁ ଫଲୋ କାହିଁକି କରୁଛନ୍ତି | ଆପଣ ଯେମିତି ଭାଷା କମେଣ୍ଟ ରେ ଲେଖୁଛନ୍ତି ଯଦି ମୁଁ ସେମିତି ଭାଷା କହିବି ତେବେ ଆପଣ କହିବେ ଏଇଟା ରାଣୀ ପଣ୍ଡା ଭାଷା କହିଲା | ଆଜ୍ଞା ସହିବାର ବି ଗୋଟେ ସୀମା ଥାଏ ମୁଁ ତ କାହାର ଖାଇନି କି କାହାର ଧାରିନି, ମୁଁ କଳା ପରିବେଷଣ କରି ବଞ୍ଚିଛି ତେଣୁ ଏଭଳି କମେଣ୍ଟ ଦେବା ବନ୍ଦ କରନ୍ତୁ ବୋଲି ରାଣୀ ପଣ୍ଡା ସୋସିଆଲ ମିଡ଼ିଆ ଲାଇଭ ଆସି କହିଛନ୍ତି |

Leave a Comment