ସକାଳୁ ଉଠି କରିଦିଅନ୍ତୁ ଏହି ଗୋଟିଏ ଛୋଟିଆ କାମ , ଦେଖିବେ ଏକ ମାସ ମଧ୍ୟରେ ଭଲ ହୋଇଯିବ ଡାଇବେଟିସ ସମସ୍ୟା ।

ଗୋଟିଏ ଦିନରେ ୨୪ ଘଣ୍ଟା ମଧ୍ୟରୁ ଅତି କମରେ ୧ ଘଣ୍ଟା ଆମେ ନିଜର ଶରୀରର ଯତ୍ନ ନେବା ପାଇଁ କରିବା ଉଚିତ । ଆଜିକା ସମୟରେ ଲୋକେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ କେବଳ ଟଙ୍କା ରୋଜଗାର କରିବା ପାଇଁ ବ୍ୟସ୍ତ ରହୁଛନ୍ତି ଏବଂ ଶରୀରର ଯତ୍ନ ନେବାକୁ ସେମାନଙ୍କ ପାଖରେ ଆଦୋୖ ସମୟ ନାହିଁ ।

କିନ୍ତୁ ଆପଣ ଯାହାବି କରନ୍ତୁ ନା କାହିଁକି ଆପଣଙ୍କୁ ନିଶ୍ଚିତ ଭାବରେ ଶରୀରର ଯତ୍ନ ନେବାକୁ ଅଳ୍ପ ସମୟ ବାହାର କରିବା ଉଚିତ । ନଚେତ ଆଗାମୀ ସମୟରେ ଅନେକ ପ୍ରକାରର ଅସୁବିଧାରେ ପଡ଼ିବେ । ଆଜିକାର ଏହି ପୋଷ୍ଟରେ ଆମେ ଆପଣଙ୍କୁ ସକାଳେ ଉଷୁମ ପାଣି ପିଇବା ଦ୍ଵାରା କଣ ଲାଭ ହୋଇଥାଏ ସେହି ବିଷୟରେ କହିବୁ । ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଜାଣିବା ପାଇଁ ଆପଣ ଅଳ୍ପ ସମୟ ତ ନିଶ୍ଚୟ ବାହାର କରି ପାରିବେ ।

ସକାଳେ ଉଠିବା ପରେ ପାଟିରୁ ବାହାରୁଥିବା ପ୍ରଥମ ଲାଳ କେତେ ଲାଭକାରୀ ତାହା କଣ ଆପଣ ଜାଣିଛନ୍ତି କି । କିନ୍ତୁ ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଦାନ୍ତ ଘଷି ଥାନ୍ତି କିମ୍ବା ଚା ପିଇଥାନ୍ତି । କିନ୍ତୁ ଏହା କରିବା ଆଦୌ ଉଚିତ ନୁହେଁ । ସକାଳୁ ଉଠିବା ମାତ୍ରେ ପ୍ରଥମ ଲାଳ ଖୁବ ଲାଭଦାୟକ ହୋଇଥାଏ ।

ଆପଣ ମାନେ ଦେଖିଥିବେ ଯେ ଜୀବଜନ୍ତୁ ମାନେ କୌଣସି କ୍ଷତ ସ୍ଥାନକୁ ସବୁବେଳେ ଚାଟୁଥିବାର ଦେଖା ଯାଇଥାଏ । ଯେଉଁ କାରଣରୁ କ୍ଷତ ସ୍ଥାନ ଖୁବଶୀଘ୍ର ଭଲ ହୋଇ ଯାଇଥାଏ । ସେଥିପାଇଁ ସକାଳୁ ଉଠିବା ମାତ୍ରେ ସେହି ଲାଳକୁ ଆପଣ ନିଜର କୌଣସି ବ୍ରଣ ହୋଇଥିବା ସ୍ଥାନରେ ଲଗାଇବା ଉଚିତ । ଏହାଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଯିବ ।

 

ତେଣୁ ସକାଳୁ ଉଠିବା ମାତ୍ରେ ଏହି ଲାଳକୁ ବ୍ୟର୍ଥ ହେବାକୁ ଦେବା ଉଚିତ ନୁହେଁ । ତେଣୁ ସକାଳୁ ଉଠି ସର୍ବପ୍ରଥମେ ଉଷୁମ ପାଣି ପିଇବା ଉଚିତ । ଏହାଦ୍ବାରା ଅନେକ ଲାଭ ହୋଇଥାଏ । ସକାଳେ ଉଠି ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ୱାରା ଅନେକ ସାଙ୍ଘାତିକ ରୋଗରୁ ମୁକ୍ତି ମିଳିଥାଏ ।
ସକାଳେ ଉଠି ଉଷୁମ ପାଣି ପିଇଲେ ଗ୍ୟାଷ୍ଟ୍ରିକ ସମସ୍ୟା ହୋଇ ନଥାଏ ।

ଏହାବ୍ୟତୀତ ଯଦି ଆପଣଙ୍କ ଓଜନ ଅଧିକ ରହିଛି ତେବେ ସକାଳେ ଉଷୁମ ପାଣି ପିଇଲେ ଖୁବ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଓଜନ ମଧ୍ୟ କମିଯିବ । ଯଦି ସକାଳୁ ଉଠି ଆପଣ ଖାଲି ପେଟରେ ଉଷୁମ ପାଣି ପିଇବେ ତେବେ ଆପଣଙ୍କ ହଜମ କ୍ରିୟା ଦ୍ରୁତ ହେବ । ଉଷୁମ ପାଣି ପିଇଲେ ଏସିଡ଼ ସମସ୍ୟା ଭଲ ହୋଇଯାଏ ।

Ditch that cup of coffee. Hot water may be the ultimate health drink for you - fitness - Hindustan Times

ଏହି ଆସିଡିଟି ଆମ ହରମନକୁ ଖରାପ କରି ଦେଇଥାଏ । ଆପଣ ଦେଖିଥିବେ ଯେ ଏହି କାରଣରୁ ଅନେକଙ୍କୁ ଡାଇବେଟିସ ହୋଇଥାଏ । ଏହି ଡାଇବେଟିସ ହରମନ ଅସନ୍ତୁଳିତ ହେବା କାରଣରୁ ହୋଇଥାଏ । ଥାଇରୋଏଡ ପାଇଁ ମଧ୍ୟ ଏହା ଏକ କାରଣ ଅଟେ । ତେଣୁ ସକାଳେ ଖାଲି ପେଟରେ ଉଷୁମ ପାଣି ପିଇଲେ ଏହି ସମସ୍ୟା ସୁଧୁରି ଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment