ସକାଳୁ ସକାଳୁ ଉଠିଲା ପରେ କୁହନ୍ତୁ କେବଳ ଏହି ୨ ଶବ୍ଦ ବିନା ପୂଜା ରେ ହେବ ମନସ୍କାମନା ପୂର୍ଣ୍ଣ – Sadhu Bani

ଆମ ସମାଜ ରେ ଗୋଟିଏ ହିଁ ପ୍ରାଣୀ ଯିଏ କି ସବୁ ରୀତିନୀତି କୁ ନେଇ ବାନ୍ଧି ହୋଇ ରହିଥାଏ ଆଉ ସେ ହେଉଛି ମନୁଷ୍ୟ | ସଂସ୍କୃତି ପରମ୍ପରା କୁ ନେଇ ଚାଲିଲେ ସେହି ମନୁଷ୍ୟ ର ହିଁ ମଙ୍ଗଳ ହୋଇ ଥାଏ | ଆଉ ଯିଏ ରୀତିନୀତି କୁ ମାନି ନଥାଏ ସେହି ମଣିଷ ନିଜ ଜୀବନ ରେ ବହୁତ କଷ୍ଟ ପାଇ ଥାଏ ଏବଂ ଘରେ କେବଳ ଦରିଦ୍ର୍ୟତା ଦେଖି ଥାଏ |

ଆପଣ ମାନେ ଦେଖି ଥିବେ ନିହାତି ସମସ୍ତେ ମନୁଷ୍ୟ ନିଜେ ଶାନ୍ତି ରେ ରହିବେ ବୋଲି ଏବଂ ଆର୍ଥିକ ସମସ୍ୟା ହେବ ନାହିଁ ବୋଲି ଅନେକ କିଛି ପରିଶ୍ରମ କରି ଥାଆନ୍ତି କିନ୍ତୁ ହେଲେ ବି ସଫଳତା ପ୍ରାପ୍ତି ହୋଇ ନଥାଏ | ଏହା ସହିତ ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ ଏବଂ ଦରିଦ୍ର୍ୟତା ଦେଖା ଯାଇଥାଏ |

ଏସବୁ କେବଳ ସମାଜ ର କିଛି ତା ରୀତିନୀତି ନ ମାନିବା କାରଣ ରୁ ଦେଖା ଯାଇଥାଏ | ଜଣେ ମନୁଷ୍ୟ ଯଦି ଚାହିଁବ ତେବେ ସେ ଘରେ ସୁଖ ଶାନ୍ତି ସର୍ବଦା ରଖି ପାରିବ | ତେବେ ଆପଣ ତ ବେସ ଭଲ ଭାବରେ ଜାଣନ୍ତି ସବୁଠୁ ସକାଳ ସମୟ ହିଁ ବହୁତ ଗୁରୁତପୂର୍ଣ୍ଣ ହୋଇ ଥାଏ ଏବଂ ଏହି ସକାଳ ସମୟରେ କିଛି କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ | ଆଜି ଆମେ ଜଣାଇବୁ କି ସକାଳେ କିଛି ଏଭଳି କାମ କରିବା ଦ୍ୱାରା ଘରେ ସର୍ବଦା ଲକ୍ଷ୍ମୀ ପ୍ରବେଶ କରି ଥାଆନ୍ତି ଏବଂ ଘରେ ଶାନ୍ତି ସର୍ବଦା ରହିଥାଏ | ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା ଯାହା ଦ୍ୱାରା ଆପଣ ସୁଖ ଶାନ୍ତି ରେ ଜୀବନ କାଟି ପାରିବା |

 

ତେବେ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ ସକାଳେ ଉଠିବା ମାତ୍ରେ ଆପଣ ଏହି ଗୋଟିଏ ମନ୍ତ୍ର କୁ ଉଚ୍ଚାରଣ କରନ୍ତୁ ଯାହା ଦ୍ୱାରା ଆପଣ ନିଜେ ମଧ୍ୟ ଖୁବ ଖୁସି ଅନୁଭବ କରିବେ | ତେବେ ସେହି ଶବ୍ଦ ଟି ହେଉଛି “ଓଃ ଶୁଭେନଂ ନମଃ” | ତେବେ ସକାଳେ ଉଠିବା ମାତ୍ରେ ଆପଣ ଏହି ଶବ୍ଦ ଟିକୁ ଉଚ୍ଚାରଣ କରନ୍ତୁ ନିଜ ମୁଁହ ରେ ଦେଖିବେ ଆପଣ ଙ୍କ ଘରେ କେବେ ବି ଧନ ସମ୍ପତ୍ତି ର ଅଭାବ ହେବ ନାହିଁ | ସମସ୍ତ ଙ୍କ ର ଦେହ ଭଲ ରହିବ ଏବଂ ଘରେ ସୁଖ ଶାନ୍ତି ଫେରି ଆସିବ ନିଶ୍ଚିତ | ଏହି ମନ୍ତ୍ର ଟିକୁ ପ୍ରତିଦିନ ସକାଳେ ଉଠି ଉଚ୍ଚାରଣ କରନ୍ତୁ ଦେଖିବେ ଏହାର ଫଳାଫଳ ଆପଣ ନିଜେ ଜାଣି ପାରିବେ |

Leave a Comment