ଆମେ ଯଦି କିଛି କାର୍ଯ୍ୟକୁ ସ୍ୱଚ୍ଛ ମନରେ ଶ୍ରଦ୍ଧା ଓ ହୃଦୟର ସହ କରିବା ତେବେ ସେହି କାର୍ଯ୍ୟଟି ନିଶ୍ଚିତ ଭାବରେ ସଫଳ ହୋଇଥାଏ ବିଳମ୍ୱ ହେଲେ ବି ନିଶ୍ଚିତ ଭାବରେ ସଫଳ ହୋଇଥାଏ। ଆମେ ସବୁବେଳେ ଚାହିଁ ଥାଉକି ଆମ ଭାଗ୍ୟରେ କେବେ କୈାଣସି ସମସ୍ୟା ଦେଖା ନଯାଉ ।ଭାଗ୍ୟ ଦେବୀ ସଦା ସର୍ବଦା ଆମ ଉପରେ ଖୁସି ଥାଉ ।କିନ୍ତୁ କିଛି ଜିନିଷ ଏପରି ଥାଏକି ବହୁତ୍ କିଛି ପ୍ରୟାସ କରି ମଧ୍ୟ ସେହି ସବୁ ମିଳି ନଥାଏ ଯାହା ମନରେ ଅଶେଷ ଦୁଃଖ ଦେଇଥାଏ ସେଥିପାଇଁ ଆମେ ନିଜ ଭାଗ୍ୟକୁ ନିନ୍ଧା କରିଥାଉ। କିନ୍ତୁ ଭଗବାନଙ୍କ ବିଚିତ୍ର ସୃଷ୍ଟି ରେ କିଛିବି କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି କହିବାରେ ଭୁଲ ହେବ ନାହିଁ ।
ତେବେ ଆମେ ସମସ୍ତେ ଜାଣିଛେ କି ପବନ ପୁତ୍ର ହନୁମାନ ତଥା ବଜରଙ୍ଗବାଲୀଙ୍କ ପୂଜାର୍ଚ୍ଚନା କରିବା ଦ୍ବାରା ସମସ୍ତ ସଙ୍କଟ ଦୂର ହେବା ସହିତ ସବୁ ପ୍ରକାର ଭୟରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ସହିତ ଆମ ଭିତରେ ଏକ ନୂତନ ଆତ୍ମବିଶ୍ବାସ ଜାଗ୍ରତ ହୋଇଥାଏ ଏବଂ ଏଥି ସହିତ ସମସ୍ତ ପ୍ରକାର ଗ୍ରହଦୋଷ ଦୂର ହୋଇଥାଏ। ତେବେ ପବନ ପୁତ୍ର ହନୁମାନଙ୍କ କିଛି ଏମିତି ମନ୍ତ୍ର ରହିଛି ଯେ ଯାହାକୁ ରାତିରେ ଶୋଇବା ପୂର୍ବରୁ ଜପ କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହେବା ସହିତ ।ଆର୍ଥିକ ପରିସ୍ଥିତି ମଧ୍ୟ ଦୂର ହେଇଥାଏ ବୋଲି କୁହାଯାଏ ।
ତେବେ ଆଜି ଆମେ ଆପଣ ମାନଙ୍କୁ ହନୁମାନଙ୍କ ଦୁଇଟି ମନ୍ତ୍ର ବିଷୟରେ ଜଣାଇବୁ ଯାହା ଶୋଇବା ପୂର୍ବରୁ ଜପ କରିବା ଦ୍ୱାରା ମଣିଷ ର ସମସ୍ତ ବିଘ୍ନ ଦୂର ହେବା ସହିତ ପାରିବାରିକ ସୁଖ ଶାନ୍ତି ମଧ୍ୟ ଲାଭ କରିବେ।ଏହି ଦୁଇଟି ମନ୍ତ୍ର ଶୋଇବା ପୂର୍ବରୁ ଜପ କରିବା ଦ୍ୱାରା କୈାଣସି କ୍ଷେତ୍ରରେ ପଛରେ ରହିବେ ନାହିଁ।ଘରେ ସୁଖ ଶାନ୍ତି ଲାଗି ରହିବ ଆପଣଙ୍କ ଦିନ ଭଲରେ କଟିବ ତେବେ ସେହି ଦୁଇଟି ମନ୍ତ୍ର ରେ ରହିଛି ଏମିତି ଶକ୍ତି ଯାହା ମାଧ୍ୟମରେ ଘରକୁ ବହୁ ପରିମାଣରେ ଧନ ଆସିଥାଏ। ସେହି ଦୁଇଟି ମନ୍ତ୍ର ହେଉଛି-
୧.।। ସଙ୍କଟ କୌଟୁ ମିଟଉ ସବ ପିରା
ଜୋ ସୁମିରୌ ହନୁ ମତ ବଲ ବୀରା ।।
୨.।।ଓଁ ନମଃ ହନୁମୋତେ ରୁଦ୍ରଵତାରାୟ,ବିଶ୍ଚରୁପାୟ
ଅମିତ ବିକ୍ରମାୟ, ପ୍ରକଟ ପରାକ୍ରମାୟ,ମୋହବୋଳାୟ
ସୂର୍ଯ୍ୟକୋଟି ସମପ୍ରଭମ,ରାମ ଦୁତାୟ ସ୍ୱାହା।।
ତେବେ ଏହି ଦୁଇ ମନ୍ତ୍ର ଟି କୁ ଜପ କରିବା ଦ୍ୱାରା ଆପଣଙ୍କ ର ସମସ୍ତ ପ୍ରକାର ର ସଙ୍କଟ ଦୂର ହେଇଯିବ।ଏହାକୁ ରାତିରେ ଶୋଇବା ପୂର୍ବରୁ କିଛି ସମୟ ଏହି ମନ୍ତ୍ର ଟିକୁ ଜପ କରନ୍ତୁ ଦେଖିବେ ଏମିତି କରିବା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ତ ପ୍ରକାରର ଦୁଃଖ ଆଉ ଅସୁବିଧା ଦୂର ହୋଇଯିବ । ଏହା ସହିତ ହନୁମାନ ଚାଳିଶା କୁ ମଧ୍ୟ ପାଠ କରିବା ଦ୍ଵାରା ଆମର ସବୁ ପ୍ରକାରର ଅସୁବିଧା ସବୁ ଦିନ ପାଇଁ ଦୂରେଇ ଯିବ।ଏହି ଦୁଇ ମନ୍ତ୍ରକୁ ଜପ କରିଲେ ଆପଣଙ୍କର ସବୁ ପ୍ରକାରର ସମସ୍ୟାର ସମାଧାନ ଅତି ସହଜରେ ହୋଇଯିବ।