ଯେଉଁ ସିନ୍ଦୂର ଟୋପା ଟି ମା ମାନେ ଗୋଟିଏ ଟୋପା ପିନ୍ଧନ୍ତି ସେହି ଟୋପା ଟି ଠିକ ଜାଗାରେ ପିନ୍ଧିବା ଦରକାର | ଯେଉଁ ବାପା ମାନେ ମୁଣ୍ଡରେ ଚନ୍ଦନ ମାରୁଛନ୍ତି ମା ମାନେ ସିନ୍ଦୂର ମାରୁଛନ୍ତି ସେମାନେ ଠିକ ଜାଗାରେ ମାରିବା ଦରକାର | ସେ ଜାଗାଟିର ନାଁ ହେଉଛି ଆଜ୍ଞା ଚକ୍ର, ଆଜ୍ଞା ଚକ୍ର ହେଉଛି ଗଙ୍ଗା, ଯମୁନା, ସରସ୍ବତୀ ଏହି ତ୍ରିବେଣୀ ସମ ରେ ଏହା ଗଠିତ | କପାଳ ନାକର ମଝିରେ ଯେଉଁ ଖାଲ ଅଂଶ ଟିକେ ରହିଥାଏ ତାହାକୁ ଗୋଟିଏ ସୂତା କିମ୍ବା ଦୁଇ ସୂତା ଉପରକୁ ଥାଏ ତାହାକୁ ଆଜ୍ଞା ଚକ୍ର କୁହାଯାଏ | ଆଜ୍ଞା ଚକ୍ର ରେ ସିନ୍ଦୁର ମାରିଲେ ଏବଂ ଆଜ୍ଞା ଚକ୍ର ରେ ଚନ୍ଦନ ମାରିଲେ ଆମର ଶକ୍ତି ଜାଗ୍ରତ ହୋଇଥାଏ |
ଆମର ସମସ୍ତ ଇନ୍ଦ୍ରିୟ ଜାଗ୍ରତ ହୋଇ ରହିଥାନ୍ତି, ସ୍ନାୟୁ ଗୁଡ଼ିକ ଜାଗ୍ରତ ହୋଇ ରହିଥାନ୍ତି | ତେବେ ଯେଉଁଠି ବିପଦ ସଙ୍କେତ ଥାଏ ସେହିଠାରେ ଲାଲ ବତୀ ଜଳୁ ଥାଏ, ପୁଣି ଗୋଟେ ସ୍ତ୍ରୀ ଲୋକ ବିବାହ ପରେ କପାଳ ମଝିରେ ଗୋଟେ ସିନ୍ଦୂର ଟୋପା ଦିଏ କାରଣ ସେଠାରେ ବିପଦ ଅଛି | କାରଣ ସେ ସିନ୍ଦୂର ଟୋପା ମାଧ୍ୟମ ରେ ସମାଜକୁ ଜଣେଇ ଦିଏ ଯେ, ଏ ସମାଜର ଅନ୍ୟ ପୁରୁଷ ମାନେ ମୁଁ ଯେତେ ବେଳେ ଝିଅ ଅବସ୍ଥା ରେ ଥିଲି ବିବାହ କରି ନଥିଲି ସେତେବେଳେ ତୁମେ ମତେ କିଏ କେଉଁ ଭିନ୍ନ ଦୃଷ୍ଟିରେ ଦେଖୁ ଥିଲ କିନ୍ତୁ ଏବେ ମତେ ଆଉ ଭିନ୍ନ ଦୃଷ୍ଟି ରେ ଦେଖ ନାହିଁ କାରଣ ମୁଁ ଆଉ ଜଣଙ୍କର ହୋଇ ସାରିଛି | ଆଉ ମତେ ଯଦି ଭିନ୍ନ ଦୃଷ୍ଟି ଦେଖିବ ତେବେ ନିଜେ ବିପଦ ରେ ପଡ଼ିଯିବ କାରଣ ଏଇଟା ଲାଲ ବତୀ ଜଳୁଛି |
ତେବେ ଅରିଜିନାଲ ସିନ୍ଦୂର ବିଷ ହୋଇ ଥାଏ ଏହା ଆପଣ କେଉଁ ଛୁଆଙ୍କୁ ଖାଇବାକୁ ଦିଅନ୍ତୁ ଦେଖିବେ ଛୁଆଟି ମରିଯିବ | ତେବେ ସେହି ସିନ୍ଦୂର କୁ ନାରୀ ସିନ୍ଥିରେ ପିନ୍ଧି ଥାଏ ତାହାର କାରଣ ହେଉଛି ଯଦି ନାରୀର ଅମୂଲ୍ୟ ରତ୍ନ କେଉଁଠାରେ ହଜି ଗଲା, ନାରୀର ଅମୂଲ୍ୟ ରତ୍ନ ହେଉଛି ସତୀତ୍ୱ ଆଉ ଯଦି ଏହି ଅମୂଲ୍ୟ ଧନ କେଉଁଠି ହଜିଗଲା | ତେବେ ତା ମୁହଁ ଆଉ ସିଏ ସ୍ୱାମୀକୁ ଦେଖେଇବ ନାହିଁ ସେହି ସିନ୍ଦୂର ତା ପାଟିରେ ଦେଇ ସେହିଠି ମରିଯିବ |
ନାରୀ କାନରେ ସିନ୍ଦୂର ମାରିଥାଏ କାରଣ କାନରୁ ଗଙ୍ଗା ମା ବାହାରିଛନ୍ତି ତେଣୁ କରି ଗଙ୍ଗା ମା ର ପାଦ ତଳେ ସିନ୍ଦୂର ମାରା ଯାଇଥାଏ | ଆଉ ଏଥିପାଇଁ ସିନ୍ଦୂର ଲଗାଯାଏ କାରଣ ନାରୀ ଟିଏ ଯେତେ ଦିନ ବଞ୍ଚିଛି ତା ସ୍ୱାମୀ ତାର ହୋଇକି ରହିବ, ଆଉ ନିଜ ସ୍ୱାମୀ ଅନ୍ୟ କେଉଁ ସ୍ତ୍ରୀ କୁ ପାପ ଦୃଷ୍ଟି ରେ ନ ଦେଖନ୍ତୁ କି ଅପବିତ୍ର ନ ହୁଅନ୍ତୁ ବୋଲି କାନରେ ସିନ୍ଦୁର ଲଗାଯାଏ |
ତେବେ ଏକ ନାରୀ କଣ୍ଠ ରେ ସିନ୍ଦୂର ଲଗାଇ ଥାଏ କାରଣ କଣ୍ଠରେ ଶିବ ଓ ପାର୍ବତୀ ବାସ କରିଥାନ୍ତି | ତେଣୁ ଶିବଙ୍କ ପାଦରେ ସିନ୍ଦୂର ଲଗାଯାଇ ଥାଏ କାରଣ ଶିବ ତାଙ୍କ ପତ୍ନୀ ପାର୍ବତୀ କୁ ବହୁତ ଭଲ ପାଇ ଥାଆନ୍ତି ଆଉ ଯାହା ଦ୍ୱାରା କଣ୍ଠରେ ସିନ୍ଦୂର ଲଗାଇଲେ ପ୍ରତେକ ସ୍ୱାମୀ ତାଙ୍କ ସ୍ତ୍ରୀ କୁ ଭଲ ପାଇବେ |
ଏହାପରେ ନାରୀ ଶଙ୍ଖାରେ ସିନ୍ଦୁର ଲଗାଇ ଥାଏ କାରଣ ପ୍ରତେକ ବିବାହିତା ନାରୀ ଏହା ମାଗି ଥାଆନ୍ତି କି ସେମାନେ ଯେତେବେଳେ ମଶାଣି ଯିବେ ସେତେବେଳେ ସାଙ୍ଗରେ ଏହି ଶଙ୍ଖା ଦୁଇପଟ ନେଇକି ଯାଆନ୍ତୁ ଏଥିପାଇଁ ନାରୀ ମାନେ ଶଙ୍ଖାରେ ସିନ୍ଦୂର ଲଗାଇ ଥାଏ |