ସୁପ୍ରିମକୋର୍ଟ ଙ୍କର ଏୌତିହାସିକ ନିଷ୍ପତି ! ଲିଭ୍ ଇନ୍ ରେ ରହି ଶାରୀରିକ ସମ୍ପର୍କ ରଖ ଏବଂ ଗର୍ଭପାତ କର….ଏଥିରେ ଆପଣ ଙ୍କର ମତାମତ କଣ …କମେଣ୍ଟ କରନ୍ତୁ…..

ମହିଳାମାନଙ୍କୁ ବିଭିନ୍ନ ଦିଗରେ ସମର୍ଥନ ଦେଉଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପୁରୁଷଙ୍କ ଭଳି ସେମାନଭ୍କୁ ମଧ୍ୟ ପ୍ରାଧାନ୍ୟ ଦେବା ପାଇଁ କୋର୍ଟ ପ୍ରୟାସ ଜାରି ରଖିଛନ୍ତି । ତେଣୁ ମହିଳାମାନଙ୍କୁ ନେଇ ସେ ଆଉ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ବିବାହିତ ମହିଳାଙ୍କ ପରି ଏବେ ଅବିବାହିତ ମହିଳାଙ୍କୁ ବି ମିଳିବ ଗର୍ଭପାତର ଅନୁମତି । ଏଣିକି ନିରାପଦ ଏବଂ ବୈଧ ପ୍ରକ୍ରିୟାରେ ଗର୍ଭପାତ କରିପାରିବେ ସମସ୍ତ ମହିଳା । ଅନିଚ୍ଛାକୃତ ଗର୍ଭଧାରଣକୁ ଗର୍ଭପାତ କରିବାର ଅଧିକାର ଦେଇଛନ୍ତି ସୁପ୍ରିମକୋର୍ଟ ।

ତେଣୁ ଏମଟିପି ଆକ୍ଟ ଏବଂ ଏହା ସହ ଜଡିତ ନିୟମରେ ସଂଶୋଧନ କରାଯାଇଛି ।ବିବାହିତ ମହିଳା ମାନଙ୍କୁ ଗର୍ଭପାତ କରିବା ପାଇଁ ୨୦ରୁ ୨୪ ସପ୍ତାହ ସମୟ ଦିଆଯାଉଛି । ତେବେ ଅବିବାହିତ ମହିଳା ମାନଙ୍କ ସହ କାହିଁକି ବାଛ ବିଚାର କରାଯିବ ବୋଲି ଯୁକ୍ତି ବାଢିଛନ୍ତି ସୁପ୍ରିମକୋର୍ଟ ।

ଗର୍ଭଧାରଣ ନିୟମର ମେଡିକାଲ ଟର୍ମିନେସନ ନିୟମ 3B ର ବିିସ୍ତାର କରାଯାଇଛି । ଯେଉଁଥିରେ ସୁପ୍ରିମକୋର୍ଟ ଅସୁରକ୍ଷିତ ଗର୍ଭପାତ କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ଙ୍କ ଏକ ବେଞ୍ଚ କହିଛନ୍ତି, ଜଣେ ଅବିବାହିତା ମହିଳାଙ୍କୁ ଅବାଞ୍ଛିତ ଗର୍ଭଧାରଣର ଶିକାର ହେବାକୁ ଅନୁମତି ଦେବା ଗର୍ଭଧାରଣ ର ମେଡିକାଲ୍ ଟର୍ମିନେସନ୍ (ଗଞଚ) ଆଇନର ଉଦ୍ଦେଶ୍ୟ ଏବଂ ଭାବନାର ବିରୁଦ୍ଧାଚରଣ ହେବ । ୨୦୨୧ର ସଂଶୋଧନ ପରେ ଗର୍ଭବତୀ ଆଇନର ମେଡିକାଲ ଟର୍ମିନେସନ୍ ଧାରା -୩ରେ ସ୍ୱାମୀଙ୍କ ବଦଳରେ ପାର୍ଟନର ଶବ୍ଦ ବ୍ୟବହାର କରାଯାଉଥିବା ସୁପ୍ରିମକୋର୍ଟ କହିଛନ୍ତି ।

ଭାରତରେ ୬୦ ପ୍ରତିଶତ ମହିଳା ଅସୁରକ୍ଷିତ ଭାବେ ଗର୍ଭପାତ କରୁଛନ୍ତି । ଭାରତରେ ମାତୃ ମୃତ୍ୟୁହାର ବୃଦ୍ଧି ପାଇବାରେ ଅସୁରକ୍ଷିତ ଗର୍ଭପାତ ତୃତୀୟ ବଡ କାରଣ । ଗର୍ଭପାତ ଆଇନ ଅନୁଯାୟୀ, ଗର୍ଭଧାରଣର ୨୪ ସପ୍ତାହ ପର୍ୟ୍ୟନ୍ତ ମହିଳାମାନଙ୍କୁ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି ।ତେବେ ବୈଧ ହେଲା ଅବିବାହିତା ଝିଅଙ୍କ ଗର୍ଭପାତ।

ତେବେ ସୁପ୍ରିମକୋର୍ଟ ଙ୍କ ଦ୍ୱାରା ଦିଆଯାଇଥିବା ଏହି ଐତିହାସିକ ରାୟ ଯେ ଅବିବାହିତା ଝିଅ ଗର୍ଭପାତ କରି ପାରିବେ, ଏହି ଖବର ନେଇ ଲୋକଙ୍କ ମନରେ ବହୁତ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସୁଛି । ତେବେ ଗର୍ଭପାତ ପାଇଁ ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ରହିବ ନାହିଁ କୌଣସି ପାର୍ଥକ୍ୟ। ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ। ସ୍ତ୍ରୀର ଇଚ୍ଛା ବିରୋଧରେ ସ୍ୱାମୀ ସହବାସ କରିବା ଧର୍ଷଣ ଅପରାଧ ଭାବେ ବିବେଚିତ ହେବ ଏବଂ ସେ କ୍ଷେତ୍ରରେ ସ୍ତ୍ରୀର ରହିବ ଗର୍ଭନଷ୍ଟର ଅଧିକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment