୨୦୨୨ ମସିହାର ଅକ୍ଟୋବର ୨୫ ତାରିଖ ତଥା ପବିତ୍ର ଦୀପାବଳି ଦିନ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଏହି ସୂର୍ଯ୍ୟପରାଗ ଆଂଶିକ ସୂର୍ଯ୍ୟପରାଗ ହେବ। ତେବେ ଏହି ସୂର୍ଯ୍ୟପରାଗ ସାରା ଓଡ଼ିଶା ସହ ଭାରତ ରେ ଦେଖିବାକୁ ମିଳିବ। ଏହି ସୂର୍ଯ୍ୟପରାଗ ଅନ୍ୟ ଦେଶରେ ଦୃଶ୍ୟମାନ ହେବାକୁ ଯାଉଛି। ଇଉରୋପ ଦକ୍ଷିଣ ପଶ୍ଚିମ ଏସିଆ, ଉତ୍ତର ପୂର୍ବ ଆଫ୍ରିକା ଏବଂ ଆଟଲାଣ୍ଟିକ୍ ମହାସାଗରରେ ଦୃଶ୍ୟମାନ ହେବ। ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଯେତେବେଳେ ଚନ୍ଦ୍ରମା ଆସେ, ଯେତେବେଳେ ଚନ୍ଦ୍ରମାର ଛାଇ ପୃଥିବୀ ଉପରେ ପଡ଼ିଥାଏ ସେତେବେଳେ ସୂର୍ଯ୍ୟପରାଗ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗ ବହୁତ ମହତ୍ବପୂର୍ଣ୍ଣ ଅଟେ।
ତେବେ ଆଜି ଆମେ ଜାଣିବା ସୂର୍ଯ୍ୟପରାଗ ର ସମୟସୀମା, ଗ୍ରାସ ସୀମା, ଗର୍ଭବତୀ ମହିଳା କଣ କରିବେ ବା ନକରିବେ, ପାକ ନିଷେଧ, ଆଉ କେଉଁ ରାଶି ପାଇଁ ଶୁଭ ଓ ଅଶୁଭ ରହିବ। ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ବା ୩ ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ ଘଣ୍ଟା ବା ୪ ପ୍ରହର ପୂର୍ବରୁ ପାକ ନିଷେଧ କରାଯାଇଥାଏ। ଏହି ସମୟସୀମାକୁ ସୁତକ ସୀମା କୁହାଯାଏ। ଏହି ପରାଗ ଲାଗିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରାଯାଇଛି। କାରଣ ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନରହିବା ଭଲ ହୋଇଥାଏ। ତେଣୁ ସାଧାରଣତଃ ସୂର୍ଯ୍ୟପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ।
ତେବେ ପାକ ନିଷେଧ ସମୟ ହେଉଛି ୨୪ ଅକ୍ଟୋବର ସୋମବାର ରାତ୍ରି ୯ଟା ୨୫ମିନିଟ୍ ରୁ ୨୫ ଅକ୍ଟୋବର ମଙ୍ଗଳବାର ସନ୍ଧ୍ୟା ୬ଟା ୩୨ମିନିଟ୍ ପର୍ଯ୍ୟନ୍ତ। ବିଶେଷକରି ଏହି ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ଏହି ସମୟରେ ବିଶେଷ ସାବଧାନତା ରହିବା ସହିତ ସୂର୍ଯ୍ୟପରାଗ ଦେଖିବା ପାଇଁ ବାରଣ କରାଯାଇଥାଏ।
୧- ପରାଗ ଲାଗିବା ସମୟରେ ଗର୍ଭବତୀ ମହିଳା କୌଣସି ଜିନିଷ କଟାକଟି କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ହେବା ସମୟରେ ଗର୍ଭବତୀ ସମୟରେ ଶୋଇବା ଉଚିତ ନୁହେଁ କିମ୍ବା ଏହି ସୂର୍ଯ୍ୟ ପରାଗ କୁ ଦେଖିବା ଉଚିତ ନୁହେଁ। ଏହି ସମୟ ରେ ଗର୍ଭବତୀ ମହିଳା ମାନେ ହାତ ରେ ଏକ ନଡ଼ିଆ ଧରି ଭଗବାନ ଙ୍କୁ ସ୍ମରଣ କରିବା ତଥା ଭଗବାନ ଙ୍କ ର କୌଣସି ମନ୍ତ୍ର ଜପ କରିବା ଶୁଭ ହୋଇଥାଏ।
୨-ଏହି ସମୟରେ କୌଣସି ରୋଗୀ,ଗର୍ଭବତୀ ମହିଳା ଓ ଛୋଟ ପିଲା ଛଡା ଆଉ କେହି ଭୋଜନ କରିବା ଉଚିତ ନୁହେଁ କିମ୍ବା ଏହି ସମୟ ରେ କୌଣସି ରୋଷେଇ କରନ୍ତୁ ନାହିଁ ।ଏହି ସମୟରେ ରୋଷେଇ ହୋଇଥିବା ଖାଦ୍ୟ ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ।
୩-ସୂର୍ଯ୍ୟ ପରାଗ ସମୟ ରେ କୌଣସି ଧାରୁଆ ଜିନିଷ ଯେମିତି ଛୁରୀ ଓ ଛୁଞ୍ଚି ବ୍ୟବହାର କରିବା ଉଚିତ ନୁହେଁ । ଏବଂ ଏହି ସମୟରେ କିଛି ବି ଶୁଭ କାର୍ଯ୍ୟ ଯେପରି ପୂଜାର୍ଚ୍ଚନା କରିବା ଉଚିତ ନୁହେଁ ।
୪- ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ୍ ନୁହେଁ। କୌଣସି ଗଛକୁ ମଧ୍ୟ ସ୍ପର୍ଶ କରିବେ ନାହିଁ।
୫- ଆଉ ଏହି ସମୟରେ କୌଣସି ପ୍ରକାର ଶାରିରୀକ ସମ୍ପର୍କ ରଖିବେ ନାହିଁ।
ତେବେ ଏହି ପରାଗ ଯୋଗୁଁ କିଛି ରାଶି ରେ ଶୁଭ ହେବାକୁ ଯାଉଛି, ଆଉ କିଛି ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ତେବେ ମିଥୁନ, କର୍କଟ, କନ୍ୟା, କୁମ୍ଭ ,ବୃଷ, ମେଷ, ଧନୁ ଏବଂ ମୀନ ରାଶି ଏହି ୮ଟି ରାଶି ଉପରେ ସୂର୍ଯ୍ୟପରାଗ ଠାରୁ ଶୁଭ ପ୍ରଭାବ ପଡିବାକୁ ଯାଉଛି। ଆଉ ଅନ୍ୟ ୪ଟି ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି।