ସୂର୍ଯ୍ୟ ପରାଗ (25 October) ହାଣ୍ଡିଛାଡ ସଠିକ ସମୟ |୪ଟି ରାଶିରେ ଖୁସିରବର୍ଷା |

ଅକ୍ଟୋବର 25 ତାରିଖ ମଙ୍ଗଳବାର ଦିନ ଅର୍ଥାତ ଦୀପାବଳି ଅମାବାସ୍ୟା ଦିନ ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି | ଏହି ସୂର୍ଯ୍ୟ ପରାଗ ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ, ଏହି ସୂର୍ଯ୍ୟ ପରାଗ ଏକ ଲମ୍ବା ସୂର୍ଯ୍ୟ ପରାଗ ମଧ୍ୟ ହେବ | ଏହି ସୂର୍ଯ୍ୟ ପରାଗ ଓଡ଼ିଶା ସମେତ ଭାରତ ରେ ସମ୍ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ | ତେବେ ଆଜି ଆମେ ଜାଣିବା ଯେ ସୂର୍ଯ୍ୟ ପରାଗ ର ସମୟ ସୀମା, ଗର୍ଭବତୀ ମହିଳା ମାନେ କଣ କରିବେ ଏବଂ ସୂତକ ସମୟ କେବେଠୁ ଆରମ୍ଭ ହେବ ଏହା ସହିତ କେଉଁ ରାଶି ମାନଙ୍କ ପାଇଁ ଏହା ଶୁଭ ରହିବ ସେହି ସମ୍ପର୍କ ରେ ଜାଣିବା |

ଏହି ପରାଗ ସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରାଯାଇ ଅଛି ଏବଂ ସୂର୍ଯ୍ୟ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇ ଥାଏ | ତେବେ ପାକନିଷେଧର ସମୟ ହେଉଛି 24 ଅକ୍ଟୋବର ସୋମବାର ରାତ୍ରି 9ଟା 25 ମିନିଟରୁ ଆରମ୍ଭ ହୋଇ 25 ଅକ୍ଟୋବର ମଙ୍ଗଳବାର ଦିନ 2ଟା 31 ମିନିଟ ରେ ଶେଷ ହେବ | ସୂର୍ଯ୍ୟ ପରାଗ ର ସମୟ ହେଉଛି 25 ଅକ୍ଟୋବର 2022 ମଙ୍ଗଳବାର ଦିନ 12ଟା 11 ମିନିଟ ରେ ଆଂଶିକ ସୂର୍ଯ୍ୟ ପରାଗ ଆରମ୍ଭ ହେବ | ଦିନ 1.21 ମିନିଟ ରେ ସର୍ବାଧିକ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ |
ସର୍ବାଧିକ ସୂର୍ଯ୍ୟ ପରାଗ ମାତ୍ର 34 ସେକେଣ୍ଡ ପର୍ଯ୍ୟନ୍ତ ମହାକାଶ ରେ ଦୃଶ୍ୟମାନ ହେବ ଏବଂ ଦିନ 2ଟା 31 ମିନିଟରେ ସୂର୍ଯ୍ୟ ପରାଗ ଶେଷ ହେବ | ଏହି ସୂର୍ଯ୍ୟ ପରାଗ ମହାକାଶ ରେ 2 ଘଣ୍ଟା 19 ମିନିଟ ଏବଂ 26 ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ |

 

ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଅଶୁଭ ହୋଇ ଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ସୂର୍ଯ୍ୟ ପରାଗ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇ ଅଛି | ଏହି ସମୟରେ ଗର୍ଭବତୀ ମହିଳା କୌଣସି ଜିନିଷ କଟାକଟି ବା କପଡ଼ା ସିଲେଇ କରନ୍ତୁ ନାହିଁ, ନଚେତ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ପଡିଥାଏ |


ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ତିଆରି କରନ୍ତୁ ନାହିଁ ଏବଂ ଏହି ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ | ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ ଏହାଦ୍ୱାରା ଆପଣଙ୍କ ପରିବାରରେ ଅନିଷ୍ଟ ହୋଇଥାଏ | ଏହି ସମୟରେ ଠାକୁର ପୂଜା କେବେ ହେଲେ କରନ୍ତୁ ନାହିଁ ଏବଂ ଏହି ସମୟରେ କୌଣସି ଗଛକୁ ସ୍ପର୍ଶ କରନ୍ତୁ ନାହିଁ | ଏହି ସୂର୍ଯ୍ୟ ପରାଗ ରେ ଗ୍ରହ ମାନଙ୍କର ଚଳଣି ରେ ପରିବର୍ତ୍ତନ ହେବାକୁ ଯାଉଅଛି ଯାହାଦ୍ୱାରା ଏହାର ପ୍ରଭାବ କିଛି ରାଶିରେ ଉପରେ ପଡ଼ିବ |

ତେବେ 12 ଗୋଟି ରାଶି ମଧ୍ୟରୁ 8 ଗୋଟି ରାଶି ଉପରେ କେବଳ ଶୁଭ ପ୍ରଭାବ ପଡିବାକୁ ଯାଉଅଛି | ତେବେ ଏହି ରାଶି ଗୁଡ଼ିକ ହେଉଛନ୍ତି, ମେଷ ରାଶି, ମିଥୁନ ରାଶି, ସିଂହ ରାଶି, ବିଛା ରାଶି, ଧନୁ ରାଶି, ମକର ରାଶି, କୁମ୍ଭ ରାଶି, କର୍କଟ ରାଶି | ଏଥି ସହିତ ବୃଷ ରାଶି, ତୁଳା ରାଶି, କନ୍ୟା ରାଶି ଏବଂ ମୀନ ରାଶି ଉପରେ ଖରାପ ପ୍ରଭାବ ପଡ଼ିବାକୁ ଯାଉଅଛି | ତେଣୁ ଏହି 4ଗୋଟି ରାଶି ସୂର୍ଯ୍ୟ ପରାଗ ଲାଗୁଥିବା ସମୟରେ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ ଏବଂ ଭଗବାନ ଙ୍କର ନାମ ଜପ କରନ୍ତୁ ଦେଖିବେ ଆପଣ ଙ୍କ ଘରକୁ ଆସୁଥିବା ସମସ୍ତ ବିପଦ ଇତ୍ୟାଦି ଟଳି ଯିବ |

Leave a Comment