ଆଜିକାଲି ଛୋଟ ଛୁଆ ରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ସୋସିଆଲ ମିଡ଼ିଆ ସହିତ ଜଡ଼ିତ କାରଣ ଆଜିକା ସମୟରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି | ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ରହିଛନ୍ତି ଆଉ ସେଥି ମଧ୍ୟରୁ ଆମର ଅନେକ ପ୍ରିୟ କଳାକାର ମଧ୍ୟ ଭରି ହୋଇ ରହିଛନ୍ତି | ତେବେ ଏହି ସେଲିବ୍ରେଟି ଙ୍କର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଭିନ୍ନ ହୋଇ ଥାଏ କାରଣ ସେମାନେ କିଛି ଷ୍ଟାଇଲିସ ଜୀବନ ଯାପନ କରି ଥାଆନ୍ତି |
ତେବେ ପ୍ରାୟ ସମସ୍ତେ ନିଜର ପ୍ରିୟ କଳାକାର ଙ୍କର ଫିଲ୍ମ ଦେଖିବା ପାଇଁ ଭଲ ପାଇ ଥାଆନ୍ତି | ଏହି ଫିଲ୍ମ ରେ କମେଡିଆନ କ୍ୟାରେଟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇ ଥାଏ କାରଣ ଫିଲ୍ମ ରେ କିଛି ମଜାଦାର କଥା ଦେଖିଲେ ହିଁ ତାହା ଦେଖିବା ପାଇଁ ବେଶୀ ଭଲ ଲାଗି ଥାଏ | ଆମ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅନେକ ହାସ୍ୟ ଅଭିନେତା ରହିଛନ୍ତି ସେଥି ମଧ୍ୟରୁ ଜଣେ ହେଉଛନ୍ତି ଗୁଲୁଆ ଯାହାଙ୍କୁ ଆପଣ ବେସ ଭଲ ଭାବରେ ଜାଣି ଥିବେ |
ତେବେ ଗୁଲୁଆ ପ୍ରଥମେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ତାଙ୍କର କିଛି କିଛି କମେଡି ଭିଡ଼ିଓ ଉପଲୋଡ କରୁ ଥିଲେ | ଆଉ ପରେ ପରେ ସେ ଏତେ ସୁନ୍ଦର କମେଡି ଅଭିନୟ କରି ଥିଲେ ଯାହାକି ଆଜି ସେ ଓଡ଼ିଶା ର ଘରେ ଘରେ ପରିଚିତ ହୋଇ ପାରିଛନ୍ତି |
ତେବେ ଗୁଲୁଆ କେବଳ ଏକ ୟୁଟ୍ୟୁବର ତାହା ନୁହେଁ ବରଂ ସେ ଅନେକ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି ଆଉ ତାଙ୍କର ଭିଡ଼ିଓ ଦେଖିବା ପାଇଁ ଦର୍ଶକ ଯେମିତି ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ଏହି ସେଲିବ୍ରେଟି ଙ୍କ ଜୀବନରେ ମଧ୍ୟ ଅନେକ ସମସ୍ୟା ଆସିଥାଏ ଯାହାକି ଏବେ ଗୁଲୁଆ ଙ୍କ ଜୀବନରେ ଦେଖିବା ପାଇଁ ମିଳିଛି | ଯେଉଁଠି କି ଗୁଲୁଆ ଙ୍କର ରୋଜଗାର କରୁଥିବା ଚାବି ପେନ୍ଥା ଟି ବନ୍ଦ ହୋଇ ଯାଇଛି |
ସୂଚନା ଅନୁଯାଇ ଯାହା ଜଣା ପଡ଼ିଛି କି ଗୁଲୁଆ ଙ୍କର ୟୁଟ୍ୟୁବ ଚ୍ୟାନେଲ ମୋନୀଟେସନ କୁ ଅଫ କରି ଦିଆ ଯାଇଛି | କିନ୍ତୁ ଏହି ବାବଦ କୁ ନେଇ ତାଙ୍କ ପାଖକୁ କୌଣସି କଲ କି ମେସେଜ ଆସି ନାହିଁ ଯାହାକି ଗୁଲୁଆ ଏକ ଭିଡ଼ିଓ ମାଧ୍ୟମ ରେ କହି ସମସ୍ତ ଙ୍କୁ ଜଣାଇଛନ୍ତି | ତେବେ ଗୁଲୁଆ ଙ୍କର ରୋଜଗାର ବନ୍ଦ ହୋଇ ଯିବାରୁ ସେ ଏବେ ଖୁବ ଚିନ୍ତା ରେ ଅଛନ୍ତି | ଆଉ ଏହି ଘଟଣା କୁ ନେଇକି ୟୁଟ୍ୟୁବ ଅଫିସ କୁ ଯେତେ କଲ କି ମେସେଜ କଲେ ସମାଧାନ ର କୌଣସି ବାଟ ମିଳୁ ନାହିଁ | ତେବେ ଏହି ଘଟଣା ସମ୍ପର୍କ ରେ ଜଣାଇ ସୋସିଆଲ ମିଡ଼ିଆ ରେ ଗୁଲୁଆ ନିଜେ ଭିଡ଼ିଓ ଉପଲୋଡ କରିଛନ୍ତି ଯାହାକି ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |