ବହୁତ ପୁରୁଣାକାଳରୁ ଏହି ହୀଷ୍ଟ୍ରିୟା ୱାର୍ଡ ଟି ବ୍ଯବହାର ହୋଇ ଆସୁଛି। ଏହି ହୀଷ୍ଟ୍ରିୟା ୱାର୍ଡଟି ହିଷ୍ଟ୍ରୋରୁ ଆସିଛି। ଏହାର ଅର୍ଥ ୟୁଟରସ ବା ଗର୍ଭାଶୟ। ପ୍ରଥମେ ଦେଖା ଯାଇଥିଲା ଯେ ଯେଉଁ ସ୍ତ୍ରୀ ଲୋକମାନେ ଗର୍ଭବତୀ ଥାଆନ୍ତି ସେମାନଙ୍କର ମୁଣ୍ଡ ବୁଲାଇବା, ଅଚେତ ହୋଇଯିବା,ଚିଡି ଚିଡ଼ା ହେବା,ଏପଟ ସେପଟ କଥା ହେବା ଏମିତି ଅନେକ ଲକ୍ଷଣ ଦେଖା ଦିଏ।ସେହି ଠାରୁ ଏହି ୱାର୍ଡଟି ଉତ୍ପନ ହୋଇଛି।ପରେ ଗବେଷଣା କରି ଦେଖା ଯାଇଛି ଯେ ହିଷ୍ଟ୍ରିୟାର ସେମିତି କିଛି ଅର୍ଥ ନାହିଁ।
ଏହା ଉଭୟ ପୁରୁଷ ଓ ମହିଳା ସମସ୍ତଙ୍କୁ ହୋଇପାରେ।ଏହି ୱାର୍ଡ ଏବେ ଆଉ ବ୍ଯବହାର ହେଉ ନାହିଁ।ଆଧୁନିକ ଗବେଷକ ମାନେ ବା ମାନସିକ ରୋଗ ବିଶେଷଜ୍ଞ ମାନେ ଏହାକୁ କନଭରସନ ଡିଜଅର୍ଡର ନାମ ଦେଇଛନ୍ତି।ଏହାର କାରଣ ଏହି ହିଷ୍ଟ୍ରିୟାର ଆଜି କାଲି ବହୁତ ଖରାପ ଅର୍ଥରେ ବ୍ୟବହାର ହେଉଛି।