ହେ ଭଗବାନ ପୁରୀ ଶ୍ରୀମନ୍ଦିର ଆଗରେ ଥିବା ଅରୁଣ ସ୍ତମ୍ଭରେ ଫାଟ.. ଶେଷ ହେଉଛି କଳିଯୁଗ , ନିର୍ଦ୍ଦେଶ ଦେଉଛନ୍ତି ଜଗନ୍ନାଥ

ଶେଷ ହୋଇଯିବ କି ପୃଥିବୀ। ନିର୍ଦ୍ଦେଶ ଦେଉଛନ୍ତି କି ଜଗତର ନାଥ ଜଗନ୍ନାଥ। ସତରେ କଣ ୧୨ ହାତ ଖଣ୍ଡା ବୁଲିବ। ବାଇଶି ପାହାଚରେ ମୀନ ଖେଳିବ ।କେହି ରକ୍ଷା ପାଇବେ ନାହିଁ। ପାପୀ ନାଶ ପାଇଯିବ, ଆଉ ଯିଏ ବଞ୍ଚିଯିବ ସେ କୂଳକୁ ବି ନୁହେଁ। ଆଜ୍ଞା ହଁ ସାରା ଦୁନିଆର ରକ୍ଷକ ଯିଏ ଆଜି ନିଜେ ରକ୍ଷା ପାଇଁ ଧାଉଁଛି ସିଏ। ଆମେ ଏକଥା କହୁଛୁ କାରଣ କିଛି ଦିନ ହେବ ଜଗତର ରାଜାଙ୍କ ସହରରେ ପୃଥିବୀ ଧ୍ୱଂସ ହେବାର ପୂର୍ବ ସଙ୍କେତ ମିଳୁଛି।ଏଇ ଯେମିତି ଗତକାଲି ଜଗନ୍ନାଥ ମନ୍ଦିରର ସିଂହ ଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ ରେ ଫାଟ ସୃଷ୍ଟି ହୋଇଛି। ଯାହା ବର୍ତ୍ତମାନ ଶ୍ରଦ୍ଧାଳୁ ଙ୍କ ମନରେ ଉଦବେଗ ପ୍ରକାଶ ପାଇଛି। କିଭଳି ଭାବରେ ୩୩ ଫୁଟ୍ ୮ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ କଳା ମୁଗୁନି ପଥରରେ ନିର୍ମିତ ଅରୁଣ ସ୍ତମ୍ଭ ରେ ଫାଟ ସୃଷ୍ଟି ହେଲା।

ଏହା ଘଟଣା କୁ ନେଇ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଯାହାକୁ ଦେଖିଲେ ଲାଗୁଛି ପୃଥିବୀ ଧ୍ୱଂସ ହେବାକୁ ଆଉ ବେଶୀ ବାଟ ନାହିଁ। ବାଟ ସରି ସରି ଆସିଲାଣି।

କାରଣ ଏହି ଅତୀତ ନିକଟରେ ରତ୍ନ ସିଂହାସନ ଉପରୁ ପଥର ଖସିଲା, ଶ୍ରୀ ମନ୍ଦିର ର ଦଧିନଉତି ରେ ଚିଲ ମାନେ ବୁଲିଲେ। ଯାହାକୁ ଦେଖି ଲୋକେ ବହୁତ ଡରି ଯାଇଥିଲେ। ଆଉ ଏହା ବିପଦର ସଙ୍କେତ ଦେଉଛି ବୋଲି ଭକ୍ତ ମାନେ କହିଲେ। ଆଉ ତୁହାକୁ ତୁହା ବର୍ଷା ରେ ଶ୍ରୀ ମନ୍ଦିର ର ବାଇଶି ପାହାଚ କୁ ପାଣି ଛୁଇଁଲା। ଏପରିକି ଶ୍ରୀ ମନ୍ଦିର ର ବାଇଶି ପାହାଚରୁ ଜୋର ରେ ପାଣି ମାଡ଼ି ଆସି ସିଂହ ଦ୍ଵାର ଗୁମୁତ ରେ ପୂର୍ଣ୍ଣ ହୋଇ ଯାଇଥିଲା।

ବଡ଼ଦାଣ୍ଡ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା। ସମୁଦ୍ର ଭିତରେ ଖଣ୍ଡିଆ ଭୂତ ବୁଲିଥିଲା। ରୋଷେଇ ଘରର ସର ଘରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ମହା ପ୍ରସାଦ ରନ୍ଧନ ପାଇଁ ଥିବା କିଛି ସାମଗ୍ରୀ ପୋଡ଼ି ଯାଇଥିଲା। ଖାଲି ସେତିକି ନୁହେଁ, ରୋଷେଇ ଘରକୁ କେହି ଜଣେ ଦୁର୍ବୃତ୍ତ ପଶି ଆସି ଅଧାରୁ ଅଧିକ ଚୁଲି ଭାଙ୍ଗିଥିଲା। ଆଜ୍ଞା ହଁ ଯାହାକୁ ଦେଖିଲେ ପୃଥିବୀ ଧ୍ୱଂସ ହେବାର ସଙ୍କେତ ମିଳୁଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।ଆଉ ସବୁଠାରୁ ବଡ଼ କଥା ହେଉଛି, ସାରା ଦୁନିଆର ରକ୍ଷକ ଯିଏ ଆଜି ନିଜେ ରକ୍ଷା ପାଇଁ ଧାଉଁଛି ସିଏ।

Leave a Comment