ହେ ଭଗବାନ ! ବ୍ରିଜ ପାଖରେ ଭାସିଆସିଲେ ଅଜଣା ବ୍ୟକ୍ତି ..ବାରମ୍ବାର ଚିତ୍କାର ସତ୍ୱେ ଉଦ୍ଧାର କରିବାକୁ ଆସିଲେନି କେହି… ଦେଖନ୍ତୁ Video

ଲଗାତାର ବର୍ଷା ହେବାରୁ ଯେଉଁ ଭଳି ଭାବରେ ଜଳସ୍ତର ବଢ଼ି ଚାଲିଛି ସେହି ଭଳି ଭାବେ ନଦୀର ଜଳ ପ୍ରଭାବ ମଧ୍ୟ ବଢ଼ି ଚାଲିଛି।ନଦୀ ଜଳସ୍ତର ବଢୁଥିବାରୁ ବିଭିନ୍ନ ଗାଁ ଗୁଡିକରେ ଜଳ ପଶି ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି ଜୀବନ। ଏହା ସହିତ କେତେବେଳେ ଏହି ଜଳ ରେ ପଶୁ ପକ୍ଷୀ ଙ୍କୁ ମୃତ ଶରୀର ଭାସି ଆସୁଛି ତ କେତେବେଳେ ମଣିଷ ଭାସି ଆସୁଥିବାର ଦେଖିବାକୁ ମିଳୁଛି ଯାହାକୁ ନେଇ ଲୋକେ ଖୁବ୍ ଆତଙ୍କିତ ହୋଇ ପଡିଛନ୍ତି।ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ଦେଖିବାକୁ ମିଳୁଛି କି ବନ୍ୟା ପାଣି ପ୍ରଖର ସୁଅରେ କିଭଳି ଭାବରେ ଜଣେ ବ୍ୟକ୍ତି ଭାସି ଯାଉଛନ୍ତି।

ଭିଡିଓ ଟି ଭଲ ଭାବରେ ଦେଖନ୍ତୁ ଜଳରେ ଭାସି ଯାଉଛନ୍ତି ବ୍ୟକ୍ତି ଜଣକ। ଆଉ ଏ ବ୍ୟକ୍ତି ଜଣକୁ ସାହାଯ୍ୟ କରିବା ପାଇଁ କେହି ଜଣେ ବି ଆସି ନାହାଁନ୍ତି। ଆଉ ବ୍ୟକ୍ତି ଜଣକ ପାଣିରେ ଉବୁଟୁବୁ ହେଉଛନ୍ତି। ପ୍ରାଣ ବିକଳ ରେ ଛଟପଟ ହେଉଛନ୍ତି। ଯାହା କି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି କିନ୍ତୁ ବ୍ୟକ୍ତି ଜଣକୁ କେହି ବି ଉଦ୍ଧାର କରି ନାହାନ୍ତି।ଭିଡ଼ିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତିଙ୍କୁ ବନ୍ୟା ପାଣି ଭସାଇ ନେଇ ଯାଉଛି ଆଉ ବ୍ୟକ୍ତି ଜଣକ ପ୍ରାଣ ବିକଳରେ ଚିତ୍କାର କରି ଚାଲିଛନ୍ତି। ହେଲେ ଯେତେ ଚିତ୍କାର କରିଲେ ମଧ୍ୟ ତାଙ୍କ ଚିତ୍କାର ଶୁଣିବାକୁ କେହି ଜଣେ ବି ନାହାଁନ୍ତି।

 

ତେବେ ମିଳିଥିବା ସୂଚନା ମୁତାବକ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକର ଧବଳେଶ୍ୱର ବ୍ରିଜ ଉପରେ। ଲଗାଣ ବର୍ଷା କାରଣରୁ ସାରା ରାଜ୍ୟରେ ଯେଉଁ ଭଳି ଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଲୋକେ ନାନା ପ୍ରକାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଆଉ ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଧବଳେଶ୍ୱର ବ୍ରିଜ ପାଖରେ ବନ୍ୟା ପାଣି ଭାସି ଯାଇଥିବାର ଦେଖିବାକୁ ପାଇଥିଲେ କିଛି ଲୋକେ।

ଆଉ ଏହି ସମୟରେ କେହି ଜଣେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଆଉ ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ ବ୍ୟକ୍ତି ଜଣକ ଘଣ୍ଟା ଘଣ୍ଟା ଧରି ଏହି ଭଳି ଭାବରେ ପାଣିରେ ଭାସି ଚାଲିଥିଲେ। ଆଉ କୁଆଡେ଼ ବଡ ପାଟି କରି ଡ଼ାକି ଚାଲିଥିଲେ କିନ୍ତୁ ତାଙ୍କୁ ଉଦ୍ଧାର କରିବା ପାଇଁ କେହି ବି ପହଁଚି ନଥିଲେ। ଆଉ ବ୍ୟକ୍ତି ଜଣକ ପ୍ରାଣ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଏହି ଭଳି ଭାସି ରହିଥିଲେ।

Leave a Comment