10ମ ଶ୍ରେଣୀ ଛାତ୍ରର ମହାନତା ମୃତ୍ୟୁ ଆଗରୁ ଅଙ୍ଗଦାନ କରି 6 ଜଣଙ୍କୁ ଦେଲେ ନୂଆ ଜୀବନ….

ଦଶମ ଶ୍ରେଣୀର ଛାତ୍ରଟିଏ ପୃଥିବୀରୁ ବିଦାୟ ନେବା ପୂର୍ବରୁ ୬ ଜଣଙ୍କୁ ଦେଇ ଯାଇଛି ନୂଆ ଜୀବନ। ଆଉ ପୁଅକୁ ଶେଷ ବିଦାୟ ଦେବା ପୂର୍ବରୁ ମେଡିକାଲ ବେଡ୍ ପାଖରେ ପରିବାର ଲୋକେ ଶେଷ ପ୍ରାର୍ଥନା କରିଥିଲେ । କୋହଭରା ମନ ଓ ଥରଥର ହାତରେ ଶେଷ ଥର ପାଇଁ ପୁଅକୁ ଛୁଇଁ ଦେଉଥିଲେ ପରିବାର ଲୋକେ । କିନ୍ତୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଆରପାରିକୁ ଚାଲି ଯାଇଥିବା ବାଳକର ମହାନତାକୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।

ତେବେ ଏ ବାଳକ ଜଣଙ୍କ ହେଉଛନ୍ତି ୧୦ମ ଶ୍ରେଣୀରେ ପଢୁଥିବା ସୁରଟର ୧୪ ବର୍ଷୀୟ ବାଳକ ଧାର୍ମିକ।ଗତ ବର୍ଷେ ହେଲା ଡାଇଲିସିସରେ ବଞ୍ଚୁଥିଲେ। ହେଲେ ସେ ଏତେ ବି ଅସୁସ୍ଥ ନଥିଲା। କିନ୍ତୁ ଧୀରେ ଧୀରେ ଧାର୍ମିକର ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଦେଖିବାକୁ ମିଳିଲା। ସେ ଧିରେ ଧିରେ ଖୁବ୍ ଅସୁସ୍ଥ ହେବାକୁ ଲାଗିଲା।

ଆଉ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ପଡିଲେ।କିଛି ଦିନ ଧରି ଚିକିତ୍ସା ଚାଲିଲା ଆଉ ପରେ ଡାକ୍ତର ଧାର୍ମିକକୁ ବ୍ରେନ ଡେଡ୍ ଘୋଷଣା କଲେ । ଆଉ ଏହା ପରେ ପୁଅର ଅଙ୍ଗଦାନ ବିଷୟରେ ଆରମ୍ଭ ହେଲା ବିଚାର ବିମର୍ଶ । ଘରଲୋକେ ରାଜି ହେବା ପରେ ମେଡିକାଲ ପକ୍ଷରୁ ତାଙ୍କର ହାର୍ଟ, ଫୁସଫୁସ, ଦୁଇ ହାତ ଏବଂ ଯକୃତ ଦାନ କରିବା ପାଇଁ ସବୁକିଛି ଠିକ ହୋଇଗଲା।ଏଥିପାଇଁ ସୁରଟରୁ ଅନ୍ୟ ସହରକୁ ଚାରୋଟି ଗ୍ରୀନ କରିଡର ପ୍ରସ୍ତୁତ କରା ଯାଇଥିଲା ।


ତେବେ ସୁରଟର କିରଣ ହସ୍ପିଟାଲରୁ ଧାର୍ମିକଙ୍କ ଦୁଇଟି ଯାକ ହାତ ଯାଇଥିଲା ମୁମ୍ବାଇ । ଆଉ ଏଥି ପାଇଁ ସମୟ ଲାଗିଥିଲା ୧୦୫ ମିନିଟ। ସେହିପରି ଦ୍ଵିତୀୟ ଗ୍ରୀନ କରିଡରରେ ଧାର୍ମିକଙ୍କ ହାର୍ଟ ଯାଇଥିଲା ସୁରଟରୁ ଅହମଦାବାଦ, ଆଉ ଏଥିପାଇଁ ସମୟ ଲାଗିଥିଲା ୯୦ ମିନିଟ ।ସେହିପରି ତାଙ୍କ ଫୁସଫୁସ ଯାଇଥିଲା ଚେନ୍ନାଇ, ଯାହା ପାଇଁ ୧୮୦ ମିନିଟ ଲାଗିଥିଲା । ସେହିପରି ଅହମଦାବାଦରୁ ସଡକ ପଥରେ ଯାଇଥିଲା ତାଙ୍କ ଲିଭର ।


ଧାର୍ମିକର ହାତ ଦୁଇଟି ଲାଗିଛି ମହାରାଷ୍ଟ୍ର ପୁନେର ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କ ଦେହରେ। ତାଙ୍କର ଦୁଇଟି ଯାକ ହାତ ବିଦ୍ୟୁତ ଲାଗି ନଷ୍ଟ ହୋଇ ଯାଇଥିଲା । ହାତ ଟ୍ରାନ୍ସପ୍ଳାଣ୍ଟ କରିବା ଏକ ବିରାଟ ସଫଳତା ବୋଲି ଡାକ୍ତରମାନେ କହିଛନ୍ତି । ସାରା ଦକ୍ଷିଣ ଭାରତରେ ଏବେ ଏହି ଘଟଣାଟି ଚର୍ଚ୍ଚାର ବିଷୟ ପାଲଟି ଯାଇଛି।ମାତ୍ର ୧୪ ବର୍ଷର ପିଲାଟିଏ ନିଜକୁ ବାଣ୍ଟି ଦେଇ ବଞ୍ଚାଇ ଦେଇଛି ୬ଟି ଜୀବନ ।

ନିଜ ଛୋଟ ପୁଅର ଅଙ୍ଗ ଦାନ ପାଇଁ ରାଜି ହୋଇଥିବା ଧାର୍ମିକଙ୍କ ପରିବାର ଲୋକଙ୍କୁ ଡାକ୍ତରମାନେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଏହି ଦୃଶ୍ୟ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ତେବେ ଏ ଦଶମ ଶ୍ରେଣୀ ପିଲାଟି ଆଜି ୬ ଜଣଙ୍କୁ ଅଙ୍ଗ ଦାନ କରି ମୃତ୍ୟୁ ପରେ ମଧ୍ୟ ଅମର ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment