2022,ସୂର୍ଯ୍ୟ ପରାଗ ୨୦୨୨ (25 October) ହାଣ୍ଡିଛାଡ ସଠିକ ସମୟ |4ଟି ରାଶି କୋଟିପତି

ଅକ୍ଟୋବର ମାସ 25 ତାରିଖ ମଙ୍ଗଳବାର ଦିନ ଅର୍ଥାତ ପବିତ୍ର ଅମାବାସ୍ୟା ଦୀପାବଳି ଦିନ ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଅଛି | ଏହି ସୂର୍ଯ୍ୟ ପରାଗ ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ, ତେବେ ଏହି ସୂର୍ଯ୍ୟ ପରାଗ ଓଡ଼ିଶା ସମେତ ସମ୍ପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବ | ତେବେ ଆଜି ଆମେ ଜାଣିବା ଯେ ସୂର୍ଯ୍ୟ ପରାଗ ର ସମୟ ସୀମା, ଗର୍ଭବତୀ ମହିଳା ମାନେ କଣ କରିବେ ଏବଂ ସୂତକ ସମୟ କେବେଠୁ ଆରମ୍ଭ ହେବ ଏହା ସହିତ କେଉଁ ରାଶି ମାନଙ୍କ ପାଇଁ ଏହା ଶୁଭ ରହିବ ସେହି ସମ୍ପର୍କ ରେ ଜାଣିବା |

ଏହି ପରାଗ ସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରାଯାଇ ଅଛି ଏବଂ ସୂର୍ଯ୍ୟ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇ ଥାଏ | ତେବେ ପାକନିଷେଧର ସମୟ ହେଉଛି 24 ଅକ୍ଟୋବର ସୋମବାର ରାତ୍ରି 9ଟା 25 ମିନିଟରୁ ଆରମ୍ଭ ହୋଇ 25 ଅକ୍ଟୋବର ମଙ୍ଗଳବାର ଦିନ 2ଟା 31 ମିନିଟ ରେ ଶେଷ ହେବ | ସୂର୍ଯ୍ୟ ପରାଗ ର ସମୟ ହେଉଛି 25 ଅକ୍ଟୋବର 2022 ମଙ୍ଗଳବାର ଦିନ 12ଟା 11 ମିନିଟ ରେ ଆଂଶିକ ସୂର୍ଯ୍ୟ ପରାଗ ଆରମ୍ଭ ହେବ | ଦିନ 1.21 ମିନିଟ ରେ ସର୍ବାଧିକ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ |


ସର୍ବାଧିକ ସୂର୍ଯ୍ୟ ପରାଗ ମାତ୍ର 34 ସେକେଣ୍ଡ ପର୍ଯ୍ୟନ୍ତ ମହାକାଶ ରେ ଦୃଶ୍ୟମାନ ହେବ ଏବଂ ଦିନ 2ଟା 31 ମିନିଟରେ ସୂର୍ଯ୍ୟ ପରାଗ ଶେଷ ହେବ | ଏହି ସୂର୍ଯ୍ୟ ପରାଗ ମହାକାଶ ରେ 2 ଘଣ୍ଟା 19 ମିନିଟ ଏବଂ 26 ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ | ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଅଶୁଭ ହୋଇ ଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ସୂର୍ଯ୍ୟ ପରାଗ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇ ଅଛି | ଏହି ସମୟରେ ଗର୍ଭବତୀ ମହିଳା କୌଣସି ଜିନିଷ କଟାକଟି ବା କପଡ଼ା ସିଲେଇ କରନ୍ତୁ ନାହିଁ, ନଚେତ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ପଡିଥାଏ |

ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ତିଆରି କରନ୍ତୁ ନାହିଁ ଏବଂ ଏହି ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ | ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ ଏହାଦ୍ୱାରା ଆପଣଙ୍କ ପରିବାରରେ ଅନିଷ୍ଟ ହୋଇଥାଏ | ଏହି ସମୟରେ ଠାକୁର ପୂଜା କେବେ ହେଲେ କରନ୍ତୁ ନାହିଁ ଏବଂ ଏହି ସମୟରେ କୌଣସି ଗଛକୁ ସ୍ପର୍ଶ କରନ୍ତୁ ନାହିଁ | ଏହି ସୂର୍ଯ୍ୟ ପରାଗ ରେ ଗ୍ରହ ମାନଙ୍କର ଚଳଣି ରେ ପରିବର୍ତ୍ତନ ହେବାକୁ ଯାଉଅଛି ଯାହାଦ୍ୱାରା ଏହାର ପ୍ରଭାବ କିଛି ରାଶିରେ ଉପରେ ପଡ଼ିବ | ତେବେ ଆସନ୍ତୁ ଜାଣିବା ଏହା କେଉଁ କେଉଁ ରାଶି ଅଟନ୍ତି |

1.ମିଥୁନ ରାଶି :- ମିଥୁନ ରାଶିଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ବହୁତ ଉତ୍ତମ ରହିବ, ଧନ ସହିତ ଅନ୍ୟାନ୍ୟ ଜନିତ ସମସ୍ୟା ଦୂର ହୋଇଯିବ | ଏହା ସହିତ ଜମିବାଡ଼ି ସମସ୍ୟା ମଧ୍ୟ ନିଶ୍ଚୟ ଭାବରେ ଦୂର ହୋଇଯିବ ଏବଂ ଚାକିରୀ ରେ ମଧ୍ୟ କୌଣସି ଅସୁବିଧା ଦେଖା ଯିବ ନାହିଁ |

 

2.କର୍କଟ ରାଶି :- ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ବହୁତ ଶୁଭ ଦାୟକ ରହିବ ଏବଂ ଆପଣଙ୍କୁ ଧନ ଦୌଲତ ପ୍ରାପ୍ତି ହେବ | ଆପଣ ଚେଷ୍ଟା କରିଲେ ସବୁ ପ୍ରକାରର କାର୍ଯ୍ୟରେ ଆପଣଙ୍କୁ ଲାଭ ଦେଖିବା ପାଇଁ ମିଳିବ | ଆପଣଙ୍କୁ ପ୍ରଶଂସା ମିଳିବା ସହିତ ପୁରୁଣା ବନ୍ଧୁ ସହିତ ଦେଖା ସାକ୍ଷାତ ମଧ୍ୟ ହୋଇ ପାରେ ଏବଂ ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ |

3.କନ୍ୟା ରାଶି :- ଏହି ରାଶି ମାନଙ୍କୁ ଖର୍ଚ୍ଚରେ କମ ଦେଖିବା ପାଇଁ ମିଳିବ ଟଙ୍କାର ଆବଶ୍ୟକତା ପଡ଼ିବ ନାହିଁ ଆପଣଙ୍କୁ ଟଙ୍କା ସଙ୍ଗେ ସଙ୍ଗେ ମିଳିଯିବ | ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ସୁଧାର ଦେଖିବା ପାଇଁ ମିଳିବ |

4.କୁମ୍ଭ ରାଶି :- ଏହି ରାଶି ବ୍ୟକ୍ତି ବିଶେଷ ମାନେ ନିଜ ଜୀବନ ସାଥିଙ୍କ ସହିତ ବହୁତ ଉତ୍ତମ ସମୟ ବିତାଇବେ ଏବଂ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ | ଏହା ସହିତ ଆସନ୍ତା ଦିନ ମାନଙ୍କରେ ଆପଣଙ୍କୁ ଅଚାନକ ଧନ ମଧ୍ୟ ପ୍ରାପ୍ତି ହୋଇ ପାରେ |

5.ବୃଷ ରାଶି :- ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ବହୁତ ଶୁଭ ରହିବ କାରଣ ଆପଣ ମାନଙ୍କୁ ଧନ ଦୌଲତ ପ୍ରାପ୍ତି ହେବ, କେତେ ପ୍ରକାରର ସଫଳତା ମଧ୍ୟ ଆପଣଙ୍କୁ ମିଳିବ | ଆପଣ ଚେଷ୍ଟା ଯଦି କରିବେ ତେବେ ଆପଣଙ୍କୁ ସବୁ ପ୍ରକାର କାର୍ଯ୍ୟରୁ ଲାଭ ମିଳିବ, ତାହା ସହିତ ବୈବାହିକ ଜୀବନ ମଧ୍ୟ ଆପଣଙ୍କର ଭଲ ରହିବ |

6.ମେଷ ରାଶି :- ଏହି ରାଶିର ଲୋକଙ୍କୁ ଖର୍ଚ୍ଚ ରେ କମି ଦେଖିବା ପାଇଁ ମିଳିବ, ଏହା ସହିତ ଆପଣଙ୍କ ସଫଳତା ରେ ଏକ ନୂଆ ରାସ୍ତା ଖୋଲିବ | ଏହି ସୂର୍ଯ୍ୟ ପରାଗ ଆପଣଙ୍କ ପାଇଁ ବହୁତ ଲକି ରହିବ |

7.ଧନୁ ରାଶି :- ଆପଣଙ୍କର ଧନ ସହିତ ଜଡ଼ିତ ସମସ୍ୟା ଦୂରୀଭୂତ ହେବ, ଜମି ସମ୍ବନ୍ଧିତ ସମସ୍ୟା ମଧ୍ୟ ଦୂର ହୋଇ ଯିବ | ତାହା ସହିତ କିଛି ନୂଆ ମାର୍ଗ ମଧ୍ୟ ଆପଣଙ୍କୁ ମିଳିବ ଏବଂ ଏହି ସୂର୍ଯ୍ୟ ପରାଗ ଆପଣଙ୍କୁ ସଫଳତା ଆଣି ଦେବ | ଚାକିରୀରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ନୂଆ ଚାକିରୀ ମଧ୍ୟ ଆପଣଙ୍କୁ ମିଳି ପାରେ |

8.ମୀନ ରାଶି :- ଏହି ଲୋକ ମାନେ ନୂଆ ଲୋକଙ୍କ ସହିତ ମିଶିବେ ଯାହାକି ଆଗକୁ ଯାଇ ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ | ଏମାନଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ବର୍ତ୍ତମାନ ପୂର୍ଣ୍ଣ ହେବାକୁ ଯାଉଅଛି |

Leave a Comment