ପ୍ରଥମ ଥର ଷ୍ଟେଜ୍ ରେ ଅନୁଭବ ନିଜ ପ୍ରେମକୁ ନେଇ କହିଲେ ଏମିତି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ….

ତେବେ ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ଅଭିନେତା ମହାନ୍ତି ଙ୍କୁ ଏକ ଷ୍ଟେଜ ସୋ ରେ ଦେଖିବା ପାଇଁ ମିଳିଛି ଯାହାକି ସେ ସମାଜ ସେବା କରୁଥିବା ବଜରଙ୍ଗୀ ସୋ କୁ ଆସିଛନ୍ତି | ଏହି ସୋ ରେ ଆଙ୍କରିଂ ରେ ଥିବା ଅଶ୍ୱିନୀ କହି ଥିଲେ କି ଅଭିନେତା ଅନୁଭବ ମହାନ୍ତି ଙ୍କ ମୁହଁରୁ ତାଙ୍କର ଆସୁଥିବା ଫିଲ୍ମ ରୁ ଏକ ଡାଇଲଗ କୁହନ୍ତୁ | ଏହାପରେ ଅନୁଭବ କହି ଥିଲେ କି ଆପଣ ମାନେ ତ ଜାଣି ଥିବେ ଗତ ତିନି ବର୍ଷ ହେବ ମୁଁ କେତେ କେତେ ଡାଇଲଗ ଶୁଣୁଛି | ଆମ ଦୁନିଆଁ ର ପ୍ରତେକ ମଣିଷ ଯେଉଁ ମାନେ ବୟସ ରେ ବଡ଼ ହୋଇ ଥିବେ ସେମାନେ ବେସ କରି ବୁଝି ପାରୁ ଥିବେ, ଯେତେ ବେଳେ ପିଲା ଟି ଜନ୍ମ ହୁଏ ତାକୁ ନେଇ ଅନେକ ସ୍ୱପ୍ନ ତା ମାତା ପିତା ମାନେ ଦେଖି ଥାଆନ୍ତି |

ସେ ପିଲାଟି ବଡ଼ ହୋଇ ପ୍ରଥମେ ସ୍କୁଲ ଯାଏ କିନ୍ତୁ ଏମିତି ରେ ଦେଖିବାକୁ ଗଲେ ପ୍ରଥମ ସ୍କୁ ହେଉଛି ତା ମାତା ପିତା, ତାପରେ ସ୍କୁଲ ଯାଏ କଲେଜ ଯାଏ ତାପରେ କିଏ ଚାକିରୀ କରେ କିଏ ବ୍ୟବସାୟ କରେ ବିଭିନ୍ନ କ୍ଷେତ୍ରରେ ପରିଶ୍ରମ କରି ନାଁ କରେ | ଆଉ ସମସ୍ତେ ନିଶ୍ଚିତ ଭାବେ ଭଲ ତ ପାଇ ଥିବେ କିନ୍ତୁ ଭଲ ପାଇବାଟାକୁ ପାଇ ଥିବେ କି ନ ପାଇ ଥିବେ ସେଟା ଦୂରର କଥା କିନ୍ତୁ ମାତା ପିତା ମାନେ ନିଜ ସନ୍ତାନ କୁ ନେଇ ସବୁବେଳେ ଭଲ ସ୍ୱପ୍ନ ଦେଖି ଥାଆନ୍ତି ଏବଂ ସନ୍ତାନ ମାନଙ୍କର ମଧ୍ୟ କର୍ତ୍ତବ୍ୟ କି କେମିତି ମାତା ପିତା ଙ୍କୁ ଭଲରେ ରଖିବ |

ଆପଣ ପ୍ରେମ ପାଇଁ ଯାହା ପାଇଁ ବି ହେଉ ନିଜ ଜୀଵନ ଦେଇ ଦିଅନ୍ତୁ ପଛେ କିନ୍ତୁ ମନେ ରଖିବେ ଯଦି ଆପଣ ଆଜି ଆପଣ ହୋଇ ପାରିଛନ୍ତି ତାହେଲେ ତାହା କେବଳ ଆପଣଙ୍କ ମାତା ପିତା ଙ୍କ ପାଇଁ | କିନ୍ତୁ ମୁଁ ନିଜର କଣ ହେବ ଦେଖା ଯିବ କିନ୍ତୁ ମୁଁ ପରିଶ୍ରମ କରିକି ଆଜି ଏହି ଜାଗା ପର୍ଯ୍ୟନ୍ତ ଆସି ପାରିଛି, ଦରକାର ପଡିଲେ ପୁଣି ପରିଶ୍ରମ ପୁଣି ମୂଳରୁ ଆରମ୍ଭ କରିବି ଯଦି ଆପଣ ମାନଙ୍କର ଆଶୀର୍ବାଦ ଥାଏ ତେବେ ପୁଣି ସେହି ଜାଗାରେ ପହଞ୍ଚିବି କିନ୍ତୁ ମାତା ପିତା ଙ୍କର ହାତ କେବେ ଛାଡ଼ିବି ନାହିଁ |

ସୁପରଷ୍ଟାର ଅନୁଭବ ଙ୍କ କଥା ଶୁଣି ଦର୍ଶକ ଙ୍କ ତାଳି ରେ ମାହଲ ଟି କମ୍ପି ଉଠି ଥିଲା ଆଉ ଅଶ୍ୱିନୀ ମଧ୍ୟ କହି ଥିଲେ କି ପ୍ରେମ କରିବା ଭୁଲ ନୁହେଁ କିନ୍ତୁ ଯଦି ଆପଣଙ୍କ ପ୍ରେମ ବାପା ମା ଙ୍କ ଆଖିରେ ଲୁହ ଦେଉଛି ତାହେଲେ ଭାଡ଼ ମେ ଯାଉ ସେ ପ୍ରେମ | ତେବେ ଅନୁଭବ ଙ୍କର ଏଭଳି କିଛି କଥା ଶୁଣି ଦର୍ଶକ ମଧ୍ୟ ବେସ ପସନ୍ଦ କରି ଥିଲେ |

Leave a Comment