breaking news- ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପରେ ଅଭିନେତା ସାତ୍ୟିକ୍ ମିଶ୍ର ଙ୍କ ସ୍ବାସ୍ଥ ଅବସ୍ଥା ଗୁରୁତର ….ତାଙ୍କର ଶିଘ୍ର ଆରୋଗ୍ୟ କାମନା ପାଇଁ ପାର୍ଥନା କରନ୍ତୁ..

ଏହି କିଛି ଦିନ ଓଲିଓଡ଼ ଚଳଚ୍ଚିତ୍ର ଜଗତ ର ଜଣେ ପରିଚିତ ତଥା ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତୀବ ଗୁରୁତର ହୋଇ ପଡ଼ିଛି | କୁହା ଯାଉଥିଲା କି ପିଣ୍ଟୁ ନନ୍ଦ ଙ୍କ ପେଟ ଫୁଲିବା ସହିତ ପରିସ୍ରା ନଳୀ ମଧ୍ୟ ବନ୍ଦ ହୋଇ ଆସୁ ଥିଲା | ଆଉ ଏହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନା କୁ ଆସିଛି |

ଆଉ ଜଣେ ଅଭିନେତା ତଥା କଳାକାର ସ୍ଵାତିକି ମିଶ୍ର ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡ଼ିଛି | ସୋସିଆଲ ମିଡ଼ିଆ ରେ ଏହି ଖବର ଏବେ କ୍ଷୀବ୍ର ଭାବରେ ଭାଇରାଲ ହେବାରେ ଲାଗିଛି ଆଉ ଏହି ମୋବାଇଲ କୁ ସେ ମୋବାଇଲ ଘୁରି ବୁଲୁଛି କି ସ୍ଵାତିକି ମିଶ୍ର ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ହୋଇ ପଡ଼ିଛି |

ଏଠି କହି ରଖିବାକୁ ଚାହିଁବୁ କି ଦୀର୍ଘ 4 ବର୍ଷ ହେବ ସ୍ଵାତିକି ମିଶ୍ର ଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା ସେ ନିୟମିତ ଚିକିତ୍ସିତ ହେଉ ଥିଲେ ଆଉ ଏହି ନିକଟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଖୁବ ଗୁରୁତର ହୋଇ ପଡ଼ିଛି | ସେପଟେ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରସିଆ ରେ ପୀଡିତ ହୋଇ ଚିକିତ୍ସିତ ହେଉ ଥିବା ବେଳେ ଏପଟେ ସ୍ଵାତିକ ମିଶ୍ର କ୍ୟାନ୍ସର ସହ ଲଢୁ ଥିବା ଚର୍ଚ୍ଚା ହେଉଛି |

 

ତେବେ ଶୁଣିବାକୁ ମିଳୁଛି କି ଦିଲ୍ଲୀ ର ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ଅପରେସନ ସରିଛି | ତେବେ ଏହାରି ଭିତରେ ଆମେ କହି ରଖିବାକୁ ଚାହିଁବୁ କି ସ୍ଵାତିକ ମିଶ୍ର ଉଭୟ କମେଡି ଆଉ ଖଳନାୟକ ଭୂମିକା ରେ ଅଭିନୟ କରି ଦର୍ଶକ ଙ୍କର ହୃଦୟ ଜିଣି ଥିଲେ | ସେ ବି ଅନେକ ଧାରାବାହିକ ଓ ସିନେମା ରେ ଅଭିନୟ କରିଛନ୍ତି ଘରେ ଘରେ ସେ ପରିଚିତ ଅଛନ୍ତି |

କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ଅଧିକ କିଛି ସୂଚନା ନଥିବା ବେଳେ କେମିତି ସେ ଶୀଘ୍ର ସୁସ୍ଥ ହୋଇ କ୍ୟାମେରା ଆଗରେ ଛିଡା ହୋଇ ଦର୍ଶକ ଙ୍କୁ ହସାଇବେ କନ୍ଦାଇବେ ସେଥିପାଇଁ ସମସ୍ତେ ଭଗବାନ ଙ୍କୁ ଏବେ ଡାକୁଛନ୍ତି | ତେବେ ଏହାରି ଭିତରେ ଆମେ ବି ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କୁ ଡାକୁଛୁ ସ୍ଵାତିକ ମିଶ୍ର ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ତାଙ୍କର କର୍ମମୟ ଜୀଵନ କୁ ଆଗକୁ ନେଇ ଯାଆନ୍ତୁ | ତେବେ ଦୁଇ ବଡ଼ ବଡ଼ କଳାକାର ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡ଼ି ଥିବାକୁ ନେଇ ଏବେ ଅନେକ ଦର୍ଶକ ଙ୍କ ମୁହଁରେ ହସ ଯେମିତି ଲିଭି ଯାଇଛି ଆଉ ଦୁହେଁ କିପରି ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ତାହା ପାର୍ଥନା କରୁଛନ୍ତି |

Leave a Comment