ସ୍ୱାଭିମାନ ଅଞ୍ଚଳରେ ପୁଷ୍ପା -୨ ସୁଟିଂ। ଆଜ୍ଞା ହଁ ଆଜି ଆରମ୍ଭ ହୋଇ ସାରିଛି ପୁଷ୍ପା -୨ ର ସୁଟିଂ। ଯାହା ବର୍ତ୍ତମାନ ସୂଚନା ଅନୁସାରେ ସ୍ୱାଭିମାନ ଅଞ୍ଚଳ ମାଲକାନଗିରି ରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପହଞ୍ଚିଛନ୍ତି। ଆଉ ଏହାରି ଭିତରେ ଆରମ୍ଭ ହୋଇ ସାରିଛି ପୁଷ୍ପା -୨ ର ସୁଟିଂ। ଏଠି କହି ରଖିବା ପାଇଁ ଚାହୁଁଛୁ କି, କିଛି ଦିନ ତଳେ ଏହି ଫିଲ୍ମ ପୁଷ୍ପା -୨ ର ଟ୍ରିଜର ରିଲିଜ୍ ହୋଇଥିଲା। ଆଉ ଏବେ ସ୍ୱାଭିମାନ ଅଞ୍ଚଳର ପାଦ ଦେଶରେ ଆରମ୍ଭ ହୋଇ ସାରିଛି ପୁଷ୍ପା -୨ ର ସୁଟିଂ। ଆଉ ଏବେ ଏବେ ଖବର ଆସୁଛି କି, ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବର୍ତ୍ତମାନ ଚଳଚିତ୍ର ପୁଷ୍ପା -୨ ର ସୁଟିଂ ଆରମ୍ଭ ହୋଇଛି। ଆଉ ଆପଣ ଏହି ଭିଡିଓ ରେ ଦେଖିବାକୁ ପୁରା ସୁଟିଂ ଆରମ୍ଭ ର ଭିଡିଓ।
ପୁଷ୍ପା -୨ ର ପୁରା ଟିମ୍ ତଳାବୁ ଜଳପ୍ରପାତ ନିକଟରେ ପହଞ୍ଚି ସୁଟିଂ ଆରମ୍ଭ କରି ସାରିଛନ୍ତି। ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ମଧ୍ୟ ଉପସ୍ଥିତ ଅଛନ୍ତି। ସୂଚନା ଅନୁସାରେ, ଏହି ଫିଲ୍ମର ନିର୍ମାଣ ସଂସ୍ଥା ଏକ ମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ ହନ୍ତାଳପୁଡ଼ା ଘାଟି ଓ ଚିତ୍ରକୋଣ୍ଡା ରେ ନିର୍ମାଣାଧୀନ ଥିବା ପୋଲ ନିକଟରେ ସୁଟିଂ କରିବା ପାଇଁ ଯୋଜନା କରିଥିଲେ। ଆଉ ଏଥିପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନର ଅନୁମତି ମଧ୍ୟ ଲୋଡ଼ିଥିଲେ। ଆଉ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ପାଇବା ପରେ ଆଜି ସୁଟିଂ ଆରମ୍ଭ ହୋଇଛି ଚଳଚିତ୍ର ପୁଷ୍ପା -୨।ଆଉ ଏହାରି ଭିତରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦ ଦେଶରେ ପହଞ୍ଚିଛନ୍ତି ମେଗା ଷ୍ଟାର, ସୁପରଷ୍ଟାର ଅଲ୍ଲୁ ଅର୍ଜୁନ।
କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର ରିଲିଜ୍ ହୋଇଥିବା ବେଳେ ଏହି ଫିଲ୍ମ ର ଆକ୍ସନ୍, ଫାଇଟ୍, ଫାୟାର୍, ଡାଇଲଗ୍ ଏ ସବୁକୁ ଦେଖିବାକୁ ମିଳିବ ଏହି ସିନେମାରେ ।ଯାହାକି ଟିଜର୍ ରେ ଦେଖିବାକୁ ମିଳିଥିଲା। ଆଉ ଏ ଟିଜର୍ ରେ ଦେଖିବାକୁ ମିଳିଥିଲା ଅଲ୍ଲୁ ଅର୍ଜୁନ ଙ୍କ ନିଆରା ଅନ୍ଦାଜ୍, ସୁପର ଆକ୍ସନ୍ ଯାହାକୁ ଦେଖିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି। ଆଉ ଏହାରି ଭିତରେ ଯେତେବେଳେ ମାଲକାନଗିରି ପାଦ ଦେଶରେ ପୁଷ୍ପା -୨ ସୁଟିଂ ହେଉଛି, ମେଗାଷ୍ଟାର ଅଲ୍ଲୁ ଅର୍ଜୁନ ପହଞ୍ଚି ସାରିଛନ୍ତି, ଠିକ୍ ସେତିକିବେଳେ ସମସ୍ତଙ୍କର ଉତ୍କଣ୍ଠା ବଢ଼ି ଯାଇଛି। ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ପାଦଦେଶ ଆନ୍ଧ୍ରପ୍ରଦେଶ ତରାପୁରରେ ଚଳଚିତ୍ର ପୁଷ୍ପା -୨ ର ସୁଟିଂ ଆରମ୍ଭ ହୋଇ ସାରିଛି।