ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ସାମ୍ନା କୁ ଆସିଥାଏ ଯାହାଲୁ ଦେଖିଲେ ଆମ ମନରେ ଦୁଃଖ ସୃଷ୍ଟି ହୋଇଥାଏ | ଆଉ ଏଠାରେ ସେହି ଭଳି ଏକ ଘଟଣା ଟି ଭାଇରାଲ ହେବାକୁ ଲାଗିଛି |
ତେବେଏ ଦୁନିଆ ବଡ ବିଚିତ୍ର ଏଠି କାହା ପାଇଁ ନୂଆ ସକାଳ ତ କାହା ପାଇଁ ସକାଳର ଆରମ୍ଭ ହେଉଛି କଷ୍ଟ ଦାୟକ । ଏଠି କାହା ପାଇଁ ରଙ୍ଗୀନ ରାତି ତ କାହା ପାଇଁ କାଳର ରାତି । ତେବେ ଆମ ମାନଙ୍କ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । କେତେବେଳେ ସୁଖରେ ଆମେ ଖୁସି ଥାଉ ତ ଦୁଃଖରେ ଆମେ ଭାଙ୍ଗି ପଡି ଥାଉ ତା ମାନେ ନୁହେଁ ଯେ ଏହି ଦୁଃଖ ଗୋଟେ ମଣିଷର ଜୀବନ ନେଇଯିବ ।
ଜଣେ ବ୍ୟକ୍ତିଙ୍କ ଜୀବନରେ ଦୁଃଖ ଆସିବାରୁ ସେ ନିଜ ପତ୍ନୀଙ୍କୁ କହିଲେ ଚାଲ ଆମେ ବିଷ ଖାଇ ଦେବା । ହଁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ । ଉକ୍ତ ବ୍ୟକ୍ତି ଙ୍କ ନାମ ହେଉଛି ଭାସ୍କର ଦାସ । ଭାସ୍କର ଙ୍କ ପତ୍ନୀ କିଡ୍ନି ଜନିତ ସମସ୍ୟା ରେ ପୀଡିତ ଅଛନ୍ତି ହେଲେ ତାଙ୍କର ଚିକିତ୍ସା ରେ ଅର୍ଥ ବାଧକ ସାଜିଛି । ତେଣୁ ସେ ବିଷ ଖାଇ ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇ ଥିଲେ ।ଏନେଇ ସେ ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଯାହା ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଭାସ୍କର ଦାସ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ମୋ ସ୍ତ୍ରୀ ସହ କଥା ହେଉଥିଲି କଣ କରିବା ଆମେ ନା କୁଆଡେ ପଳେଇବା ।ମୁଁ ଯେତେବେଳେ ଜାଣିଲି ସେ କିଡ୍ନି ଜନିତ ସମସ୍ୟାରେ ପୀଡିତ ଅଛି ମୁଁ ପୁରା ପାଗଳ ହେଇଗଲି । ମୁଁ ମୋ ସାନ ଭାଇକୁ ଫୋନ କଲି ବାପା-ମାଙ୍କୁ କଲ୍ କଲି ଶାଶୁ -ଶଶୁର ଙ୍କୁ କଲ୍ କଲି । ଡାକ୍ତର ଯେତେବେଳେ ଏମିତି କହିଦେଲେ ମୁଁ ବାୟା ପାଗଳ ହେଇଗଲି । ସେ ଡାକ୍ତର ତ କହିଲେ ଡାଏଲିସିସ ହେବ ଆଉ ଏବେ ଡାଏଲିସିସ ଚାଲିଛି । ଡାକ୍ତର ଏବେ କହିଲେଣି ଟ୍ରାନ୍ସପ୍ଳାଣ୍ଟ କରିବାକୁ ସେ ବି ପୁରା ଝଡି ଗଲାଣି ସେ ଠିକ ସେ ଆଉ ଚାଲି ପାରୁନି ।
ତାର ଦେହ ଖରାପ ହେଲା ମୁଁ ହଇରାଣ ହେଲି ମୁଁ ଯେତିକି ଟଙ୍କା ଦରମା ଆଣୁଛି ସବୁ ଔଷଧ ଦୋକାନରେ ଥୋଉଛି । ଟ୍ରାନ୍ସପ୍ଳାଣ୍ଟ କେମିତି କରିବି ସେଇଟା ମୋ ପାଇଁ ଚିନ୍ତା’ । ତେବେ ଯଦି ଆପଣ ମାନେ ବି ଭାସ୍କରଙ୍କୁ ଆର୍ଥିକ ସହାୟତା କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ମାନେ 9937466242 ନମ୍ବରରେ ଫୋନ ପେ ବା ଗୁଗଲ ପେ କରି ପାରିବେ ।