ଅନେକ ପ୍ଲାଟଫର୍ମ ରହିଛି ଯେଉଁଥିରେ ଓଡ଼ିଶା ର କୋଣ ଅନୁକୋଣ ରୁ ପିଲା ଆସି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି ଆଉ ପରେ ପରେ ନିଜର ଏକ ପରିଚୟ ସୃଷ୍ଟି କରି ପାରୁଛନ୍ତି | ଆଗ କାଳରେ କେହି ନିଜର ପ୍ରତିଭା ଲୋକ ଲୋଚନ ସାମ୍ନା କୁ ଆଣି ପାରୁ ନଥିଲେ କିନ୍ତୁ ଏବେକା ସମୟରେ ଅନେକ ରିୟାଲିଟି ସୋ ଦ୍ୱାରା ସମସ୍ତେ ଭାଗ ନେଇ ପାରୁଛନ୍ତି | ତେବେ କେବଳ ପିଲା ନୁହଁନ୍ତି ବରଂ ଗୃହିଣୀ ମାନଙ୍କ ପାଇଁ ମଧ୍ୟ କିଛି ଏଭଳି ରିୟାଲିଟି ସୋ ରହିଛି ଯେଉଁଥିରେ ସେମାନେ ଭାଗ ନେଇ ନିଜର ପ୍ରତିଭା କୁ ସାମ୍ନାକୁ ଆଣି ପାରିବେ |
ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ସମ୍ପୂର୍ଣ୍ଣ ଲକ୍ଷ୍ମୀ ତ ଆପଣ ମାନେ ନିହାତି ଭାବରେ ଦେଖୁ ଥିବେ | ଯେଉଁଥିରେ କି ଅନେକ ଘରର ଗୃହିଣୀ ମାନେ ଆସି ଭାଗ ନେଇ ଥାଆନ୍ତି ଏବଂ ନିଜର ପ୍ରତିଭା ଦ୍ୱାରା ସିଲେକ୍ଟ ହୋଇ ଥାଆନ୍ତି | ତେବେ ଏହି ସମ୍ପୂର୍ଣ୍ଣ ଲକ୍ଷ୍ମୀ ମଞ୍ଚରେ ଏକ ଗୃହିଣୀ ଆସି ପହଞ୍ଚିଛନ୍ତି ଯାହାଙ୍କର ନାଁ ହେଉଛି ସଫା ସ୍ୱାଇଁ |
ତେବେ ଏହି ଗୃହିଣୀ ଜଣଙ୍କ ଯେତେ ବେଳେ ମଞ୍ଚ କୁ ଆସି ଥିଲେ ସେତେ ବେଳେ ଭଗବାନ ଗଣେଶ ଙ୍କର ଏକ ଶ୍ଳୋକ ଗାଇ ଥିଲେ ଯାହାକି ଜଜ ମାନଙ୍କୁ ଖୁବ ପସନ୍ଦ ଆସି ଥିଲା | ଏହାପରେ ସେ ଘରେ ହାଉସ ୱାଇଫ ସହିତ ଅନଲାଇନ ବି କାମ କରନ୍ତି ବୋଲି କହି ଥିଲେ | ତେବେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ପ୍ରଶ୍ନ ଉତ୍ତର ରାଉଣ୍ଡ ରେ ତାଙ୍କୁ ଓଡ଼ିଆ ନବବର୍ଷ କେବେ ପାଳନ କରାଯାଏ ବୋଲି ପଚରା ହୋଇ ଥିଲା | ଆଉ ସେ ଉତ୍ତର ମଧ୍ୟ ଠିକ ଦେଇ କହି ଥିଲେ ତାକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ ଆଉ ତାହା ବୈଶାଖ ମାସରେ ପଡିଥାଏ | କିନ୍ତୁ ଜଜେସ ମାନେ ଯେତେ ବେଳେ କେଉଁ ଇଂରାଜୀ ମାସ ବୋଲି ପଚାରି ଥିଲେ ଗୃହିଣୀ କହି ଥିଲେ କି ମତେ କେବଳ ଓଡ଼ିଆ ମାସ ଆସେ ମୁଁ ଇଂରାଜୀ ମାସ ଉପରେ କେବେ ଧ୍ୟାନ ରଖିନି
ତେବେ ଏହାପରେ ମାଣବସା ଗୁରୁବାର କେମିତି କଣ କରାଯାଏ ତାହା ଉପରେ ସେ ବର୍ଣ୍ଣନା କରି ଥିଲେ | ତେବେ ଏହାପରେ ସଫା ସ୍ୱାଇଁ ବାଜେ ବଇଁଶୀ ନାଚେ ଘୁଙ୍ଗୁର ଭଜନ ଗୀତ ଟିରେ ଖୁବ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରି ଥିଲେ | ତେବେ ସେ ତାଙ୍କ ପ୍ରତିଭା ଦେଖାଇ ଜଜେସ ମାନଙ୍କ ଠାରୁ ପ୍ରଶଂସା ସାଉଁଟି ଶେଷରେରେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ପରବର୍ତ୍ତୀ ରାଉଣ୍ଡ ପାଇଁ ସିଲେକ୍ଟ ମଧ୍ୟ ହୋଇ ଥିଲେ | ତେବେ ଏହି ଗୃହିଣୀ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ମଧ୍ୟ ଅନେକ ଲୋକ ପ୍ରଶଂସା କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।