ବାପା ମା ଭାଈ ଙ୍କୁ ହରାଇ କାନ୍ଦି କାନ୍ଦି ଭାଙ୍ଗିପଡୁଛନ୍ତି ଅଭିନେତା ଅମ୍ଲାନ୍ ! ଅମ୍ଳାନ ଙ୍କ କାନ୍ଦ ଦେଖିଲେ ଆଖିରେ ଲୁହ ରହିବ nahi

ସ୍ୱର୍ଗତ ମିହିର ଦାସ ଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି, ତେବେ ଗତ ବର୍ଷ ମିହିର ଦାସ ଙ୍କ ମୃତ୍ୟୁ ପରେ ଧୀରେ ଧୀରେ ପରିବାର ଲୋକେ ସେ ଦୁଃଖ କୁ ଭୁଲିବା ପାଇଁ ଚେଷ୍ଟା କରୁଥିଲେ | ଏହା ସହିତ କିଛି ଦିନ ତଳେ ଅମ୍ଳାନ ଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇ ଥିଲା | ଏହି ଖୁସି ପରିବାର ରେ ବଢ଼ାଇ ଦେଇ ଥିଲା ଯାହା ଫଳରେ ମିହିର ଦାସ ଙ୍କର ବିୟୋଗ କୁ ସମସ୍ତେ ଭୁଲିବା ପାଇଁ ଚେଷ୍ଟା କରୁ ଥିଲେ | କିନ୍ତୁ ମିହିର ଦାସ ଙ୍କ ପରିବାର ଉପରେ ପୁଣି ବହୁତ ବଡ଼ ଦୁଃଖର ଖବର ଆସି ପହଞ୍ଚିଛି |

ମିହିର ଦାସ ଙ୍କର ସାନ ପୁଅ ଅକ୍ଲାନ୍ତ ଦାସ ସେ ଗତ କାଲି ବିଳମ୍ବିତ ରାତିରେ ପ୍ରାଣ ତ୍ୟାଗ କରିଛନ୍ତି ଯାହାକି ଏହି ଖବର ଟି ତାଙ୍କ ପରିବାର କି ଆହୁରି ଦୁଃଖ ନେଇ ଆସିଛି | କାରଣ ଅକ୍ଲାନ୍ତ ଙ୍କୁ ମାତ୍ର 26 ବର୍ଷ ହୋଇ ଥିଲା ଆଉ ତାଙ୍କର ଲିଭର ଜନିତ ସମସ୍ୟା ରହିଥିଲା ଆଉ ଏହି ସମସ୍ୟା କୁ ନେଇ ସେ ଗତକାଲି ଏମ୍ସ ରେ ମୃତ୍ୟୁ ବରଣ କରିଛନ୍ତି |

ତେବେ ଗତବର୍ଷ 2022 ଜାନୁଆରୀ 11 ତାରିଖ ରେ ମିହିର ଦାସ ଙ୍କର ବିୟୋଗ ଘଟି ଥିଲା ଏବଂ 2023 ଜାନୁଆରୀ ମାସ 24 ତାରିଖ ରେ ଅକ୍ଲାନ୍ତ ଙ୍କର ବିୟୋଗ ହୋଇଛି | ତେବେ ଗତ ବର୍ଷ ଜାନୁଆରୀ ରେ ବାପା ଚାଲି ଯାଇ ଥିଲେ ଆଉ ଏହି ବର୍ଷ ଜାନୁଆରୀ ରେ ପୁଅ ଚାଲି ଗଲେ ଯାହାକି ଏହି ଘଟଣା ଟି ଅମ୍ଳାନ ଦାସ ଙ୍କୁ ଖୁବ ବଡ଼ ଝଟକା ଦେଇଛି |

କାରଣ ପୂର୍ବରୁ ଅମ୍ଳାନ ତାଙ୍କ ମା ଙ୍କୁ ହରାଇ ଥିଲେ, ଗତ ବର୍ଷ ବାପା ଙ୍କୁ ହରାଇ ଥିଲେ ଆଉ ଏହି ବର୍ଷ ପୁଣି ନିଜ ସାନ ଭାଇ ଙ୍କୁ ହରାଇ ଦେଇଛନ୍ତି | ତେବେ ଗତ କାଲି ଅମ୍ଳାନ ସୁଟିଂ ରେ ଥିଲେ କିନ୍ତୁ ଯେତେବେଳେ ଏଭଳି ଏକ ଖବର ପାଇ ଥିଲେ ସେ ସୁଟିଂ ରୁ ଫେରି ହସ୍ପିଟାଲ କୁ ଯାଇ ଥିଲେ | ତେବେ ଅମ୍ଳାନ ତାଙ୍କର ଭାଇଙ୍କର ଅନ୍ତିମ ସତ୍କାର ସତୀଚଉଁରା ରେ କରିଛନ୍ତି ଆଉ ସେ ନିଜେ ମୁଖାଗ୍ନି ମଧ୍ୟ ଦେଇଛନ୍ତି | ତେବେ ଭଗବାନ ଙ୍କ ନିକଟରେ ଏତିକି ପାର୍ଥନା ଯେ ଅମ୍ଳାନ ଦାସ ଙ୍କୁ ଭଗବାନ ସେତିକି ସାହସ ଓ ଦମ୍ଭ ଦିଅନ୍ତୁ ଯେ ସେ ଏତେ ବଡ଼ ଦୁଃଖ କି ସହି ପାରିବେ ବା ଭଗବାନ ସେହିଭଳି ଶକ୍ତି ତାଙ୍କୁ ଦିଅନ୍ତୁ | ତେବେ ଏଭଳି ଏକ ଘଟଣା ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି ଯାହାକୁ ନେଇ ଦର୍ଶକ ମାନେ ମଧ୍ୟ ଖୁବ ଦୁଃଖ ପ୍ରକାଶ କରିଛନ୍ତି |

Leave a Comment