ପିଆଜ ଆମର ଦୈନନ୍ଦିନ ଖାଦ୍ୟର ଏକ ଅଂଶ ଅଟେ।ବହୁତ ଲୋକ ଏହାକୁ ସଲାଡ଼ ରୂପେ କଞ୍ଚା ଖାଇଥାନ୍ତି। ତେବେ ଆସନ୍ତୁ ଜାଣିବା କଞ୍ଚା ପିଆଜ ଖାଇବା ଦ୍ବାରା ଆମର କଣ ସବୁ ଉପକାର ହୋଇଥାଏ ।
1:- ତ୍ୱଚା କୁ ଉଜ୍ଜଳ କରିଥାଏ;
ଏଥିରେ ପ୍ରଚୁର ପରିମାଣ ର ଭିଟାମିନ A , ଭିଟାମିନ C ଆଦି ରହିଥାଏ । ଯାହା ତ୍ୱଚା ର ସ୍ଵାସ୍ଥ୍ୟ କୁ ଭଲ ରଖିଥାଏ । ପିଆଜ ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥିବାରୁ ସୂର୍ଯ୍ୟ ଙ୍କ ଅତି ବାଇଗଣୀ ରଶ୍ମି ରୁ ସ୍କିନ କୁ ରକ୍ଷା କରିଥାଏ। ପିଆଜ ରସ ଓ ଆପଲ ସିଦର ଭିନେଗାର କୁ ସାଥିରେ ମିଶାଇ ମୁହଁ ରେ ଦୀନକୁ ଦୁଇ ଥର ଲଗାଇବା ଦ୍ଵାରା ଏହା ମୁହଁ ର କଳା ଦାଗ କୁ ଭଲ କରିଥାଏ ।
2:- ହଜମ ପ୍ରକ୍ରିୟା ଭଲ ହୋଇଥାଏ;
ଏଥିରେ ଥିବା ଫାଇବର୍ ଖାଦ୍ୟ କୁ ଠିକ୍ ରୂପେ ହଜମ କରିଥାଏ ।ଯେଉଁ ମାନଙ୍କ ର ହଜମ ଜନିତ ସମସ୍ୟା ଅଛି ସେମାନେ ଖାଦ୍ୟ ସହିତ କଞ୍ଚା ପିଆଜ ଖାଇବା ଦ୍ବାରା ସେହି ସମସ୍ୟା ରୁ ମୁକ୍ତି ମିଳି ଥାଏ ।
3:- ପିଆଜ ରକ୍ତ ସ୍ରାବ କୁ ବନ୍ଦ୍ କରିଥାଏ;
ଖରାଦିନେ କିଛି ଲୋକ ମାନଙ୍କ ନାକରୁ ଗରମ୍ ପବନ ବାଜିବ ଦ୍ଵାରା ରକ୍ତ ବାହାରି ଥାଏ । ତେବେ ଯଦି ଖାଦ୍ୟ ସହିତ ଗୋଟିଏ କଞ୍ଚା ପିଆଜ ପ୍ରତିଦିନ ଖାଇବ ତାହେଲେ ଏହି ସମସ୍ୟା ରୁ ମୁକ୍ତି ମିଳି ଥାଏ । ଯଦି ଦାନ୍ତ ମାଢୀ ରୁ ରକ୍ତ ବାହାରୁ ଅଛି ତେବେ ଦୁଇ ଖଣ୍ଡ ପିଆଜ ମାଢ଼ୀ ରେ ଗରମ୍ କରି ରଖିବା ଦ୍ଵାରା ରକ୍ତ ସ୍ରାବ ବନ୍ଦ ହୋଇ ଥାଏ ।
4:- ଥଣ୍ଡା କାଶ ରୁ ମୁକ୍ତି ଦେଇଥାଏ;
ଯଦି ଆପଣ ଙ୍କୁ ଥଣ୍ଡା ହୋଇ ଗଳା ବସି ଯାଉଚି କି ଗଳା ଦରଜ ହେଉଛି ତେବେ ପିଆଜ ରସ ସହିତ ମହୁ ମିଶାଇ ଦିନକୁ ଦୁଇ ଥର ଏକ ସପ୍ତାହ ସେବନ କରିବା ଦ୍ଵାରା ଏହି ସମସ୍ୟା ଦୂର ହୋଇ ଥାଏ ।
5:- କ୍ୟାନ୍ସର ସମସ୍ୟା କୁ ଦୁର କରି ଥାଏ;
ପିଆଜ ରେ ଥିବା ସଲଫର୍ ପରିମାଣ କ୍ୟାନ୍ସର ସେଲ୍ କୁ ବଢିବା ପାଇଁ ଦିଏ ନାହିଁ ତେଣୁ ପିଆଜ ଖାଇବା ଦ୍ବାରା ସ୍ତୋମକ୍ ଓ ବ୍ରେଷ୍ଟ୍ କ୍ୟାନ୍ସର ହେବାର ସମ୍ଭାବନା କମ୍ ଥାଏ ଯାହା ନେସନାଲ ଇନଷ୍ଟିୁ୍ୟଟ ଅଫ୍ କ୍ୟାନ୍ସର ର ରିସର୍ଚ୍ଚ ରୁ ଜଣା ପଡିଛି ।
6:-ପିଆଜ ହେମୋଗ୍ଲୋବିନ ବୃଦ୍ଧି କରିଥାଏ;
ପିଆଜ ରେ ଥିବା ସଲଫର ର ପରିମାଣ ଯୋଗୁ ପିଆଜ କାଟିବା ସମୟ ରେ ଆଖି ପୋଡି ଥାଏ ତେବେ ଏହି ସଲଫର ନାକ ଦ୍ଵାରା ଶରୀର କୁ ଯାଇ ଥାଏ। ଏଥିରେ ଏକ ପ୍ରକାର ତେଲ ଥାଏ ଯାହା ଆନେମିଆ ରୋଗ ଦୂର କରିଥାଏ।ଏହାକୁ ରାନ୍ଧି ଖାଇଲେ ସଲଫର ନଷ୍ଟ ହୋଇଥାଏ ତେଣୁ ପିଆଜ କଞ୍ଚା ଖାଆନ୍ତୁ।
7:- ବ୍ୟଡ଼ କୋଲେଷ୍ଟ୍ରାଲ କୁ ଦୁର କରି ଥାଏ;
ପିଆଜ ରେ ମିଥାଇଲ ସଲଫାଇଡ଼ ଥାଏ ଯାହା ବ୍ୟଡ଼ କୋଲେଷ୍ଟ୍ରାଲ କୁ ଦୁର କରିଥାଏ । ପିଆଜ ଖାଇବା ଦ୍ଵାରା ହୃଦଘାତ ଜନିତ ସମସ୍ୟା ଦୂର ହୋଇ ଥାଏ। ପିଆଜ ଖାଇବା ଦ୍ଵାରା ଜମି ରହିଥିବା କୋଲେଷ୍ଟ୍ରାଲ ନଷ୍ଟ ହୋଇ ଥାଏ ଯାହା କାରଣ ରୁ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇ ଥାଏ ।
8:- ଡାଇବେଟିସ କଣ୍ଟ୍ରୋଲ ରେ ରହି ଥାଏ;
ପିଆଜ ଖାଇବା ଦ୍ଵାରା ବ୍ଲଡ଼ ଶୁଗର୍ ଲେବେଲ ଠିକ୍ ରହିଥାଏ । ଏଣୁ କଞ୍ଚା ପିଆଜ ଖାଇବା ଦ୍ଵାରା ଡାଇବେଟିସ କୁ ନିୟନ୍ତ୍ରଣ ରେ ରଖା ଯାଇ ପାରିବ ।
9:-ହୃଦଘାତ ଓ କ୍ୟାନ୍ସର ପରି ସମସ୍ୟା କୁ ଦୁର କରେ;
ପିଆଜ ଆଣ୍ଟି ଅକ୍ସି ଡେଣ୍ଟ ପରି କାମ କରିଥାଏ ।ପିଆଜ ଖାଇବା ଦ୍ଵାରା ଶରୀର ରେ ଆଣ୍ଟି ଅକ୍ସୀ ଦେନ୍ତ୍ ଗ୍ଲୁଟେସନ୍ ପ୍ରସ୍ତୁତ ହୋଇ ଥାଏ । ଏହା ହୃଦଘାତ ଓ କ୍ୟାନ୍ସର ପରି ସମସ୍ୟା କୁ ଦୁର କରୁଥାଏ ।ମହୁ ମାଛି କାମୁଡ଼ି ଥିବା ସ୍ଥାନ ରେ ଗୋଟିଏ ପିଆଜ କୁ ଅଧା କାଟି ରଖିବା ଦ୍ଵାରା ଏଥିରୁ ହେଉଥିବା ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ।
10- ହାଡ଼ ଜନିତ ସମସ୍ୟା କୁ ଦୁର କରିଥାଏ;
ରିସର୍ଚ୍ଚ ରୁ ଜଣା ପଡିଛି ପିଆଜ ଖାଇବା ଦ୍ଵାରା ବୋନ ଲସ ର ସମ୍ଭାବନା କମ୍ ଥାଏ।
11- ପିଆଜ ଭଲ ନିଦ ହେବାରେ ସାହାର୍ଯ୍ୟ କରିଥାଏ;
ପିଆଜ ଖାଇବା ଦ୍ଵାରା ଷ୍ଟ୍ରେସ କମି ଥାଏ ଓ ଭଲ ନିଦ ହୋଇ ଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।