Jyotish Shastra -ଆପଣଙ୍କର ବିବାହ କେଉଁ ଦିଗରେ ହେବ ! ମାତ୍ର 1 ମିନିଟ ରେ ଜାଣନ୍ତୁ….

ତେବେ ଆଜି ଆମେ ଜାଣିବା ବିବାହ କେଉଁ ଦିଗରେ ହେବ, ପ୍ରାୟତଃ ଲୋକ ମାନେ ଯେତେ ବେଳେ ଜାତକ ନେଇ ପଚାରିବାକୁ କେଉଁଠି କି ଯାଆନ୍ତି ସେମାନେ ପଚାରି ଥାଆନ୍ତି କି ଆମ ବିବାହ କେଉଁ ଦିଗରେ ହେବ | ରାଶି ଚକ୍ରରେ ମେଷ ରାଶି ଙ୍କର ଅଧିପତି ହେଉଛନ୍ତି ମଙ୍ଗଳ, ବୃଷ ରାଶି ଙ୍କର ଅଧିପତି ହେଉଛନ୍ତି ଶୁକ୍ର, ମିଥୁନ ରାଶି ଙ୍କର ଅଧିପତି ହେଉଛନ୍ତି ବୁଧ, କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ରମା, ସିଂହ ରାଶିର ଅଧିପତି ହେଉଛନ୍ତି ରବି, କନ୍ୟା ରାଶିର ଅଧିପତି ହେଉଛନ୍ତି ବୁଧ, ତୁଳା ରାଶିର ଅଧିପତି ହେଉଛନ୍ତି ଶୁକ୍ର, ବିଛା ରାଶିର ଅଧିପତି ହେଉଛନ୍ତି ମଙ୍ଗଳ, ଧନୁ ରାଶିର ଅଧିପତି ହେଉଛନ୍ତି ବୃହସ୍ପତି, ମକର ରାଶିର ଅଧିପତି ହେଉଛନ୍ତି ଶନି, କୁମ୍ଭ ରାଶିର ଅଧିପତି ହେଉଛନ୍ତି ଶନି ଏବଂ ମୀନ ରାଶିର ଅଧିପତି ହେଉଛନ୍ତି ବୃହସ୍ପତି |

ତେବେ ଏହି ରାଶି ଚକ୍ର ରେ ରବି ଆଉ ଚନ୍ଦ୍ର ଙ୍କର ଗୋଟେ ଗୋଟେ ରାଶି ରହିଛି କିନ୍ତୁ ଅନ୍ୟାନ୍ୟ ଗ୍ରହ ଙ୍କର ଦୁଇ ଦୁଇଟି ରାଶି ରହିଛି | ତେବେ ମଙ୍ଗଳ ଙ୍କର ଦିଗ ହେଉଛି ଦକ୍ଷିଣ ଦିଗ, ରବି ଙ୍କର ଦିଗ ହେଉଛି ପୂର୍ବ ଦିଗ, ଚନ୍ଦ୍ର ଙ୍କର ଦିଗ ହେଉଛି ଉତ୍ତରା ପଶ୍ଚିମ ଦିଗ ଯାହାକୁ ଆମେ ବାୟୁ କୋଣ ବୋଲି କହି ଥାଉ |

ବୁଧ ଙ୍କର ଦିଗ ହେଉଛି ଉତ୍ତର ଦିଗ, ବୃହସ୍ପତି ଙ୍କର ଦିଗ ହେଉଛି ଉତ୍ତର ପୂର୍ବ, ଶୁକ୍ର ଙ୍କର ଦିଗ ହେଉଛି ଅଗ୍ନି କୋଣ ବା ଦକ୍ଷିଣ ପୂର୍ବ ଦିଗ ଏବଂ ଶନି ଙ୍କର ଦିଗ ହେଉଛି ପଶ୍ଚିମ ଦିଗ | ରହୁ ଙ୍କର ଦିଗ ହେଉଛି ନୟୁତ କୋଣ ବା ଦକ୍ଷିଣ ପଶ୍ଚିମ ଦିଗ ଏବଂ କେତୁ ଙ୍କର ଦିଗ ଆମେ ଯଦି ଦେଖିବା ବାୟୁ କୋଣ କୁ କେତୁ ଙ୍କର ଦିଗ ବୋଲି କୁହାଯାଏ |

ଆପଣଙ୍କ ଜନ୍ମ ଜାତକ ରେ ଲଗ୍ନ ଯାହା ହୋଇ ଥାଉ ନା କାହିଁକି ପ୍ରଥମେ ଶୁକ୍ର କୁ ଦେଖନ୍ତୁ ସେ କେଉଁ ରାଶିରେ ବସିଛି | ଶୁକ୍ର ଯେଉଁ ରାଶି ରେ ବସି ଥିବ ସେହି ରାଶି ଠାରୁ ସପ୍ତମ ରାଶିର ଅଧିପତି ଦିଗ ରେ ବିବାହ ହେବ | ଉଦାହରଣ ହେଉଛି ଯଦି କର୍କଟ ରାଶିରେ ଶୁକ୍ର ବସିଛନ୍ତି ଏବଂ ଶୁକ୍ର ର ସପ୍ତମ ରାଶି ହେଉଛି ମକର ରାଶି, ତେଣୁ ମକର ରାଶିର ଅଧିପତି ଗ୍ରହ ଙ୍କର ଦିଗ | ତେବେ ମକର ରାଶିର ଅଧିପତି ହେଉଛନ୍ତି ଶନି, ତେଣୁ ଏହି ବ୍ୟକ୍ତି ର ବିବାହ ପଶ୍ଚିମ ଦିଗରେ ହେବ | ତେବେ ଏହି ସୂତ୍ର କୁ ଆପଣ ନିଜ ନିଜ ଜାତକ ରେ ଦେଖନ୍ତୁ ଯାହା ଦ୍ୱାରା ଆପଣ ନିଜ ଜନ୍ମ ଜାତକ ଦେଖି ହିଁ ଜାଣି ପାରିବେ କି ଆପଣ ଙ୍କର ବିବାହ କେଉଁ ଦିଗରେ ହେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment