new twist-ଅର୍ଚ୍ଚନା ୭ ମାସର ଗର୍ଭବତୀ ଥିବା ବେଳେ ପ୍ରମୋଦ ଡାକୁଥିଲା ଶାରୀରିକ ସମ୍ପର୍କ ରଖିବାକୁ…ମିଳିଲା ପୁରା ପ୍ରମାଣ….ଶୁଣନ୍ତୁ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ଦିନ ଇଡି କାର୍ଯ୍ୟାଳୟ ରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ। ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେରା କରିଥିଲା ଇଡି। ପଚରା ଉଚରା ବେଳେ ସେ କେମିତି ଅର୍ଚ୍ଚନା ଙ୍କୁ ଚିହ୍ନିଲେ, ଅର୍ଚ୍ଚନା ଙ୍କ ସେକ୍ସୋଟର୍ସନ ର ସେ ଶିକାର ହୋଇଛନ୍ତି କି ନାହିଁ ଯଦି ହୋଇଛନ୍ତି ସେ ଅର୍ଚ୍ଚନା ଙ୍କୁ କେତେ ଟଙ୍କା ଦେଇଛନ୍ତି ଏନେଇ ଜେରା କରି ଥିଲା ଇଡି। ଅର୍ଚ୍ଚନା ଙ୍କ ଖାସ୍ ସହଯୋଗୀ ଶ୍ରଦ୍ଧାଞ୍ଜଳି ଙ୍କ ବୟାନ ଆଧାର ରେ ତାଙ୍କୁ ଇଡି ସମନ କରିଥିଲା।

ମଙ୍ଗଳବାର ସକାଳ ଠିକ୍ ୧୦ ଟା ବେଳେ ପ୍ରମୋଦ ତାଙ୍କ ଆଇନ ଜୀବୀ ଙ୍କ ସହିତ ଇଡି କାର୍ଯ୍ୟାଳୟ ରେ ହାଜର ହୋଇଥିଲେ। ଏହି ସମୟ ରେ ସେ ଗଣମାଧ୍ୟମ କୁ କହିଥିଲେ, ଅର୍ଚ୍ଚନା ମୋ ଜାଗ ମରା ଘରେ ଭଡ଼ା ରେ ରହୁ ଥିଲେ। ସେ ମୋତେ ବାରମ୍ବାର ବ୍ଲାକମେଲ୍ କରୁଥିଲେ ମଧ୍ୟ। ପୁଲିସ କେସ ଧମକ ଦେଖାଇ ସେ ମୋ ନାଁରେ ୨୦୧୭ ମସିହା ରେ ମହିଳା ଥାନା ରେ ଅଭିଯୋଗ କରିଥିଲେ।

 

 

ଅଭିଯୋଗ ଥିଲା ପ୍ରମୋଦ ତାଙ୍କୁ ଫିଲ୍ମ ରେ ହିରୋଇନ କରାଇ ଦେବେ। ଏଥି ପାଇଁ ତାଙ୍କୁ ପାତ୍ର ପଡ଼ା ଠାରେ ଥିବା ଏକ ଘରକୁ ନେଇ ଚା’ରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ତେବେ ଅର୍ଚ୍ଚନା ନାଗ ଯେତେ ବେଳେ ୭ ମାସ ର ପ୍ରେଗ୍ନେଟ୍ ଥିଲେ ସେତେବେଳେ ଅର୍ଚ୍ଚନା ନାଗ କୁ ସେ ତାଙ୍କୁ ତାଙ୍କ ଘର କୁ ଡାକି ଥିଲେ । ତେବେ ଅର୍ଚ୍ଚନା ଙ୍କ ଏଭଳି ଅଭିଯୋଗ ର କୌଣସି ପ୍ରମାଣ ପାଇ ନ ଥିଲା ମହିଳା ଥାନା ପୁଲିସ।

ପ୍ରମୋଦ ଙ୍କୁ ପଚରାଉଚରା ବେଳେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଙ୍କ ସହ ଲିଙ୍କ୍‌ ର ଗୁମର ଖୋଲିବା କୁ ଇଡି ପ୍ରୟାସ ଆରମ୍ଭ କରିଛି। ଇଡି ଶ୍ରଦ୍ଧାଞ୍ଜଳି ଓ ଅର୍ଚ୍ଚନାଙ୍କ କାର୍ ଡ୍ରାଇଭର ଚନ୍ଦନ ଙ୍କୁ ଜେରା କରିବାବେଳେ ଅନେକ କିଛି ତଥ୍ୟ ପାଇଛି। ସେହି ତଥ୍ୟକୁ ଆଧାର କରି ଇଡି ଜଣ ଜଣ କରି ଏକାଧିକ ବ୍ୟକ୍ତି ବିଶେଷ ଙ୍କୁ ନୋଟିସ୍ କରିଛି। ଆଜି ପ୍ରମୋଦ ସ୍ବାଇଁ ହାଜର ହୋଇଥିବା ବେଳେ ଆସନ୍ତା ଦିନରେ ଅନେକ ଇଡିର ଜେରା ପରିସର କୁ ଆସି ପାରନ୍ତି। ସେଥି ମଧ୍ୟରେ ଜମି ମାଲିକ, ସୁନା ବ୍ୟବସାୟୀ ଓ ରାଜନେତା ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନାଗ-ଚାନ୍ଦ ଙ୍କ ହନିଟ୍ରାପ୍ ମାମଲାରେ ଜେରା ପାଇଁ ପୂର୍ବରୁ ପ୍ରାୟ ୧୫ ଜଣଙ୍କୁ ସମନ ହୋଇଥିଲା। ତାମଧ୍ୟରୁ ୨/୪ ଜଣଙ୍କୁ ଇଡି ଜେରା କରିସାରିଛି। ଆଉ ପ୍ରାୟ ୧୧ ଜଣଙ୍କ ଜେରା ବାକି ରହିଛି। ସେମାନେ କେବେ ଇଡିରେ ହାଜର ହେବେ । ସେହି ୧୧ ଜଣ ବ୍ୟକ୍ତି କିଏ ତାକୁ ନେଇ ଏବେ ଚର୍ଚା ଲାଗି ରହିଛି। ଏବେ ଅର୍ଚ୍ଚନା ଏବଂ ସ୍ୱାମୀ ଜଗବନ୍ଧୁକୁ ଇଡି ଅଧିକାରୀ ରିମାଣ୍ଡରେ ନେବାର ମଧ୍ୟ ଯୋଜନା ରହିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment