ଜାଣି ରଖନ୍ତୁ B ନାମଧାରୀ ବ୍ୟକ୍ତି ମାନଙ୍କର ସ୍ୱାଭାବ ଓ ଶାରୀରିକ ଗଠନ ବିଷୟରେ ।c

ପ୍ରତ୍ୟେକ ମଣିଷ ସେମାନଙ୍କର ନାମରୁ ହିଁ ତାଙ୍କର ସ୍ୱାଭାବ ବିଷୟରେ ଜାଣିହୋଇଥାଏ । ଯଦି ଯେଉଁ ବ୍ୟକ୍ତିଙ୍କର ପ୍ରଥମ ନାମ ଇଂରାଜୀ ଅକ୍ଷର B ରୁ ଆରମ୍ଭ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ସେହି B ନାମଧାରୀ ବ୍ୟକ୍ତି ମାନଙ୍କର ଜୀବନଶୈଳୀ ବିଷୟରେ ଜାଣିବା ।

1 B ନାମର ବ୍ୟକ୍ତି ମାନଙ୍କର ଶାରୀରିକ ଗଠନ ;

ଏହି ନାମର ବ୍ୟକ୍ତି ମାନେ ବହୁତ ଆକର୍ଷକ , ସୁନ୍ଦର ଓ ଆଖି ଗୁଡିକ ମୁନିଆ ଟାଇପର ହୋଇଥାଏ । ଏମାନଙ୍କୁ ଅନ୍ୟମାନେ ଦେଖିବା ମାତ୍ରେ ହିଁ ସେମାନଙ୍କ ମନକୁ ଆକର୍ଷିତ କରିଥାନ୍ତି ଏବଂ ଏହି ନାମର ଝିଅ ବା ପୁଅମାନେ ଅତ୍ୟନ୍ତ ସୁନ୍ଦର ହୋଇଥାନ୍ତି ।

2 B ନାମର ବ୍ୟକ୍ତି ମାନଙ୍କର ସ୍ୱଭାବ ;

ଏହି ନାମର ବ୍ୟକ୍ତି ମାନେ କିଛି ନୂଆ ରାସ୍ତା ଖୋଜିବାରେ ଲାଗିଥାନ୍ତି ଏବଂ ବି ନାମଧାରୀ ବ୍ୟକ୍ତିମାନେ ଗୋଟିଏ କାର୍ଯ୍ୟ କରିବା ପାଇ ପସନ୍ଦ କରନ୍ତି ନାହିଁ । ଏମାନଙ୍କୁ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ ଲାଗିଥାଏ ଏବଂ ଏମାନେ ନିଜ ରାସ୍ତା ନିଜେ ହିଁ ତିଆରି କରନ୍ତି । ଏମାନେ କୌଣସି ବ୍ୟକ୍ତି ମାନଙ୍କୁ ସହଜରେ ବିଶ୍ୱାସ କରନ୍ତି ନାହିଁ ସେଥିପାଇ ସେମାନଙ୍କର ସାଙ୍ଗ ସଂଖ୍ୟା ମଧ୍ୟ ବହୁତ କମ ରହିଥାଏ । ଏମାନେ ବହୁତ କମ ଲୋକଙ୍କୁ ବିଶ୍ୱାସ କରନ୍ତି ସେହିମାେନ ହିଁ ସେମାନଙ୍କର ସାଙ୍ଗ ହୋଇଥାନ୍ତି ।

3 B ନାମର ବ୍ୟକ୍ତି ମାନଙ୍କର ପସନ୍ଦ କରୁଥିବା ସ୍ଥାନ ;

ଏହି ନାମର ବ୍ୟକ୍ତି ମାନଙ୍କୁ ସେହି ସ୍ଥାନ ବୁଲିବାକୁ ପସନ୍ଦ ଲାଗିଥାଏ ଯେଉଁଠାରେ ପ୍ରାକୃତିକ ପରିବେଶ ସୁନ୍ଦର ରହିଥାଏ । ଏମାନେ ନିଜର ବିଚାରକୁ ନିଜ ଭିତରେ ସିକରେଟ କରି ରଖିଥାନ୍ତି ଏବଂ ଏମାନେ ଅଜଥା ବିବାଦରୁ ନିଜକୁ ଦୂରେଇ ରଖିଥାନ୍ତି । ଏହି ନାମର ବ୍ୟକ୍ତି ମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ଏମାନଙ୍କୁ ଯେତେବେଳେ କ୍ରଧ ଆସିଥାଏ ସେମାେନେ ସେହି କ୍ରଧକୁ ନିଜ ଭିତରେ ଲୁଚାଇ ରଖିଥାନ୍ତି ।

4 B ନାମଧାରୀ ବ୍ୟକ୍ତି ମାନଙ୍କର କ୍ୟାରିଅର ;

ଏମାନେ ନିଜ କ୍ୟାରିଅରକୁ ଆଗକୁ ନେବାପାଇ ବହୁତ ଚେଷ୍ଟା କରିଥାନ୍ତି ପରନ୍ତୁ ଏହାକୁ ପୂରା କରିବା ପାଇ ପ୍ରାୟତଃ ପଛରେ ରହିଯାନ୍ତି । ଏମାନେ ନିଜ ସିକରେଟକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ ଏବଂ ନିଜ କାର୍ଯ୍ୟ ଚୁପ ଚାପ କରିଥାନ୍ତି ଅନ୍ୟକୁ ଜାଣିବା ପାଇ ଦିଅନ୍ତି ନାହିଁ । ଏପରି ଲୋକମାନେ ବହୁତ ଭାବୁକ ସ୍ୱାଭବର ହୋଇଥାନ୍ତି ଏଥିପାଇ ସେମାନେ ଶୀଘ୍ର ହିଁ ଭଲ ପାଇ ବସନ୍ତି ।

ଭଲ ପାଇବା ପୂର୍ବରୁ ଏମାନେ ଏମାନଙ୍କର ସାଥୀର ସମସ୍ତ ସ୍ୱଭାବ ଓ ଅଭ୍ୟାସକୁ ଭଲ ଭାବରେ ପରିକ୍ଷା କରିଥାନ୍ତି । ଏମାନେ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ସେଥିପାଇ ଏମାନେ ଜଣକୁ ଭଲ ପାଇଥାନ୍ତି । ଭଲ ପାଇବାର ଏମାନେ ଉଚ୍ଚକଟୀର ହୋଇଥାନ୍ତି କିନ୍ତୁ ଏମାନେ ଭଲ ପାଇବାରେ ଧକ୍କା ମଧ୍ୟ ଅଧିକ ପାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment