ଗରିବ ଅସହାୟତା ଆଜି ଗୋଟିଏ ମା କୁ ଏମିତି ଦିନ ଦେଖାଇ ଦେଇଛି, ରାସ୍ତା କଡ଼ରେ ମା ଟିଏ ଆଜି ନିଜ ସନ୍ତାନ କୁ ଜନ୍ମ ଦେବା ପାଇଁ ବାଧ୍ୟ ହୋଇ ଗଲା | ଏହି ଗରିବ ମା ଟିଏ କଣ ବା କରି ଥାଆନ୍ତା ଏହି ଗରିବ ମା ଟି ଶେଷରେ ମାଟି ଉପରେ ହିଁ ଶିଶୁ ପ୍ରସବ ଯନ୍ତ୍ରଣା ର ଶିକାର ହେଲା | ଏହି ଗରିବ ପରିବାର ରାସ୍ତା କଡ଼ରେ ଜି ଜୀବନ ବିତାନ୍ତି କହିବାକୁ ଗଲେ ଏହି ରାସ୍ତା କଡ଼ ହିଁ ସେମାନଙ୍କର ବେଉସା, ବ୍ୟବସାୟ ଏବଂ ଜୀବନ | ପ୍ରତିଦିନ ପଲିଥିନ ଗୋଟାଇବା ପାଇଁ ବାହାରି ପଡ଼ି ଥାଆନ୍ତି ଆଉ ଯାହା ଦୁଇ ପଇସା ମିଳି ଥାଏ ସେଥିରେ ପରିବାର ଚଳି ଥାଏ | ମୁଖ୍ୟତଃ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଙ୍କର ଅନେକ ଯୋଜନା ରହିଛି, ସମ୍ବଲପୁର ରେ ଏଭଳି ବିକଳ ଚିତ୍ର ଏବେ ସାମ୍ନା କୁ ଆସିଛି |
ଜନନୀ ଯନ୍ତ୍ରଣା ର ଏବେ ଏହି ଚିତ୍ର ଦେଖିଲେ ଆପଣଙ୍କ ହୃଦୟ ମଧ୍ୟ ଥରି ଉଠିବ | ତେବେ ସମ୍ବଲପୁର ଏହି ଘଟଣା ଏବେ ଶିଶୁ ଓ ମା ଙ୍କ ପାଇଁ ଥିବା ଯୋଜନା କୁ ନେଇ ପ୍ରଶ୍ନ ଉଠିଛି | ସମ୍ବଲପୁର ର ଅଇଁଠା ବାଲି ଛକ ଠାରେ ଜଣେ ଗରିବ ଗର୍ଭବତୀ ମା ରାସ୍ତା କଡ଼ରେ ଆଜି ଶିଶୁ ପ୍ରସବ କରି ଥିବାର ଦେଖିବା ପାଇଁ ମିଳିଛି |
ସୂଚନା ଅନୁସାରେ ରାଉରକେଲା ର ସରସ୍ବତୀ ନାୟକ ଜଣେ ଗରିବ ମହିଳା ତାଙ୍କ ସ୍ୱାମୀ ରବି ନାୟକ ଙ୍କ ସହ କିଛି ଦିନ ହେବ ସମ୍ବଲପୁର ରେ ଆସି ରହୁ ଥିଲେ | ସେ ମ୍ୟୁଖ୍ୟତଃ ଜରି ବା ପଲିଥିନ ଗୋଟାଇ ଚଳି ଥାଆନ୍ତି ତେବେ ମହିଳା ଜଣଙ୍କ ଗର୍ଭବତୀ ଥିବା ବେଳେ ଗତ ବୁଧୁବାର ଭୋର 3ଟା ରେ ପ୍ରସବ ଯନ୍ତ୍ରଣା ଅନୁଭବ କରି ଥିଲେ |
ତେବେ ଅସଚେତନତା ଯୋଗୁଁ ମହିଳା ଜଣଙ୍କ ପୂର୍ବରୁ ହସ୍ପିଟାଲ ରେ ଭର୍ତ୍ତି ହୋଇ ନଥିବା ବେଳେ ଭୋର 4 ଟା ସମୟରେ ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇ ଥିଲେ | ଏହାକୁ ନେଇ ଜିଲ୍ଲା ପ୍ରଶାସନ କୁ ସୂଚନା ଦେବା ପରେ ଜୋସ୍ନା ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ କୁ ନେଇ ଥିଲେ | ତେବେ ମହିଳା ଏବଂ ନବ ଜାତ ଶିଶୁ ଟିର ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣା ପଡ଼ିଛି | ତେବେ ଏହା ପୂର୍ବରୁ ମହିଳା ଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ବୋଲି ମଧ୍ୟ ଜଣା ପଡ଼ିଛି | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।