ତେବେ ଅନେକ ଲୋକ ଜ୍ୟୋତିଷ ଶାସ୍ତ୍ର ଉପରେ ଖୁବ ବିଶ୍ୱାସ କରିଥାନ୍ତି କାରଣ ସେମାନେ ଏହା ଦ୍ୱାରା ଅନେକ କଥା ଜାଣିବାକୁ ପାଇଥାନ୍ତି | ପ୍ରତେକ ଲୋକ ଙ୍କର ଜାଣିବାକୁ ଇଚ୍ଛା ଥାଏ କି ସେମାନଙ୍କର ସ୍ୱଭାବ ଓ ଭବିଷ୍ୟତ କିପରି ହୋଇ ଥାଏ | ଆପଣ ତ ଜାଣିଛନ୍ତି ଗଣପତି ବାବା ହେଉଛନ୍ତି ଆମର ବିଘ୍ନବିନାଶକ ଆଉ ଯେଉଁ ବି ପୂଜା ହେଉ ପ୍ରଥମ ଗଣେଶ ଙ୍କୁ ହିଁ ପୂଜା କରାଯାଇ ଥାଏ | ତେବେ ଏଠାରେ ତିନୋଟି ମୂର୍ତ୍ତି ଅଛି ଯାହାକି ଏକଦନ୍ତ ମୂର୍ତ୍ତି, ଗଜାନନ ମୂର୍ତ୍ତି, ଗଣପତି ମୂର୍ତ୍ତି, ଏହି ତିନୋଟି ଭିତରୁ ଯେକୌଣସି ମୂର୍ତ୍ତି କୁ ପସନ୍ଦ କରନ୍ତୁ ଆଉ ନିଜର ସ୍ୱଭାବ ସମ୍ପର୍କ ରେ ଜାଣନ୍ତୁ |
1. ଏକଦନ୍ତ ମୂର୍ତ୍ତି :-
ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆପଣ ଯଦି ଏକଦନ୍ତ ମୂର୍ତ୍ତି ଟିକୁ ବାଛିଛନ୍ତି ତେବେ ଏହି ବ୍ୟକ୍ତି ବିଶେଷ ମାନେ ନିଜ କାମ କୁ ନେଇ ସବୁବେଳେ ଗୁରୁତ୍ୱ ଦେଇ ଥାଆନ୍ତି ଯାହା ଫଳରେ ଏମାନେ ସେହି କାମରେ ଉନ୍ନତି ଲାଭ କରିଥାନ୍ତି | ଏହା ସହିତ ଏମାନେ ବିନା କାରଣ ରେ କାହା ପାଖରୁ ସାହାଯ୍ୟ ନେବା ପାଇଁ ପସନ୍ଦ କରନ୍ତି ନାହିଁ ଏବଂ ଏମାନେ କାହା କଥାରେ ମୁଣ୍ଡ ପୁରାନ୍ତି ନାହିଁ | ଏହି ବ୍ୟକ୍ତି ମାନଙ୍କ ମନରେ କୌଣସି ଛନ୍ଦ କପଟ ବୋଲି ନଥାଏ ଏମାନେ ବହୁତ ଭଲ ଓ କମଳ ସ୍ୱଭାବ ର ହୋଇ ଥାଆନ୍ତି | ଏହା ସହିତ ଏମାନଙ୍କର ଦମ୍ପତି ଜୀବନ ବହୁତ ସୁନ୍ଦର ଭାବରେ ଅତିବାହିତ ହେବ ବୋଲି କୁହାଯାଇଛି |
2. ଗଜାନନ ମୂର୍ତ୍ତି :-
ଗଜାନନ ମୂର୍ତ୍ତି ବାଛିଥିବା ବ୍ୟକ୍ତି ବିଶେଷ ମାନେ ଭିତରୁ ବହୁତ ଉଦାର ଭାବ ହୋଇ ଥାଆନ୍ତି ଏବଂ ଖୁବ ସରଳ ପ୍ରକୃତି ର ହୋଇ ଥାଆନ୍ତି | ଏହି ବ୍ୟକ୍ତି ମାନେ ମିଛ କହୁ ଥିବା ଲୋକ ଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ କି ନିଜେ ମିଛ କୁହନ୍ତି ନାହିଁ | ଏହା ସହିତ ଏମାନେ କାହା ସହିତ କଳି ଝଗଡା କରିବା ପାଇଁ ପସନ୍ଦ କରନ୍ତି ନାହିଁ | ଏମାନେ ଖୁବ ଦାନୀ ସ୍ୱଭାବ ର ହୋଇ ଥାଆନ୍ତି ଅର୍ଥାତ ଅସହାୟ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ବେସ ଭଲ ପାଇଥାନ୍ତି |
3.ଗଣପତି ମୂର୍ତ୍ତି :-
ଯେଉଁ ବ୍ୟକ୍ତି ବିଶେଷ ମାନେ ଗଣପତି ଙ୍କର ମୁକ୍ତି କୁ ବାଛିଥାନ୍ତି ସେହି ବ୍ୟକ୍ତି ମାନେ ଜ୍ୟୋତିଷ ଶାସ୍ତ୍ର ଭଲ ସ୍ୱାଭବ ର ହୋଇଥାନ୍ତି କିନ୍ତୁ ଟିକିଏ ସ୍ୱାର୍ଥୀ ମଧ୍ୟ ହୋଇ ଥାଆନ୍ତି | ଏମାନେ ସବୁବେଳେ ଭଲ ରେ ବିନ୍ଦାସ ରେ ରହିବାକୁ ଅଧିକ ପସନ୍ଦ କରିଥାନ୍ତି | ଏହି ବ୍ୟକ୍ତି ମାନେ ଭଲ ପିନ୍ଧିବା ସହିତ ଭଲ ଖାଇଥାନ୍ତି ଏବଂ ନିଜ ଜୀବନ ସାଥି ଙ୍କ ଉପରେ ବିଶ୍ୱାସ ଅଧିକ କରିଥାନ୍ତି ବୋଲି କୁହାଯାଉଛି | ଏମାନଙ୍କ ଜୀବନ ସବୁବେଳେ ହସ ଖୁସି ଓ ଆନନ୍ଦ ରେ ଭରି ଯାଇଥାଏ | ତେବେ ଏହା ଥିଲା ସେହି 3 ଟି ମୂର୍ତ୍ତି ର ଗଣେଶ ଙ୍କ ଭିତରୁ ଗୋଟିଏ ପ୍ରକାରର ଗଣେଶ କୁ ବାଛି ନିଜର ଭାଗ୍ୟ ଫଳ ବିଷୟରେ ଜାଣିବାର ସହଜ ଉପାୟ |