Breaking news- ପୁଣି ଓଡିଶାକୁ ଆସୁଛି ଆଉ ଏକ ମହାବାତ୍ୟା..ପାଣିପାଗ ବିଭାଗ ପକ୍ଷରୁ ଜାରିହେଲା ଗାଇଡଲାଇନ୍… ଏହି ୮-ଟି ଜିଲ୍ଲାକୁ ଜାରିହେଲା ରେଡ୍ ୱାର୍ଣ୍ଣିଂ

ବିଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ଯେତିକି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ସେଥି ମଧ୍ୟରୁ ୨୦୧୩ରେ ଆସିଥିବା ବାତ୍ୟା ଫାଇଲିନ୍‍ ରେ ରାଜ୍ୟର ସର୍ବାଧିକ କ୍ଷତି ହୋଇଛି । ଏହି କ୍ଷତିର ପରିମାଣ ୧୪ହଜାର କୋଟି ଟଙ୍କାରୁ ଅଧିକ ରହିଥିବା ଜଣାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟ ଫାଇଲିନ୍‍, ହୁଡ୍‍ହୁଡ୍‍, ତିତିଲି, ଫନି, ବୁଲ୍‍ ବୁଲ୍‍, ଅମ୍ଫାନ, ୟାସ, ଗୁଲାବ, ଜୱାଦ ଭଳି ବାତ୍ୟାର ସମ୍ମୁଖୀନ ହୋଇଥିଲା । ସେହିଭଳି ୨୦୧୫, ୨୦୧୭ ଓ ୨୦୧୮ ମସିହାରେ ରାଜ୍ୟରେ ମରୁଡି ପରିଲକ୍ଷିତ ହୋଇଥିବା ବେଳେ ୨୦୨୦ ଓ ଚଳିତବର୍ଷ ପ୍ରବଳ ବାତ୍ୟାର ସମ୍ମୁଖୀନ ହୋଇଛି ।

 

ଏଥି ମଧ୍ୟରୁ ବାତ୍ୟା ଫାଇଲନ୍‍ ରେ ରାଜ୍ୟରେ ସର୍ବାଧିକ ୧୪,୩୭୩.୪୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ୨୦୧୯ରେ ଆସିଥିବା ବାତ୍ୟା ଫନିରେ ୯୩୩୬.୨୭ କୋଟି ଟଙ୍କାର କ୍ଷତି ହୋଇଥିଲା । ସେହିଭଳି ୨୦୧୪ରେ ଆସିଥିବା ବାତ୍ୟା ହୁଡ୍‍ହୁଡ୍‍ରେ ରାଜ୍ୟର ୪୯୪୯.୩୯ କୋଟି ଟଙ୍କାର କ୍ଷତି ହୋଇଥିବାବେଳେ ୨୦୧୮ରେ ଆସିଥିବା ତିତିଲ୍‍ରେ ୨୭୭୯.୩୨କୋଟି, ୨୦୧୯ ବାତ୍ୟା ବୁଲ୍‍ ବୁଲ୍‍ରେ ୨୨୪.୪୩ କୋଟି, ୨୦୨୦ରେ ଆସିଥିବା ଅମ୍ଫାନରେ ୨୩୬.୬୮ କୋଟି, ୟାସରେ ୮୨୩.୪୯କୋଟି, ଗୁଲାବରେ ୩୪.୨୧ କୋଟି ଓ ଜୱାଦରେ ୩୭୬.୫୧କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା । ତେବେ ସେହିବର୍ଷ ବନ୍ୟା ଓ ପ୍ରବଳ ବର୍ଷାରେ ୧୫.୦୯.୩୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା ।

 

୨୦୨୧ ଦେଖା ଦେଇଥିବା ପ୍ରବଳ ବର୍ଷା ବନ୍ୟାରେ ୩୭୯.୫୧ କୋଟି ଟଙ୍କାର କ୍ଷତି ହୋଇଥିବାବେଳେ ଚଳିତ ବର୍ଷ ଦେଖା ଦେଇଥିବା ବନ୍ୟା ଓ ପ୍ରବଳ ବର୍ଷାରେ ୫୯୧.୫୭ କୋଟି ଟଙ୍କାର କ୍ଷୟକ୍ଷତି ରେକର୍ଡ କରାଯାଇଛି ।ବାତ୍ୟା, ବର୍ଷା ଓ ବନ୍ୟା ସହିତ ଓଡିଶାରେ ମଧ୍ୟ ୨୦୧୫ରେ ଦେଖା ଦେଇଥିବା ମରୁଡିରେ ୨୩୪୪.୯୯ କୋଟି ଟଙ୍କାର କ୍ଷତି ହୋଇଥିବାବେଳେ ୨୦୧୭ ମସିହାର ମରୁଡି ରେ ୫୬୭.୪୩କୋଟି ଏବଂ ୨୦୧୮ରେ ଆସିଥିବା ମରୁଡିରେ ୧୫୩୪.୮୨ କୋଟି ଟଙ୍କା ର କ୍ଷୟକ୍ଷତି ହୋଇଥିଲା ।

ବାତ୍ୟା, ବନ୍ୟା ଓ ପ୍ରବଳ ବର୍ଷା ରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଅଧିକ ଭାବରେ କ୍ଷୟକ୍ଷତି ହେଉଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏକ ଜଳବାୟୁ ଆକ୍ସନ ପ୍ଲାନ ୨୦୨୧-୩୦ ପ୍ରସ୍ତୁତ ହୋଇଛି । ଏହି ଯୋଜନାରେ ବିଶେଷତଃ ଉପକୂଳ ଓଡିଶାରେ ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।

ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ଆସୁଥିବା ବାତ୍ୟା । ସୃଷ୍ଟି ହୋଇଥିବା ଲଘୁଚାପ ୨୨ ରେ ଅବପାତ ରୂପ ନେବ । ୭ ରେ ଗଭୀର ଅବପାତ, ୨୪ରେ ବାତ୍ୟା ରୂପ ନେବ । ପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଉତ୍ତର ଉତ୍ତରପୂର୍ବ ମୁହାଁଇ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ମୁହାଁ ହେବ ବୋଲି ଆଶଙ୍କା ରହିଛି ।ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ମୁଖ୍ୟ ସଚିବ ଡାକିଲେ ବୈଠକ । ପାଣିପାଗ ବିଭାଗ ଏହି ଆଇଆଇଟି ସୂଚନା ଦେଇଛନ୍ତି ସନ୍ଦୀପ ପଟ୍ଟନାୟକ।

Leave a Comment